ତାମିଲନାଡୁରେ ୨୬ ହଜାର ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ୩,୦୦୦ କୋଟି ଟଙ୍କାର ଋଣ ସହାୟତା
ମୁଖ୍ୟମନ୍ତ୍ରୀ ବିଜୟ ବାଂଟିଲେ ମଞ୍ଜୁରୀପତ୍ର ଇରୋଡ, ୦୩ ନଭେମ୍ବର (ହି.ସ.) - ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ମଙ୍ଗଳବାର ଇରୋଡ ଜିଲ୍ଲାର ପେରୁନ୍ଦୁରାଇଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ୨୬ ହଜାର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳା ଉଦ୍ୟୋଗୀଙ୍କୁ ୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ
# महिला स्वयं सहायता समूहों को 3,000 करोड़ रुपये का बैंक ऋण – पेरुंदुरई में मुख्यमंत्री विजय!!!


ମୁଖ୍ୟମନ୍ତ୍ରୀ ବିଜୟ ବାଂଟିଲେ ମଞ୍ଜୁରୀପତ୍ର

ଇରୋଡ, ୦୩ ନଭେମ୍ବର (ହି.ସ.) - ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ମଙ୍ଗଳବାର ଇରୋଡ ଜିଲ୍ଲାର ପେରୁନ୍ଦୁରାଇଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ୨୬ ହଜାର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳା ଉଦ୍ୟୋଗୀଙ୍କୁ ୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରିଥିଲେ। ମହିଳାମାନଙ୍କୁ ସ୍ୱରୋଜଗାରର ସୁଯୋଗ ଯୋଗାଇବା ସହ ସେମାନଙ୍କ ବର୍ତମାନର ବ୍ୟବସାୟକୁ ବିସ୍ତାର କରିବାରେ ସହାୟତା କରିବା ଏହି ଆର୍ôଥକ ସହାୟତାର ଉଦ୍ଦେଶ୍ୟ।

ତାମିଲଗା ୱେତ୍ରି କଝଗମ୍ (ଟିଭିକେ) କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ସରକାରୀ ଯୋଜନାର ଶୁଭାରମ୍ଭ କରୁଛନ୍ତି ଏବଂ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି। ଏହି କ୍ରମରେ ସେ ଅକ୍ଟୋବର ୧୬ ତାରିଖରେ କୋୟମ୍ବତୁରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପେରିୟାର ଅରିଭୁଲଗମ୍ର ଉଦ୍ଘାଟନ କରିଥିଲେ। ଏହାପରେ ନଭେମ୍ବର ୨ ତାରିଖରେ ପୁଦୁକୋଟ୍ଟାଇରେ ପହଂଚି ୨୩.୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ବସ୍ଷ୍ଟାଣ୍ଡର ଉଦ୍ଘାଟନ କରିବା ସହ ଏହାର ନିରୀକ୍ଷଣ କରିଥିଲେ। ମଙ୍ଗଳବାର ଇରୋଡ ଜିଲ୍ଲାରେ ସେ ବିଭିନ୍ନ କଲ୍ୟାଣକାରୀ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ।

ପେରୁନ୍ଦୁରାଇ-କାଞ୍ଜିକୋଭିଲ ରୋଡ୍ସ୍ଥିତ ଶ୍ରୀ ଲକ୍ଷ୍ମୀ ନାରାୟଣ ମହଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ୩,୦୦୦ କୋଟି ଟଙ୍କାର ଋଣ ସହାୟତା ଯୋଗାଇଥିଲେ। କୁହାଯାଇଛି ଯେ ଏହି ଯୋଜନାରେ ପ୍ରତ୍ୟେକ ଗୋଷ୍ଠୀକୁ ହାରାହାରି ପ୍ରାୟ ୧୧.୫ ଲକ୍ଷ ଟଙ୍କାର ଋଣ ମିଳିପାରିବ। ଏହି ଅର୍ଥରେ ମହିଳାମାନେ ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟ ଆରମ୍ଭ କରିବା ସହ ନିଜର ବର୍ତମାନର ଉଦ୍ୟୋଗକୁ ବିସ୍ତାର କରିପାରିବେ।

କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଆୟୋଜିତ ଉତ୍ପାଦ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ସେ ବିଭିନ୍ନ ଷ୍ଟଲ୍କୁ ଯାଇ ମହିଳାମାନେ ପ୍ରସ୍ତୁତ କରିଥିବା ଉତ୍ପାଦଗୁଡ଼ିକ ଦେଖିବା ସହ ସେମାନଙ୍କ ପରିଶ୍ରମକୁ ପ୍ରଶଂସା କରିଥିଲେ। ଏହି ସମୟରେ ସେ ଅନେକ ଉତ୍ପାଦ ଟଙ୍କା ଦେଇ କିଣିଥିଲେ। ବିଶେଷ କରି ନିଜର ଫଟୋ ଛପାଯାଇଥିବା ହସ୍ତତନ୍ତ ବେଡ୍ସିଟ୍ ଦେଖି ସେ ଅଟକିଥିଲେ ଏବଂ ତାହାକୁ ମଧ୍ୟ କିଣିଥିଲେ।

ପ୍ରଦର୍ଶନୀରେ ଉପସ୍ଥିତ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା କରିଥିଲେ ଏବଂ ତାଙ୍କ ପ୍ରତି ଉତ୍ସାହ ପ୍ରକାଶ କରିଥିଲେ। ଆର୍ôଥକ ସହାୟତା ପାଇଥିବା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କୁ ହାତରେ ହୃଦୟ ଚିହ୍ନ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଅନୁରୋଧ ଗ୍ରହଣ କରି ହୃଦୟ ଚିହ୍ନ କରିଥିଲେ। ଏଥିରେ ମହିଳାମାନେ ବେଶ୍ ଖୁସି ହୋଇଥିଲେ। ଅନେକ ମହିଳା ତାଙ୍କ ସହ ଫଟୋ ଉଠାଇଥିଲେ ଏବଂ ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ।

କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଏମ୍ଜିଆର୍ଙ୍କ ଦ୍ୱାରା ରାଜଦଣ୍ଡ ପ୍ରଦାନ କରାଯାଉଥିବା ଆକୃତିର ଏକ ସ୍ମୃତିଚିହ୍ନ ଉପହାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ଏନ୍. ଆନନ୍ଦ, ସେଙ୍ଗୋଟ୍ଟାୟନ, ଅରୁଣରାଜ ଓ ବିଜୟ ବାଲାଜୀଙ୍କ ସମେତ ଅନେକ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ବିଜୟମଙ୍ଗଳମ୍ ସିପକଟ୍ ଅଂଚଳରୁ ରୋଡ୍ ଶୋ’ କରିଥିଲେ। ରୋଡ୍ ଶୋ’ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଲୋକ ଓ ଟିଭିକେ କର୍ମୀ ଉପସ୍ଥିତ ଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିଲେ। ଏହି ସମୟରେ ତାଙ୍କ ସହ ଫଟୋ ଉଠାଇବା ଓ ଅଭିବାଦନ ଜଣାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।

------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande