ମଧ୍ୟପ୍ରଦେଶର କଟନୀ ଏବଂ ସିଓନିରେ ଦୁଇଟି ଅଗ୍ନିକାଣ୍ଡ ଘଟଣାରେ ୧୨ ଜଣ ଜୀବନ୍ତ ଦଗ୍ଧ
ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା ଭୋପାଳ, ୦୯ ନଭେମ୍ବର(ହି.ସ.) – ଏକ ଦୁଃଖଦ ଘଟଣାରେ, ମଧ୍ୟପ୍ରଦେଶର କଟନୀ ଜିଲ୍ଲାର ବର୍ହି ଏବଂ ସିଓନି ଜିଲ୍ଲାର ଛାପାରା ଠାରେ ଦୀପାବଳି ପର୍ବ ଅବସରରେ ରବିବାର ରାତିରେ ଘଟିଥିବା ଅଗ
ମଧ୍ୟପ୍ରଦେଶର କଟନୀ ଏବଂ ସିଓନିରେ ଦୁଇଟି ଅଗ୍ନିକାଣ୍ଡ ଘଟଣାରେ ୧୨ ଜଣ ଜୀବନ୍ତ ଦଗ୍ଧ


ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା

ଭୋପାଳ, ୦୯ ନଭେମ୍ବର(ହି.ସ.) – ଏକ ଦୁଃଖଦ ଘଟଣାରେ, ମଧ୍ୟପ୍ରଦେଶର କଟନୀ ଜିଲ୍ଲାର ବର୍ହି ଏବଂ ସିଓନି ଜିଲ୍ଲାର ଛାପାରା ଠାରେ ଦୀପାବଳି ପର୍ବ ଅବସରରେ ରବିବାର ରାତିରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇ ପରିବାରର ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁଇଟି ଦୁର୍ଘଟଣାରେ ଦୁଇଟି ପରିବାରର ସଦସ୍ୟଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ଆର୍ôଥକ ସହାୟତା ମଧ୍ୟ ସେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ ସୋମବାର ସୋସିଆଲ ମିଡିଆ ଏକ୍ସ' ରେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସେ ସମସ୍ତ ମୃତବ୍ୟକ୍ତିଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ କହିଛନ୍ତି ଯେ, ରାଜ୍ୟ ସରକାର ଉକ୍ତ ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ଅମର ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଏହି ଗଭୀର ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।

ବାସ୍ତବରେ, ରାଜ୍ୟରେ ଦୀପାବଳିର ପୂର୍ବ ସନ୍ଧ୍ୟାରେ ଏକ ତିନି ମହଲା ଘରେ ଘଟିଥିବା ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଦୁଇ ମାସର ଏକ ଶିଶୁ, ଦୁଇଟି ଛୋଟ ପିଲା, ସେମାନଙ୍କ ମାଆ ଏବଂ ଜେଜେବାପା-ଜେଜେମା ଅଛନ୍ତି। ଏଥିସହିତ, ସିଓନିରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟ ସ୍ଥାନରେ କିଛି ଲୋକ କୌଣସି ପ୍ରକାରେ ଖସି ପଳାଇବାରେ ସଫଳ ହୋଇଥିଲେ। ଉଭୟ ସ୍ଥାନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande