କୋଟାରେ ସଡ଼କ ଦୁର୍ଘଟଣା, ମହାରାଷ୍ଟ୍ରର ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ
କୋଟା (ରାଜସ୍ଥାନ), ୨୨ ନଭେମ୍ବର (ହି.ସ.)। କୋଟା-ଉଦୟପୁର ଜାତୀୟ ରାଜପଥରେ ଶମ୍ଭୁପୁରା ଗାଁ ନିକଟରେ ଶନିବାର ମଧ୍ୟରାତ୍ରି ପରେ ପ୍ରାୟ ଗୋଟାଏ ସମୟରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ନାନ୍ତା
यह हादसा रात लगभग एक बजे कोटा-उदयपुर नेशनल हाइवे पर शंभूपुरा गांव के पास हुआ। फोटो -  इंटरनेट मीडिया


କୋଟା (ରାଜସ୍ଥାନ), ୨୨ ନଭେମ୍ବର (ହି.ସ.)। କୋଟା-ଉଦୟପୁର ଜାତୀୟ ରାଜପଥରେ ଶମ୍ଭୁପୁରା ଗାଁ ନିକଟରେ ଶନିବାର ମଧ୍ୟରାତ୍ରି ପରେ ପ୍ରାୟ ଗୋଟାଏ ସମୟରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ନାନ୍ତା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ପାଇବା ମାତ୍ରେ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସିଟି ଏସ୍ପି ତେଜସ୍ୱନୀ ଗୌତମ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।

ପୁଲିସର ସୂଚନା ଅନୁଯାୟୀ, କ୍ରୁଜର ଗାଡ଼ିରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋଟିଏ ପରିବାରର ୧୬ ଜଣ ସଦସ୍ୟ ଯାତ୍ରା କରୁଥିଲେ। ଏହି ପରିବାର ଧାର୍ମିକ ସ୍ଥଳଗୁଡ଼ିକର ଦର୍ଶନ ପାଇଁ ମଙ୍ଗଳବାର ମହାରାଷ୍ଟ୍ରରୁ ବାହାରିଥିଲେ। ଶ୍ରଦ୍ଧାଳୁମାନେ ପ୍ରଥମେ ମଧ୍ୟପ୍ରଦେଶର ଓଁକାରେଶ୍ୱର ଏବଂ ପରେ ରାଜସ୍ଥାନର ପୁଷ୍କର ଓ ଖାଟୁଶ୍ୟାମଜୀଙ୍କ ଦର୍ଶନ କରିଥିଲେ। ଶନିବାର ରାତିରେ ସମସ୍ତେ ନିଜ ଘରକୁ ଫେରୁଥିଲେ।

ଏହି ଦୁର୍ଘଟଣାରେ କ୍ରୁଜରରେ ଥିବା ୮ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ମାଧବୀଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ସେ ମଧ୍ୟ ଆଖି ବୁଜିଥିଲେ। ନ୍ୟୁ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକ ଡା. ଆଶୁତୋଷ ଶର୍ମାଙ୍କ ସୂଚନା ଅନୁଯାୟୀ, ଆହତମାନଙ୍କୁ ହସ୍ପିଟାଲ ଅଣାଯାଇଛି। ଗୁରୁତର ଆହତ ମନୀଷାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ମୃତକମାନଙ୍କ ମଧ୍ୟରେ ଉଷା ବାଇ, ସୁଶୀଳା (୫୫), କୈଳାସ (୪୫), ସାଂଭୀ, ସଜ୍ଜନ, ଅନୀତା, ବାବୁଲାଲ (୬୦), ଜାହ୍ନବୀ (୧୩) ଏବଂ ମାଧବୀ ଅଛନ୍ତି। ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆହତମାନଙ୍କ ମଧ୍ୟରେ ଜଗଦୀଶ (୧୦), ମୟୂରୀ ପୱାର (୨୦), ମନୀଷା ପୱାର (୪୫), ଶରଦ ପୱାର (୪୬), ଗଣେଶ ପୱାର (୩୦), ସୃଜେତ (୩) ଏବଂ ଟ୍ରକ୍ ଚାଳକ ହାରୁନ୍ (୪୩) ଅଛନ୍ତି। ସମସ୍ତଙ୍କର ନ୍ୟୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଦୁର୍ଘଟଣାଗ୍ରସ୍ତ କ୍ରୁଜର ପଛରେ ଅନ୍ୟ ଏକ ଗାଡ଼ିରେ ଯାତ୍ରା କରୁଥିବା ପ୍ରଦୀପ କହିଛନ୍ତି ଯେ, ପରିବାରର ସମସ୍ତ ୩୬ ଜଣ ସଦସ୍ୟ ତିନୋଟି ଗାଡ଼ିରେ ଧାର୍ମିକ ଯାତ୍ରାରେ ବାହାରିଥିଲେ। ଖାଟୁଶ୍ୟାମଜୀଙ୍କ ଦର୍ଶନ ପରେ ଶନିବାର ରାତିରେ ସେମାନେ ମହାରାଷ୍ଟ୍ର ଅଭିମୁଖେ ଫେରୁଥିଲେ। ପ୍ରଦୀପଙ୍କ କହିବା ଅନୁଯାୟୀ, ରାସ୍ତାରେ ସମସ୍ତ ଗାଡ଼ି ପରସ୍ପରର ନିକଟରେ ଚାଲୁଥିଲା। ହଠାତ୍ ଆଗରେ ଯାଉଥିବା କ୍ରୁଜରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆହତ ଟ୍ରକ୍ ଚାଳକ ହାରୁନ୍ (୪୩) ମଧ୍ୟପ୍ରଦେଶର ଖଣ୍ଡୱା ନିବାସୀ। ସେ କହିଛନ୍ତି ଯେ, ଟ୍ରକ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ରାସ୍ତାକଡ଼ରେ ଅଟକାଇବାକୁ ପଡ଼ିଥିଲା। ସେ ଟ୍ରକ୍ଠାରୁ କିଛି ଦୂରରେ ଠିଆ ହୋଇଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା କ୍ରୁଜରଟି ପ୍ରଥମେ ତାଙ୍କୁ ଧକ୍କା ଦେଇଥିଲା ଏବଂ ପରେ ଟ୍ରକ୍ର ପଛ ଭାଗରେ ପିଟି ହୋଇଥିଲା। ଧକ୍କା ଯୋଗୁଁ ସେ ପ୍ରାୟ ୨୦ ଫୁଟ ଦୂରକୁ ଛିଟିକି ପଡ଼ି ବେହୋସ ହୋଇଯାଇଥିଲେ। ହାରୁନ୍ଙ୍କ କହିବା ଅନୁଯାୟୀ, ପ୍ରାୟ ୧୦ ମିନିଟ୍ ପରେ ଚେତା ଫେରିବାରୁ ସେ ପୁଲିସ ଏବଂ ଆମ୍ବୁଲାନ୍ସକୁ ଫୋନ୍ କରି ସୂଚନା ଦେଇଥିଲେ। ତାଙ୍କ ମୁଣ୍ଡ ଏବଂ ଆଣ୍ଠୁରେ ଆଘାତ ଲାଗିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande