ଏକମ୍ବା ଗ୍ରାମରେ ମଦ ବନ୍ଦ ପାଇଁ ପୋଲିସର ଦ୍ଵାରସ୍ଥ ହେଲେ ମହିଳା
ଜୟପୁର, ୨୦ ନଭେମ୍ବର (ହି.ସ.)- କୋରାପୁଟ ଜିଲାରେ ମଦ ବିକ୍ରି ମନ୍ଦ କରିବା ପାଇଁ ମହିଳାମାନେ ପ୍ରତ୍ୟେକ ଦିନ ଏକତ୍ରିତ ହେଉଛନ୍ତି । ସବୁ ଦିନ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ, ଏସଡିପିଓ କାର୍ଯ୍ୟାଳୟ, ପୋଲିସ ଥାନା, ଅବକାରି ଥାନାର ଦ୍ୱାରସ୍ଥ ହୋଇ ଦାବି କରୁଛନ୍ତି । ଆଜି ମଧ୍ୟ ଜୟପୁର ସଦର ଥାନା ଅନ୍
ଏକମ୍ବା ଗ୍ରାମରେ ମଦ ବନ୍ଦ କରିବା ପାଇ ପୋଲିସ ର ଦ୍ୱାରସ୍ଥ ହେଲେ ମହିଳା


ଏକମ୍ବା ଗ୍ରାମରେ ମଦ ବନ୍ଦ କରିବା ପାଇ ପୋଲିସ ର ଦ୍ୱାରସ୍ଥ ହେଲେ ମହିଳା


ଜୟପୁର, ୨୦ ନଭେମ୍ବର (ହି.ସ.)- କୋରାପୁଟ ଜିଲାରେ ମଦ ବିକ୍ରି ମନ୍ଦ କରିବା ପାଇଁ ମହିଳାମାନେ ପ୍ରତ୍ୟେକ ଦିନ ଏକତ୍ରିତ ହେଉଛନ୍ତି । ସବୁ ଦିନ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ, ଏସଡିପିଓ କାର୍ଯ୍ୟାଳୟ, ପୋଲିସ ଥାନା, ଅବକାରି ଥାନାର ଦ୍ୱାରସ୍ଥ ହୋଇ ଦାବି କରୁଛନ୍ତି । ଆଜି ମଧ୍ୟ ଜୟପୁର ସଦର ଥାନା ଅନ୍ତର୍ଗତ ଏକମ୍ବା ଗ୍ରାମରେ ବେଆଇନ ମଦ କାରବାର ବନ୍ଦ କରିବାକୁ ଦାବୀ ହୋଇଛି । ଏନେଇ ଆଜି ଶହ ଶହ ମହିଳା ଏକତ୍ରିତ ହୋଇ ଜୟପୁର ଅବକାରି ଥାନା, ସଦର ଥାନା ଓ ଉପ ଜିଲାପାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜୟପୁର ଉପ ଜିଲାପାଳ ସୁଭ୍ରା ପଣ୍ଡା, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଓ ଅବକାରି ଥାନା ଅଧିକାରି ସୁବ୍ରତ କେଶାରି ହିରନଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୟପୁର ସଦର ଥାନା ଅନ୍ତର୍ଗତ ଏକମ୍ବାରେ ପ୍ରଚୁର ମଦ ବିକ୍ରୀ ଚାଲିଛି । କମ୍ ବୟସର ନାବାଳକମାନେ ମଧ୍ୟ ମଦ୍ୟପାନ କରୁଛନ୍ତି । ଘରର ପୁରୁଷ ମାନେ ମଦ୍ୟପାନ କରୁଛନ୍ତି । ଘରେ ଘରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମାରପିଟ ହୋଇ ଅଶାନ୍ତି ସୃଷ୍ଟି ହେଉଛି । ମଦ୍ୟପାନ କରି ଗାଡି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି । ମଦ୍ୟପାନ କରି ବହୁ ଯୁବକ ମୃତ୍ୟୁବରଣ କରୁଛନ୍ତି । ମଦ୍ୟପାନ ଯୋଗୁଁ ଅନେକ ପରିବାରରେ ଆର୍ଥିକ ଅନାଟନ, ପାରିବାରିକ ଆଶାନ୍ତି, ଘରୋଇ ହିଂସା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି । ଏହାର ସବୁଠାରୁ ଅଧିକ କୁ-ପ୍ରଭାବ ମହିଳା, ଶିଶୁ ଓ ଅସହାୟ ପରିବାର ସଦସ୍ୟଙ୍କ ଉପରେ ପଡୁଛି । ଯୁବ ପିଢି ମଧ୍ୟ ନିଶାର କୁପ୍ରଭାବରେ ପ୍ରଭାବିତ ହୋଇ ନିଜ ଭବିଷ୍ୟତ ଓ ଜୀବନର ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଏନେଇ ଗ୍ରାମରେ ମହିଳା ମାନେ ଏକତ୍ରିତ ହୋଇ ବୈଠକ କରି ଦେଶୀ ଓ ବିଦେଶୀ ମଦ ବନ୍ଦ କରିବାକୁ ନିଷ୍ପତ୍ତି ନେବା ସବ ମଦ ବିକ୍ରୀ କରୁଥିବା ଲୋକଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଥିଲେ ।

ଅପରପକ୍ଷେ ଅବକାରି ବିଭାଗ ଓ ପୋଲିସ ଏକମ୍ବା ଗ୍ରାମରେ ଚଢଉ କରି ମଦ ବିକ୍ରେତା ମାନଙ୍କୁ ମଦ ବିକ୍ରୀ ବନ୍ଦ କରିବାକୁ ଚେତାବନୀ ଦେବା ପାଇଁ ଲିଲି ମହାପାତ୍ର, ନବିନା ପରଜା, ରଶ୍ମିତା ଗାଦବା, ସନ୍ଧ୍ୟାରାଣି ବିଶ୍ୱାଳ ଅନୁରୋଧ କରିଛନ୍ତି । ଅଭିଯୋଗକୁ ଗୁରୁତ୍ଵର ସହ ନେଇ ପୋଲିସ ଓ ଅବକାରି ବିଭାଗ ପ୍ରତିଶୃତି ଦେଇଛନ୍ତି ଯେ, ଚଢଉ କରାଯାଇ ମଦ ବିକ୍ରେତାଙ୍କ ଉପରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ । ଏକମ୍ବା ଗ୍ରାମରେ ମଦ ବିକ୍ରି ବନ୍ଦ ନହେଲେ ଆଇନକୁ ହାତକୁ ନେବା ପାଇଁ ଖୋଲା ଖୋଲି ଭାବେ ମହିଳାମାନେ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande