ଚିତ୍ରକୂଟରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଦୁର୍ଘଟଣାର ବିପତ୍ତି, ଟ୍ରଲି ଓଲଟି ୪ ମୃତ, ୧୨ ଆହତ
ଚିତ୍ରକୂଟ (ଉତ୍ତରପ୍ରଦେଶ), ୦୯ ନଭେମ୍ବର (ହି.ସ.)। ଭଗବାନ ଶ୍ରୀରାମଙ୍କ ତପୋଭୂମିରୁ ଦୀପାବଳି ଅବସରରେ ଭଗବାନ କାମତାନାଥଙ୍କ ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୋମବାର ଦିନ ଦୁଃଖଦ ହୋଇଛି। ରୈପୁରା ଥାନା ଅଞ୍ଚଳର ରାମନଗର ନିକଟରେ କେନାଲ ପାଖରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର-
चित्रकूट दर्शन कर लौट रहे श्रद्धालुओं पर टूटा मौत का कहर, ट्रॉली पलटने से 4 की दर्दनाक मौत, 12 घायल


ଚିତ୍ରକୂଟ (ଉତ୍ତରପ୍ରଦେଶ), ୦୯ ନଭେମ୍ବର (ହି.ସ.)। ଭଗବାନ ଶ୍ରୀରାମଙ୍କ ତପୋଭୂମିରୁ ଦୀପାବଳି ଅବସରରେ ଭଗବାନ କାମତାନାଥଙ୍କ ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୋମବାର ଦିନ ଦୁଃଖଦ ହୋଇଛି। ରୈପୁରା ଥାନା ଅଞ୍ଚଳର ରାମନଗର ନିକଟରେ କେନାଲ ପାଖରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ନିଷ୍ପାପ ଶିଶୁ ମଧ୍ୟ ସାମିଲ ଅଛନ୍ତି।

ଏହି ଶ୍ରଦ୍ଧାଳୁମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ଟ୍ରାକ୍ଟର-ଟ୍ରଲି ଯୋଗେ ପ୍ରୟାଗରାଜ ଫେରୁଥିଲେ। ରାମନଗର ନିକଟରେ କେନାଲ ପାଖରେ ହଠାତ୍ ଟ୍ରଲିର କିଳା (ଗୁଲ୍ଲା) ବାହାରିଯିବାରୁ ଏହା ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରଲିରେ ବସିଥିବା ଶ୍ରଦ୍ଧାଳୁମାନେ ଏହା ତଳେ ଚାପି ହୋଇଯାଇଥିଲେ। ମୃତକ ଓ ଆହତଙ୍କ ମଧ୍ୟରେ ମଧ୍ୟପ୍ରଦେଶର ରେୱା ଏବଂ ପ୍ରୟାଗରାଜ ଜିଲ୍ଲାର ବାସିନ୍ଦା ଅଛନ୍ତି। ପୁଲିସ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ।

ଏହି ଦୁର୍ଘଟଣାରେ ମଧ୍ୟପ୍ରଦେଶର ରେୱା ଜିଲ୍ଲା ଚାକଘାଟ ଥାନା ଅନ୍ତର୍ଗତ ମଝଗୱାଁ ନିବାସୀ ଶିବାଂଶ (୭), ତ୍ରିବେଣୀ (୪୦) ଏବଂ ନନ୍ହେ (୬) ଓ ପ୍ରୟାଗରାଜର ଖେରୀ ଥାନା ଅନ୍ତର୍ଗତ ଉଞ୍ଚା ଗାଁ ନିବାସୀ ରାଧେକୃଷ୍ଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ସୂଚନା ପାଇ ଜିଲ୍ଲାପାଳ ପୁଲକିତ ଗର୍ଗ ଏବଂ ପୁଲିସ ଅଧୀକ୍ଷକ ଅରୁଣ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ପୀଡ଼ିତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତାର ଭରସା

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସେ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାର ସହ ଯୋଗାଯୋଗ କରି ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ କହିଛନ୍ତି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande