ଶେରେଥାଙ୍ଗଠାରେ ବୀର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଗ୍ୟାଙ୍ଗଟୋକ (ସିକ୍କିମ), ୦୮ ନଭେମ୍ବର (ହି.ସ.)। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନିଜର ଆଞ୍ଚଳିକ ଗସ୍ତ ଅବସରରେ ଭାରତ-ଚୀନ ସୀମାବର୍ତ୍ତୀ ସିକ୍କିମର ଶେରେଥାଙ୍ଗ ଗସ୍ତ କରିଛନ୍ତି। ସେନାର ଏକ ହେଲିକପ୍ଟର ଯୋଗେ ସେ ଶେରେଥାଙ୍ଗସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରିଥିଲେ। ଏହି ଅବସରରେ ଗାଙ୍ଗଟୋକ
रक्षामंत्री बाबा हरभजन सिंह का पूजा करते हुए।


ଗ୍ୟାଙ୍ଗଟୋକ (ସିକ୍କିମ), ୦୮ ନଭେମ୍ବର (ହି.ସ.)। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନିଜର ଆଞ୍ଚଳିକ ଗସ୍ତ ଅବସରରେ ଭାରତ-ଚୀନ ସୀମାବର୍ତ୍ତୀ ସିକ୍କିମର ଶେରେଥାଙ୍ଗ ଗସ୍ତ କରିଛନ୍ତି। ସେନାର ଏକ ହେଲିକପ୍ଟର ଯୋଗେ ସେ ଶେରେଥାଙ୍ଗସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରିଥିଲେ।

ଏହି ଅବସରରେ ଗାଙ୍ଗଟୋକ ଜିଲ୍ଲାପାଳ ରୋହନ ଅଗୱାନେ, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଡ. ଛିରିଂ ନାମଗ୍ୟାଲ ଗ୍ୟାତ୍ସୋ, ଗୃହ ବିଭାଗର ଯୁଗ୍ମ ସଚିବ ଜନ୍ ଗୁରୁଙ୍ଗ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ସିଂହ ଶେରେଥାଙ୍ଗ ଯୁଦ୍ଧ ସ୍ମାରକୀରେ ପୁଷ୍ପାଞ୍ଜଳି ଅର୍ପଣ କରି ଦେଶ ସେବାରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ଯବାନମାନେ ପ୍ରଦର୍ଶନ କରିଥିବା ସାହସ ଓ ବୀରତ୍ୱକୁ ସେ ନମନ କରିଥିଲେ।

ଏହାପରେ ସେ ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ। କଠିନ ପରିସ୍ଥିତିରେ ମଧ୍ୟ ଦେଶର ସୀମା ସୁରକ୍ଷା ପ୍ରତି ସେମାନଙ୍କ ସମର୍ପଣ ଓ ଅବଦାନକୁ ସେ ପ୍ରଶଂସା କରିଥିଲେ। ଏହାସହ ସେ ବାବା ହରଭଜନ ସିଂହ ମନ୍ଦିର ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିରକ୍ଷା ମନ୍ତ୍ରୀ ସିଂହ ନିଜ ଗସ୍ତର ପ୍ରଥମ ଦିନ ନଭେମ୍ବର ୭ ତାରିଖରେ ପଶ୍ଚିମବଙ୍ଗର ବାଗଡୋଗ୍ରା ବାୟୁସେନା କେନ୍ଦ୍ରରେ ଭାରତୀୟ ବାୟୁସେନାର ଅଧିକାରୀ ଓ ଯବାନମାନଙ୍କ ସହ ସାକ୍ଷାତ କରିଥିଲେ। ଏହାବ୍ୟତୀତ ସେ ଶିଲିଗୁଡ଼ିର ସୁକନାଠାରେ ମଧ୍ୟ ଭାରତୀୟ ସେନାର ଯବାନମାନଙ୍କ ସହ ଆଲୋଚନା କରିଥିଲେ। ଗସ୍ତର ଦ୍ୱିତୀୟ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ସିଂହ ଆଜି ସକାଳେ ସିକ୍କିମରେ ପହଞ୍ଚିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande