ସାଇବର ଠକେଇ ଅଭିଯୁକ୍ତ ଶେଖ ସାବିର କୋଲକାତା ବିମାନବନ୍ଦରରୁ ଗିରଫ
କୋଲକାତା, ୦୩ ନଭେମ୍ବର (ହି.ସ.)- କର୍ଣ୍ଣାଟକରେ ସାଇବର ଠକେଇର ଏକାଧିକ ମାମଲାରେ ଖୋଜାଯାଉଥିବା ଅଭିଯୁକ୍ତ ଶେଖ ସାବିରଙ୍କୁ କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ଅଭିଯୁକ୍ତ ମଙ୍ଗଳବାର ଭୋରରୁ କୋଲକାତାରୁ ଦୁବାଇ ଫେରାର ହେବାକୁ ଯୋଜନା କରୁଥିଲା। ଏହି ସ
साइबर ठगी की सांकेतिक फोटो


କୋଲକାତା, ୦୩ ନଭେମ୍ବର (ହି.ସ.)- କର୍ଣ୍ଣାଟକରେ ସାଇବର ଠକେଇର ଏକାଧିକ ମାମଲାରେ ଖୋଜାଯାଉଥିବା ଅଭିଯୁକ୍ତ ଶେଖ ସାବିରଙ୍କୁ କୋଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ଅଭିଯୁକ୍ତ ମଙ୍ଗଳବାର ଭୋରରୁ କୋଲକାତାରୁ ଦୁବାଇ ଫେରାର ହେବାକୁ ଯୋଜନା କରୁଥିଲା। ଏହି ସମୟରେ ଆବାସନ ବିଭାଗର ଅଧିକାରୀମାନେ ତାକୁ ଧରିଥିଲେ। ତା’ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି ହୋଇଥିଲା।

ପୁଲିସ ସୂତ୍ର ଅନୁଯାୟୀ, ଶେଖ ସାବିର ମଙ୍ଗଳବାର ଭୋରରୁ ଦୁବାଇ ଯିବା ପାଇଁ କୋଲକାତା ବିମାନବନ୍ଦରରେ ପହଂଚିଥିଲା। ଦସ୍ତାବିଜ୍ ଯାଂଚ ସମୟରେ ତା’ ବିରୋଧରେ ଜାରି ହୋଇଥିବା ଲୁକ୍ଆଉଟ୍ ନୋଟିସ୍ ବିଷୟରେ ଜଣାପଡ଼ିବା ପରେ ଆବାସନ ଅଧିକାରୀମାନେ ତାକୁ ଅଟକ ରଖିଥିଲେ। ପରେ ତାକୁ ବିମାନବନ୍ଦର ଥାନାର ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ତାକୁ ଗିରଫ କରିଛି। ଏ ସମ୍ପର୍କରେ କର୍ଣ୍ଣାଟକ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି।

କୁହାଯାଇଛି ଯେ, ଶେଖ ସାବିର କର୍ଣ୍ଣାଟକରେ ସକ୍ରିୟ ଥିବା ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗ ସହ ଜଡ଼ିତ ଥିବା ଅଭିଯୋଗ ରହିଛି। ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟ୍ର ଭୟ ଦେଖାଇ ବ୍ଲାକ୍ମେଲ୍ କରିବା ଏବଂ ଆର୍ôଥକ ଠକେଇ କରିବା ନେଇ ମଧ୍ୟ ତା’ ବିରୋଧରେ ଅଭିଯୋଗ ରହିଛି। ଏହି ମାମଲାଗୁଡ଼ିକରେ ବେଙ୍ଗାଲୁରୁ ସିଟି ସାଇବର ଅପରାଧ ଥାନାରେ ଏକାଧିକ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ପୁଲିସ ଓ ସିଆଇଡି ଦୀର୍ଘଦିନ ଧରି ଶେଖ ସାବିରଙ୍କୁ ଖୋଜୁଥିଲେ। ତାଙ୍କର କୌଣସି ସନ୍ଧାନ ନମିଳିବାରୁ ତାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ଏବେ କୋଲକାତା ବିମାନବନ୍ଦରରୁ ଗିରଫ ହେବା ପରେ ତାଙ୍କୁ କର୍ଣ୍ଣାଟକ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ କର୍ଣ୍ଣାଟକ ନେବା ପାଇଁ ପୁଲିସ ଅଦାଲତରେ ଅନୁମତି ମାଗୁଛି। ସେଠାରେ ସାଇବର ଠକେଇ ମାମଲାଗୁଡ଼ିକରେ ତାଙ୍କୁ ପଚରାଉଚରା କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande