ଅକାଳ ତଖ୍ତ ଜଥେଦାରଙ୍କ ନେତୃତ୍ୱରେ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବ ପାଳନ ପାଇଁ ୧୮୨୨ ଶ୍ରଦ୍ଧାଳୁ ଯାତ୍ରା କଲେ ପାକିସ୍ତାନ
ଅମୃତସର (ପଞ୍ଜାବ), ୨୨ ନଭେମ୍ବର (ହି.ସ.)। ଶ୍ରୀ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ପାକିସ୍ତାନରେ ଅବସ୍ଥିତ ଐତିହାସିକ ଗୁରୁଦ୍ୱାରଗୁଡ଼ିକର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଏକ ଜଥା ରବିବାର ପାକିସ୍ତାନ ଅଭିମୁଖେ ଯାତ୍ରା କରିଛି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସ୍ଜିପିସି)
ਪਾਕਿਸਤਾਨ ਰਵਾਨਾ ਹੋਣ ਮੌਕੇ ਜਥੇਦਾਰ ਕੁਲਦੀਪ ਸਿੰਘ ਗੜਗੱਜ ਤੇ ਸੰਗਤ।


ਪਾਕਿਸਤਾਨ ਰਵਾਨਾ ਹੋਣ ਸਮੇਂ ਸ਼ਰਧਾਲੂ।


ਪਾਕਿਸਤਾਨ ਰਵਾਨਾ ਹੋਣ ਸਮੇਂ ਸ਼ਰਧਾਲੂ।


ଅମୃତସର (ପଞ୍ଜାବ), ୨୨ ନଭେମ୍ବର (ହି.ସ.)। ଶ୍ରୀ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ପାକିସ୍ତାନରେ ଅବସ୍ଥିତ ଐତିହାସିକ ଗୁରୁଦ୍ୱାରଗୁଡ଼ିକର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଏକ ଜଥା ରବିବାର ପାକିସ୍ତାନ ଅଭିମୁଖେ ଯାତ୍ରା କରିଛି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସ୍ଜିପିସି) କାର୍ଯ୍ୟାଳୟରୁ ୧୮୨୨ ଜଣ ଶ୍ରଦ୍ଧାଳୁଙ୍କ ଏହି ଜଥା ଅଟାରୀ-ୱାଘା ସୀମା ଦେଇ ପାକିସ୍ତାନ ଯାତ୍ରା କରିଛି। ଏହି ଜଥାରେ ଶ୍ରୀ ଅକାଳ ତଖ୍ତ ସାହିବର ଜଥେଦାର ଜ୍ଞାନୀ କୁଲଦୀପ ସିଂହ ଗଡ଼ଗଜ୍ଜ ମଧ୍ୟ ସାମିଲ ଅଛନ୍ତି।

ଏହି ଜଥା ପାକିସ୍ତାନରେ ଶ୍ରୀ ନନକାନା ସାହିବ, ଶ୍ରୀ ପଞ୍ଜା ସାହିବ, ଗୁରୁଦ୍ୱାର ସଚ୍ଚା ସୌଦା ସମେତ ବିଭିନ୍ନ ଐତିହାସିକ ଗୁରୁଦ୍ୱାର ସାହିବରେ ମଥା ନୁଆଁଇ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିବେ। ଧାର୍ମିକ ଯାତ୍ରା ସମାପ୍ତ କରିବା ପରେ ଜଥା ଡିସେମ୍ବର ୧ ତାରିଖରେ ଭାରତ ଫେରିବ।

ଏଥର ଏସ୍ଜିପିସି ପକ୍ଷରୁ ମୋଟ ୧୮୨୮ ଜଣ ଶ୍ରଦ୍ଧାଳୁଙ୍କ ପାସପୋର୍ଟ ଓ ଭିସା ପାଇଁ ପାକିସ୍ତାନ ସରକାରଙ୍କ ନିକଟକୁ ଆବେଦନ ପଠାଯାଇଥିଲା। କିନ୍ତୁ ପାକିସ୍ତାନ ସରକାର ସେଥିମଧ୍ୟରୁ ୧୮୨୨ ଜଣଙ୍କୁ ହିଁ ଭିସା ପ୍ରଦାନ କରିଛନ୍ତି। ଫଳରେ ଭିସା ନମିଳିବାରୁ ୬ ଜଣ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇପାରିନାହାନ୍ତି।

ଏହି ଅବସରରେ ଶ୍ରୀ ଅକାଳ ତଖ୍ତ ସାହିବର ଜଥେଦାର ସିଂହ ସାହିବ ଜ୍ଞାନୀ କୁଲଦୀପ ସିଂହ ଗଡ଼ଗଜ୍ଜ କହିଛନ୍ତି ଯେ, ପ୍ରତ୍ୟେକ ଗୁରୁ ନାନକଙ୍କ ନାମ ଜପ କରୁଥିବା ଶିଖ୍ଙ୍କ ଦୈନିକ ଆରଦାସରେ ଶ୍ରୀ ନନକାନା ସାହିବ ସମେତ ବିଚ୍ଛିନ୍ନ ହୋଇରହିଥିବା ଐତିହାସିକ ଗୁରୁଧାମଗୁଡ଼ିକର ମୁକ୍ତ ଦର୍ଶନ ଓ ସେବା-ସମ୍ଭାଳ ପାଇଁ ପ୍ରାର୍ଥନା ରହିଥାଏ। ଏହି ଆରଦାସ ଶିଖ୍ ସମ୍ପ୍ରଦାୟର ହୃଦୟରେ ଏହି ପବିତ୍ର ସ୍ଥଳଗୁଡ଼ିକ ପ୍ରତି ଥିବା ଅତୁଟ ଶ୍ରଦ୍ଧା ଓ ଭଲପାଇବାକୁ ପ୍ରତିଫଳିତ କରେ।

ସେ ଆହୁରି କହିଛନ୍ତି ଯେ, ଗୁରୁ ସାହିବଙ୍କ କୃପାରୁ ସମଗ୍ର ଅଞ୍ଚଳରେ ଶାନ୍ତି, ସଦ୍ଭାବନା ଓ ଭାଇଚାରା ବଜାୟ ରହୁ। ଏଥିସହ ଶ୍ରୀ କରତାରପୁର ସାହିବ କରିଡର ମଧ୍ୟ ଖୁବ୍ଶୀଘ୍ର ଖୋଲାଯାଉ ବୋଲି ସମଗ୍ର ଶିଖ୍ ସମ୍ପ୍ରଦାୟ ପ୍ରାର୍ଥନା କରୁଛି।

ଜ୍ଞାନୀ କୁଲଦୀପ ସିଂହ ଗଡ଼ଗଜ୍ଜ କହିଛନ୍ତି ଯେ, ପୂର୍ବ ଓ ପଶ୍ଚିମ ପଞ୍ଜାବ ମଧ୍ୟରେ ସମ୍ପର୍କ ପଞ୍ଜାବୀ ମାତୃଭାଷା, ସଂସ୍କୃତି ଓ ପାରସ୍ପରିକ ପ୍ରେମ ଉପରେ ଆଧାରିତ। ସେ ଶ୍ରୀ କରତାରପୁର ସାହିବ କରିଡରକୁ ତୁରନ୍ତ ଖୋଲିବା ପାଇଁ ଦାବି କରିବା ସହ ଜଥାର ସୁଖଦ ଯାତ୍ରା ଏବଂ ସମଗ୍ର ଅଞ୍ଚଳର ମଙ୍ଗଳ ଓ ସମୃଦ୍ଧି ପାଇଁ ଗୁରୁ ସାହିବଙ୍କ ନିକଟରେ ଆରଦାସ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande