ମଧ୍ୟପ୍ରଦେଶ: ଦୀପାବଳି ରାତିରେ ନିଆଁ ଉଜାଡ଼ିଦେଲା ଦୁଇ ପରିବାର, କଟନୀ ଓ ସିଓନୀରେ ଜୀବନ୍ତ ଦଗ୍ଧ ହୋଇ ୧୨ ଜଣଙ୍କ ମୃତ୍ୟୁ
କଟନୀରେ ଦୁଇ ମାସର ଶିଶୁ ସମେତ ଗୋଟିଏ ପରିବାରର ୬ ଜଣ ଜୀବନ୍ତ ଦଗ୍ଧ, ସିଓନୀର ଛପାରାରେ ମଧ୍ୟ ୬ ଜଣଙ୍କ ମୃତ୍ୟୁ କଟନୀ/ସିଓନୀ, ୦୯ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶରେ ଦୀପାବଳି ରାତି ଦୁଇଟି ପରିବାର ପାଇଁ ଜୀବନର ସବୁଠାରୁ ଦୁଃଖଦ ଘଟଣା ପାଲଟିଛି। କଟନୀ ଜିଲ୍ଲାର ବରହୀ ଏବଂ ସିଓନୀ ଜିଲ୍ଲାର ଘରେ ଲାଗି
कटनी में दो माह के मासूम समेत एक ही परिवार के छह सदस्य जिंदा जले


सिवनी के छपारा में भी छह की गई जान


କଟନୀରେ ଦୁଇ ମାସର ଶିଶୁ ସମେତ ଗୋଟିଏ ପରିବାରର ୬ ଜଣ ଜୀବନ୍ତ ଦଗ୍ଧ, ସିଓନୀର ଛପାରାରେ ମଧ୍ୟ ୬ ଜଣଙ୍କ ମୃତ୍ୟୁ

କଟନୀ/ସିଓନୀ, ୦୯ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶରେ ଦୀପାବଳି ରାତି ଦୁଇଟି ପରିବାର ପାଇଁ ଜୀବନର ସବୁଠାରୁ ଦୁଃଖଦ ଘଟଣା ପାଲଟିଛି। କଟନୀ ଜିଲ୍ଲାର ବରହୀ ଏବଂ ସିଓନୀ ଜିଲ୍ଲାର ଘରେ ଲାଗିଥିବା ଭୟାବହ ନିଆଁରେ ୧୨ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୩ ଜଣ ପୁରୁଷ ଏବଂ ୫ ଜଣ ଶିଶୁ ରହିଛନ୍ତି। କଟନୀରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ମାସର ଶିଶୁ ମଧ୍ୟ ରହିଛି। ସେହିପରି ସିଓନୀରେ ମଧ୍ୟ ଗୋଟିଏ ପରିବାରର ୬ ଜଣ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଉଭୟ ଘଟଣାରେ ଘରେ ଉପସ୍ଥିତ ମୋଟ ୨୦ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଦୁଃଖଦ ଘଟଣା ପରେ ଉଭୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କଟନୀ: ତିନି ମହଲା ଘରେ ଫସି ରହିଲେ ପରିବାର, ଦୁଇ ମାସର ଶିଶୁ ସମେତ ୬ ମୃତ

କଟନୀ ଜିଲ୍ଲାର ବରହୀରେ ଦୀପାବଳି ରାତି ପ୍ରାୟ ୧୨ଟା ସମୟରେ ପୂରନ ଅଗ୍ରୱାଲଙ୍କ କ୍ରକେରି ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ଦୋକାନ ସଂଲଗ୍ନ ତିନି ମହଲା କୋଠାକୁ ମଧ୍ୟ ଚାହୁଁଚାହୁଁ ନିଆଁ ବ୍ୟାପିଯାଇଥିଲା। ନିଆଁ ଓ ଧୂଆଁ ଯୋଗୁଁ ଘରେ ଥିବା ପରିବାର ସଦସ୍ୟମାନେ ବାହାରକୁ ବାହାରି ପାରିନଥିଲେ। ଏହି ଦୁର୍ଘଟଣାରେ ୭୭ ବର୍ଷୀୟ ପୂରନ ଅଗ୍ରୱାଲ, ତାଙ୍କ ପତ୍ନୀ ଚନ୍ଦ୍ରକଳା (୭୪), ବୋହୂ ପୂନମ, ୧୪ ବର୍ଷୀୟା ଆର୍ଯ୍ୟା, ୬ ବର୍ଷୀୟା ଅନ୍ୱୀ ଏବଂ ଦୁଇ ମାସର ଶିଶୁର ମୃତ୍ୟୁ ହୋଇଛି।

ଘଟଣା ସମୟରେ ରିତେଶ ଅଗ୍ରୱାଲ ଏବଂ ତାଙ୍କ ଭାଉଜ କୌଣସି ପ୍ରକାରେ ଘରୁ ବାହାରିବାରେ ସଫଳ ହୋଇଥିଲେ। ନିଆଁର ଭୟାବହତା ଦେଖି ଉଭୟ ପାଟି କରି ସାହାଯ୍ୟ ମାଗିଥିଲେ। କିନ୍ତୁ ସେତେବେଳକୁ ନିଆଁ କୋଠାର ଏକ ବଡ଼ ଅଂଶକୁ ବ୍ୟାପି ସାରିଥିଲା। ପରିବାରର ଅନ୍ୟ ସଦସ୍ୟମାନେ ଘର ଭିତରେ ଫସି ରହିଥିଲେ।

ସକାଳ ପର୍ଯ୍ୟନ୍ତ ଚାଲିଲା ଉଦ୍ଧାର କାର୍ଯ୍ୟ, ଜେସିବିରେ ଭଙ୍ଗାଗଲା କାନ୍ଥ

ନିଆଁ ଲାଗିବା ପରେ ରାତିସାରା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସକାଳ ପ୍ରାୟ ୪ଟା ୩୦ ମିନିଟ୍ରେ ପୂରନ ଅଗ୍ରୱାଲଙ୍କୁ ବାହାରକୁ ଅଣାଯାଇଥିଲା। ଏହାପରେ ସକାଳ ପ୍ରାୟ ୬ଟା ୩୦ ମିନିଟ୍ରେ ଜେସିବି ସାହାଯ୍ୟରେ ଘରର କାନ୍ଥ ଭାଙ୍ଗି ପରିବାରର ଅନ୍ୟ ପାଞ୍ଚ ଜଣ ସଦସ୍ୟଙ୍କୁ ବାହାରକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରେ ଦୁଇ ମାସର ଶିଶୁ ମଧ୍ୟ ଥିଲା। ତେବେ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା।

ଅଗ୍ନିଶମ ଗାଡ଼ିରେ ତ୍ରୁଟି ଯୋଗୁଁ ନିଆଁ ଲିଭାଇବାରେ ଅସୁବିଧା

ବରହୀ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ସୂଚନା ଅନୁସାରେ, ନିଆଁ ଲାଗିବାର ପ୍ରାୟ ଏକ ଘଣ୍ଟା ପରେ ଅର୍ଥାତ୍ ରାତି ୧ଟାରେ ବରହୀ ନଗର ପରିଷଦର ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଗାଡ଼ିର ପାଇପ୍ ଫାଟିଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ବିଜୟରାଘବଗଡ଼ରୁ ଦ୍ୱିତୀୟ ଅଗ୍ନିଶମ ଗାଡ଼ି ପହଞ୍ଚିଥିଲା। ସେହି ଗାଡ଼ିର ପାଇପ୍ରେ ମଧ୍ୟ ତ୍ରୁଟି ଥିବା ଜଣାପଡ଼ିଥିଲା।

ଏହାପରେ କାମୋର ଏବଂ କଟନୀରୁ ଅଗ୍ନିଶମ ଗାଡ଼ି ଡକାଯାଇଥିଲା। ଅଗ୍ନିଶମ ଗାଡ଼ିଗୁଡ଼ିକରେ ବୈଷୟିକ ତ୍ରୁଟି ଯୋଗୁଁ ନିଆଁ ଲିଭାଇବା କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା। ଜେସିବି ସାହାଯ୍ୟରେ କାନ୍ଥ ଭାଙ୍ଗି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ସମୟରେ ବରହୀର ସ୍ଥାନୀୟ ଯୁବକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସହଯୋଗ କରିଥିଲେ।

ଘଟଣା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବ୍ୟବସ୍ଥା ଏବଂ ପ୍ରଶାସନିକ ପ୍ରସ୍ତୁତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କ କହିବା ଅନୁସାରେ, ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ସକାଳ ପ୍ରାୟ ୪ଟା ପର୍ଯ୍ୟନ୍ତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିନଥିଲା। ଦୀପାବଳି ଭଳି ବଡ଼ ପର୍ବ ସମୟରେ ଅଗ୍ନିଶମ ବ୍ୟବସ୍ଥା ପାଇଁ ଯଥେଷ୍ଟ ପ୍ରସ୍ତୁତି ରହିବା ଉଚିତ ବୋଲି ସେମାନେ କହିଥିଲେ।

ସିଓନୀ: ଛପାରାରେ ସରାଫା ବ୍ୟବସାୟୀଙ୍କ ଘରେ ନିଆଁ, ୬ ଜଣଙ୍କ ମୃତ୍ୟୁ

ଦ୍ୱିତୀୟ ଦୁର୍ଘଟଣା ସିଓନୀ ଜିଲ୍ଲାର ଛପାରା ଥାନା ଅଞ୍ଚଳ ଅନ୍ତର୍ଗତ ମହାବୀର ୱାର୍ଡ ନମ୍ବର-୭ରେ ଘଟିଥିଲା। ଏଠାରେ ଜୈନ ମନ୍ଦିର ନିକଟରେ ଥିବା ସରାଫା ବ୍ୟବସାୟୀ କୁନ୍ଦନ ସୋନୀଙ୍କ ଘରେ ସୋମବାର ଭୋର ପ୍ରାୟ ୪ଟାରୁ ୪ଟା ୩୦ ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା। ଘଟଣା ସମୟରେ ଘରେ ପରିବାରର ମୋଟ ୧୦ ଜଣ ସଦସ୍ୟ ଉପସ୍ଥିତ ଥିଲେ। ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ୬ ଜଣ ଘର ଭିତରେ ଫସି ରହିଥିଲେ। ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଉଦ୍ଧାର କରାଯାଇଥିଲା।

ଏହି ଅଗ୍ନିକାଣ୍ଡରେ କୁନ୍ଦନ ଲାଲ ସୋନୀ (୭୫), ରାଜକୁମାରୀ ସୋନୀ (୬୫), ଋତୁ ସୋନୀ (୪୨), ସ୍ମୃତି ସୋନୀ (୪୦), ସୂର୍ଯ୍ୟା ସୋନୀ (୪୫) ଏବଂ ଆଦିତ୍ୟ ସୋନୀ (୧୬)ଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଅମାୟରା ସୋନୀ (୭), ରିତେଶ ସୋନୀ (୪୫), ସୌରଭ ସୋନୀ (୪୩) ଏବଂ ଆକର୍ଷ ସୋନୀ (୧୪)ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ତଦନ୍ତରେ ଲାଗିଛି ପୁଲିସ

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ନିଆଁ ସମଗ୍ର ଘରକୁ ବ୍ୟାପି ସାରିଥିଲା। ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବା ସହ ଘର ଭିତରେ ଫସି ରହିଥିବା ଲୋକଙ୍କୁ ବାହାରକୁ ଆଣିଥିଲେ।

ସମସ୍ତ ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସର୍ଟ ସର୍କିଟ୍ କିମ୍ବା ଅନ୍ୟ କୌଣସି ସମ୍ଭାବ୍ୟ କାରଣକୁ ନେଇ ତଦନ୍ତ ଚାଲିଛି। ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଏବଂ ପ୍ରଶାସନିକ ପୁଷ୍ଟିକରଣକୁ ଅପେକ୍ଷା କରାଯାଇଛି। ଛପାରା ପୁଲିସ ସମଗ୍ର ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande