
କରିମନଗର (ତେଲେଙ୍ଗାନା), ୨୩ ନଭେମ୍ବର (ହି.ସ.)। ତେଲେଙ୍ଗାନାର ଉତ୍ତର-ମଧ୍ୟ ଭାଗରେ ମନେର ନଦୀ କୂଳରେ ଅବସ୍ଥିତ କରିମନଗର ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ର ମହା ପଦଯାତ୍ରା (ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ)ର ସାକ୍ଷୀ ହେବାକୁ ଯାଉଛି। ଏଥିରେ ସାମିଲ ହେବା ପାଇଁ ବିଜେପିର ଜାତୀୟ ସଭାପତି ନୀତିନ ନବୀନ ଆଜି ଅପରାହ୍ନରେ ପହଞ୍ଚୁଛନ୍ତି। କରିମନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନିର୍ମିତ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ସେ ସିଧାସଳଖ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବେ। ଏଠାରୁ ମହା ପଦଯାତ୍ରା ଆରମ୍ଭ ହେବ। ନୀତିନ ନବୀନ ବୈଶ୍ୟ ଭବନରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଜାତୀୟ ସଭାପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ବିଜେପିର ଏକ୍ସ ହ୍ୟାଣ୍ଡେଲରେ ଉପଲବ୍ଧ ସୂଚନା ଅନୁଯାୟୀ, ଦଳର ସଭାପତି ନୀତିନ ନବୀନ ଅପରାହ୍ନ ୧ଟା ୪୫ ମିନିଟ୍ରେ ବୈଶ୍ୟ ଭବନ ନିକଟରେ ଏହି ପଦଯାତ୍ରାରେ ସାମିଲ ହେବେ। ତାଙ୍କର ଅଭିଭାଷଣ ପରେ ପଦଯାତ୍ରା ଆରମ୍ଭ ହେବ। ଏହି ପଦଯାତ୍ରା ବୈଶ୍ୟ ଭବନ, ରାଜୀବ ଛକ, ଟାୱାର ସର୍କଲ, ଘଡ଼ିଆଳ ସେଣ୍ଟର, ଶାସ୍ତ୍ରୀ ରୋଡ୍ ଏବଂ ଭାରତ ଟକିଜ୍ ଦେଇ କମାନ ଛକରେ ପହଞ୍ଚିବ। ସନ୍ଧ୍ୟାରେ ସେଠାରୁ ସେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ। ସେଠାରୁ ଦିଲ୍ଲୀ ଫେରିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା