
ଜାତୀୟ ସ୍ତରରେ ଓଡ଼ିଶାର ଗୌରବ
ବଢ଼ାଇଲେ ରାସ୍ତାକଡ଼ ବ୍ୟବସାୟୀ: ଡ. ତପନ ଚାନ୍ଦ
ଯୋଜନାର ସଫଳତା ପାଇଁ ଉଭୟ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ
ପିଏମ୍ ସ୍ୱନିଧି ଯୋଜନାର
କାର୍ଯ୍ୟକାରିତାକୁ ‘ଗ୍ରାଉଣ୍ଡ ଜିରୋ’ରେ ତ୍ୱରାନ୍ୱିତ କରିବା, ଉଠାଦୋକାନୀମାନଙ୍କୁ
ଆନୁଷ୍ଠାନିକ ଋଣ ବ୍ୟବସ୍ଥା ସହ ଯୋଡ଼ିବା ଏବଂ ସେମାନଙ୍କ ପରିବାରକୁ ସାମାଜିକ କଲ୍ୟାଣ ଯୋଜନାରେ
ଅନ୍ତର୍ଭୁକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ରାସ୍ତାକଡ଼ ବ୍ୟବସାୟୀଙ୍କ
ଜାତୀୟ ସଫଳତା ଓଡ଼ିଶାରେ ବ୍ୟବସାୟିକ ସହଜତାର ବଢ଼ୁଥିବା ପରିବେଶକୁ ପ୍ରତିଫଳିତ କରୁଛି
ବନ୍ଧକମୁକ୍ତ ବ୍ୟବସାୟିକ ଋଣ
ରାସ୍ତାକଡ଼ ବ୍ୟବସାୟୀଙ୍କ ସ୍ୱପ୍ନ ସାକାର କରିଛି
୨୦୨୩ରୁ ୨୦୨୫ ମଧ୍ୟରେ
ହାରାହାରି ବାର୍ଷିକ ବ୍ୟବସାୟିକ ଆୟରେ ୨୦% ବୃଦ୍ଧି
ଭୁବନେଶ୍ୱର, 22
ନଭେମ୍ବର (ହି.ସ) : ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ –
ଦ୍ରୁତତମ ଅଗ୍ରଗାମୀ’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ଜାତୀୟ ସ୍ତରରେ ରାଜ୍ୟ ପାଇଁ
ଗୌରବ ଆଣିଛି। ଏହି ସଫଳତା ତୃଣମୂଳ ସ୍ତରର ଉଦ୍ୟୋଗୀମାନଙ୍କ ସଶକ୍ତିକରଣକୁ ମଧ୍ୟ ପ୍ରତିଫଳିତ
କରୁଛି ବୋଲି ରାଜ୍ୟ ମୁଖପାତ୍ର ଡ.ତପନ ଚାନ୍ଦ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍
ଭେଣ୍ଡର୍ସ ଆତ୍ମନିର୍ଭର ନିଧି ବା ପିଏମ୍ ସ୍ୱନିଧି ଯୋଜନା ହେଉଛି ଭାରତ ସରକାରଙ୍କ ଆବାସ ଏବଂ
ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ଯୋଜନା। ଏହି ଯୋଜନା କେବଳ ଆର୍ôଥକ
ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ରାସ୍ତାକଡ଼ ବିକ୍ରେତାମାନଙ୍କୁ ସମ୍ମାନର ସହ ବଞ୍ଚିବାର
ସୁଯୋଗ ଦେଉଛି। ଉଠାଦୋକାନୀ ଏବଂ ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ବିନା କୌଣସି ବନ୍ଧକରେ ଋଣ ଯୋଗାଇ
ଦେଇ ସେମାନଙ୍କ ଜୀବିକାକୁ ସୁଦୃଢ଼ ଏବଂ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ
ବୋଲି ଡ.ଚାନ୍ଦ କହିଛନ୍ତି ।
ରାସ୍ତାକଡ଼ ବ୍ୟବସାୟୀମାନେ
ସ୍ଥାନୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନେ ସୁଲଭ ମୂଲ୍ୟରେ ସାମଗ୍ରୀ ଓ
ଅତ୍ୟାବଶ୍ୟକ ସେବା ଯୋଗାଇବା ସହ ହଜାର ହଜାର ପରିବାର ପାଇଁ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି
କରୁଛନ୍ତି। ଜାତୀୟ ସ୍ତରରେ ସେମାନଙ୍କର ଏହି ସଫଳତା ପ୍ରମାଣ କରୁଛି ଯେ, ଉଦ୍ୟୋଗୀ
ହେବା କେବଳ ବୃହତ୍ ଶିଳ୍ପ କିମ୍ବା ପ୍ରତିଷ୍ଠିତ ବ୍ୟବସାୟ ପାଇଁ ସୀମିତ ନୁହେଁ; ଦୃଢ଼
ଇଚ୍ଛାଶକ୍ତି, ନୂତନ ଚିନ୍ତାଧାରା ଓ କଠିନ ପରିଶ୍ରମ ଦ୍ୱାରା ତୃଣମୂଳ ସ୍ତରରେ ମଧ୍ୟ
ସଫଳ ଉଦ୍ୟୋଗ ସୃଷ୍ଟି ହୋଇପାରେ। ଏଭଳି ସଫଳତା ଓଡ଼ିଶାରେ ପରିବର୍ତ୍ତିତ ବ୍ୟବସାୟିକ ପରିବେଶର
ପ୍ରତିଫଳନ। ବ୍ୟବସାୟିକ ସହଜତା ବୃଦ୍ଧି,
ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଏବଂ ଜୀବିକାର ସୁଯୋଗକୁ ସୁଦୃଢ଼ କରିବା
ଲକ୍ଷ୍ୟରେ ନିଆଯାଉଥିବା ପଦକ୍ଷେପ ବିଭିନ୍ନ ଆର୍ôଥକ ବର୍ଗର ଲୋକଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରୁଛି ବୋଲି ଡ.
ଚାନ୍ଦ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଏବଂ ଓଡ଼ିଶାରେ ବିଜେପି ସରକାରଙ୍କ ନେତୃତ୍ୱରେ ପିଏମ୍ ସ୍ୱନିଧି ଯୋଜନାର କାର୍ଯ୍ୟକାରିତାକୁ
‘ଗ୍ରାଉଣ୍ଡ ଜିରୋ’ରେ ତ୍ୱରାନ୍ୱିତ କରିବା,
ଉଠାଦୋକାନୀମାନଙ୍କୁ ଆନୁଷ୍ଠାନିକ ଋଣ ବ୍ୟବସ୍ଥା ସହ ଯୋଡ଼ିବା ଏବଂ
ସେମାନଙ୍କ ପରିବାରକୁ ସାମାଜିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ
ଦେଇ ଆସୁଛନ୍ତି । ଛୋଟ ବ୍ୟବସାୟୀ, ଉଠାଦୋକାନୀ, ପରିବା ବିକ୍ରେତା,
ରାସ୍ତାକଡ଼ରେ ଖାଦ୍ୟ ବିକ୍ରେତା, ଚା' ଦୋକାନୀ
ତଥା ସହରାଞ୍ଚଳର ଗରିବ ଓ ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀମାନଙ୍କ ରାଜ୍ୟର ଅର୍ଥନୀତି ଓ ସାମାଜିକ
ବିକାଶ ପ୍ରତି ଅବଦାନକୁ ପ୍ରଶଂସା କରି ଡ. ଚାନ୍ଦ କହିଛନ୍ତି ଯେ, ରାସ୍ତାକଡ଼
ବ୍ୟବସାୟୀଙ୍କ ଏହି ଜାତୀୟ ସଫଳତା ଓଡ଼ିଶାରେ ବ୍ୟବସାୟ କରିବାର ସହଜତା ଏବଂ ଅନୁକୂଳ ବ୍ୟବସାୟିକ
ପରିବେଶର ବିକାଶକୁ ପ୍ରମାଣିତ କରୁଛି।
୨୦୨୫ ସେପ୍େଟମ୍ବର ୧ରୁ ୨୦୨୬
ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟର ପ୍ରଦର୍ଶନକୁ ଆଧାର କରି ଏହି ସ୍ୱୀକୃତି ପ୍ରଦାନ କରାଯାଇଛି।
ବିଶେଷକରି ବିନା ବନ୍ଧକରେ ଋଣ ପ୍ରଦାନ, ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଏବଂ ରାସ୍ତାକଡ଼ ବ୍ୟବସାୟୀ ଓ
ସେମାନଙ୍କ ପରିବାରକୁ ପିଏମ୍ ଜୀବନ ଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା, ପିଏମ୍
ଜନଧନ ଯୋଜନା ଭଳି ଆଠଟି ସାମାଜିକ ସୁରକ୍ଷା ଯୋଜନା ସହ ଯୋଡ଼ିବା ଏହାର ପ୍ରମୁଖ ଲକ୍ଷ୍ୟ । ପିଏମ୍
ସ୍ୱନିଧି ଯୋଜନା ଅଧୀନରେ ତିନୋଟି ପର୍ଯ୍ୟାୟରେ ମୋଟ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ
ସୁବିଧା ମିଳୁଛି। ଏହା ସହିତ ୭% ସୁଧ ସବସିଡି ମଧ୍ୟ ପ୍ରଦାନ କରାଯାଉଛି। ଏହି ଯୋଜନା ରାସ୍ତାକଡ଼
ବ୍ୟବସାୟୀଙ୍କୁ ଔପଚାରିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ିବା ସହ ଡିଜିଟାଲ୍ ପେମେଣ୍ଟକୁ
ପ୍ରୋତ୍ସାହିତ କରୁଛି। ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିବାର ଅଭ୍ୟାସ ଏବଂ ୟୁପିଆଇ ସଂଯୁକ୍ତ
“ରୁପେ” ପେମେଣ୍ଟ କ୍ରେଡିଟ୍ କାର୍ଡ ବ୍ୟବହାରକୁ ମଧ୍ୟ ଏହି ଯୋଜନା ଉତ୍ସାହିତ କରୁଛି। ଏହି
କ୍ରେଡିଟ୍ କାର୍ଡରେ ୩୦,୦୦୦ ଟଙ୍କାର ଅତିରିକ୍ତ ଋଣ ସୀମା ରହିଛି, ଯାହା
ମୋଟ ଋଣ ରାଶିଠାରୁ ଅଲଗା। ଏହି ଯୋଜନାର ସୁବିଧା ସହରାଞ୍ଚଳ, ସହର ଉପକଣ୍ଠ ଅଞ୍ଚଳ ଏବଂ
ଅନ୍ୟାନ୍ୟ ଯୋଗ୍ୟ ଅଞ୍ଚଳର ବ୍ୟବସାୟୀମାନଙ୍କୁ ମିଳୁଛି। ଯୋଗ୍ୟ ବ୍ୟବସାୟୀମାନେ ପିଏମ୍ ସ୍ୱନିଧି
ପୋର୍ଟାଲ୍ କିମ୍ବା ଅନୁମୋଦିତ ବ୍ୟାଙ୍କିଙ୍ଗ୍ ସଂସ୍ଥା ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ
୨୦୨୬ ସୁଦ୍ଧା ଏହି ଯୋଜନାରେ ମୋଟ ୭୬.୯୫ ଲକ୍ଷ ରାସ୍ତାକଡ଼ ବ୍ୟବସାୟୀ ଉପକୃତ ହୋଇଛନ୍ତି।
ଏଥିମଧ୍ୟରୁ ୯୫% ହିତାଧିକାରୀଙ୍କ ପାଇଁ ଏହା ପ୍ରଥମ ବ୍ୟାଙ୍କ ଋଣ ବୋଲି ଜଣାପଡ଼ିଛି। ଅଧ୍ୟୟନ
ଅନୁଯାୟୀ, ୨୦୨୩ରୁ
୨୦୨୫ ମଧ୍ୟରେ ଋଣ ନେଇଥିବା ବ୍ୟବସାୟୀଙ୍କ ହାରାହାରି ବାର୍ଷିକ ବ୍ୟବସାୟିକ ଆୟରେ ପ୍ରାୟ ୨୦%
ବୃଦ୍ଧି ହୋଇଛି। ୨୦୨୫ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶାରେ ଏହି ଯୋଜନା ଅଧୀନରେ ମୋଟ ୬୪,୧୭୬ ଜଣ
ହିତାଧିକାରୀ ଉପକୃତ ହୋଇଛନ୍ତି ବୋଲି ଡ.ଚାନ୍ଦ କହିଛନ୍ତି ।
ଓଡ଼ିଶାର ଏହି ଜାତୀୟ ସଫଳତା
ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ସହିତ ରାଜ୍ୟର ଅର୍ଥନୀତିକୁ ପ୍ରତିଦିନ ସମୃଦ୍ଧ
କରୁଥିବା ହଜାର ହଜାର ରାସ୍ତାକଡ଼ ବ୍ୟବସାୟୀଙ୍କ ପାଇଁ ଏକ ନୂତନ ପ୍ରେରଣା ହୋଇ ରହିବ। ବ୍ୟାଙ୍କ
ଏବଂ ପୌରସଂସ୍ଥାଗୁଡ଼ିକର ମିଳିତ କାର୍ଯ୍ୟଧାରାକୁ ବିଜେପି ନେତୃତ୍ୱାଧୀନ ସରକାର ଗୁରୁତ୍ୱ ଦେଇ
ଆସୁଛନ୍ତି ବୋଲି କହିବା ସହିତ ଏହି ଯୋଜନାର ସଫଳତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ
ରାଜ୍ୟ ବିଜେପି ତରଫରୁ ଡ.ଚାନ୍ଦ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା