ଆଡଭାନୀଙ୍କ ଜନ୍ମଦିନରେ ବିଜେପି ମୁଖ୍ୟାଳୟରେ ହୋମଯଜ୍ଞ, ନୀତିନ ନବୀନ ଜଣାଇଲେ ଦୀର୍ଘାୟୁ କାମନା
ନୂଆଦିଲ୍ଲୀ, ୦୮ ନଭେମ୍ବର (ହି.ସ.)। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଓ ଭାରତ ରତ୍ନ ଲାଲକୃଷ୍ଣ ଆଡଭାଣୀଙ୍କ ୯୯ତମ ଜନ୍ମଦିନ ଅବସରରେ ରବିବାର ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଦଳର ବହୁ ବରିଷ
भाजपा के राष्ट्रीय अध्यक्ष नितिन नवीन


ନୂଆଦିଲ୍ଲୀ, ୦୮ ନଭେମ୍ବର (ହି.ସ.)। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଓ ଭାରତ ରତ୍ନ ଲାଲକୃଷ୍ଣ ଆଡଭାଣୀଙ୍କ ୯୯ତମ ଜନ୍ମଦିନ ଅବସରରେ ରବିବାର ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ହୋମଯଜ୍ଞ ମାଧ୍ୟମରେ ଆଡଭାଣୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରାଯାଇଥିଲା। ଆଡଭାଣୀ ଆଜି ନିଜ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରୁଛନ୍ତି।

କାର୍ଯ୍ୟକ୍ରମରେ ସକାଳ ୧୦ଟାରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହାପରେ ଆଡଭାଣୀଙ୍କ ଜୀବନଯାତ୍ରା ଏବଂ ତାଙ୍କର ପ୍ରମୁଖ ଭାଷଣ ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ବିଜେପି ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ଏହି ସମାରୋହକୁ ସମ୍ବୋଧିତ କରିଥିଲେ।

ନୀତିନ ନବୀନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ଆଡଭାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସଂଘଠାରୁ ଆରମ୍ଭ କରି ବିଜେପି ପର୍ଯ୍ୟନ୍ତ ସଂଗଠନର ବିସ୍ତାର ଏବଂ ରାଷ୍ଟ୍ରବାଦୀ ବିଚାରଧାରାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନକୁ ଜନଆନ୍ଦୋଳନର ରୂପ ଦେବାରେ ଆଡଭାଣୀଙ୍କ ଭୂମିକାକୁ ମଧ୍ୟ ସେ ସ୍ମରଣ କରିଥିଲେ।

ବିଜେପି ଅଧ୍ୟକ୍ଷ କହିଥିଲେ ଯେ, ସାର୍ବଜନୀନ ଜୀବନରେ ଆଡଭାଣୀଙ୍କ ସ୍ୱଚ୍ଛତା ଏବଂ ସଂଗଠନ ପ୍ରତି ତାଙ୍କର ଅତୁଟ ନିଷ୍ଠା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାର ଉତ୍ସ। ଏଥିସହିତ ସେ ଈଶ୍ୱରଙ୍କ ନିକଟରେ ଆଡଭାଣୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande