
ଶ୍ରୀନଗର, ୨୨ ନଭେମ୍ବର (ହି.ସ.)- ଜାମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ପ୍ରାୟ ଛଅ କୋଟି ଟଙ୍କା ମୂଲ୍ୟର ଏକ ହେରୋଇନ୍ ଭଳି ପଦାର୍ଥ ଜବତ କରାଯାଇଛି।
କୁପୱାଡା ପୋଲିସ ଶନିବାର ଦିନ ଉତ୍ତର କାଶ୍ମୀର ଜିଲ୍ଲାର କର୍ଣ୍ଣା ଅଞ୍ଚଳର ଆମ୍ରୋହି ଠାରେ 'କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍' ସମୟରେ ପ୍ରାୟ ୮୨୭ ଗ୍ରାମ ହେରୋଇନ ଭଳି ପଦାର୍ଥ ଜବତ କରିଛି। ଏହି ଅପରେସନ୍ ସମୟରେ, କର୍ଣ୍ଣାର ଆମ୍ରୋହି ବାସିନ୍ଦା ଜମୀର୍ ଅହମ୍ମଦ ଟୁଞ୍ଚଙ୍କ ଘରେ ଖୋଜାଖୋଜି କରାଯାଇଥିଲା, ଯେଉଁଠାରୁ ଏକ କଳା ପଲିଥିନ୍ ବ୍ୟାଗ୍ ମିଳିଥିଲା ଯେଉଁଥିରେ ସନ୍ଦିଗ୍ଧ ନିଶା ଦ୍ରବ୍ୟ ରଖାଯାଇଥିଲା।
ପୋଲିସ ଏନ୍. ଡି. ପି. ଏସ୍. ଆଇନର ପ୍ରାସଙ୍ଗିକ ଧାରାରେ ଏଫ୍. ଆଇ. ଆର୍. ପଞ୍ଜୀକୃତ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକାରୀମାନେ ଆହୁରି ସୂଚନା ଦେଇଛନ୍ତି ଯେ, ଉଦ୍ଧାର ହୋଇଥିବା ପଦାର୍ଥ କେଉଁଠୁ ଆସିଛି, ତା'ର ଉତ୍ସ ଖୋଜାଯାଉଛି ଏବଂ ଅନ୍ୟ ଯୋଗାଯୋଗର ଅନୁସନ୍ଧାନ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ