
ରାୟପୁର, ୦୯ ନଭେମ୍ବର (ହି.ସ.)। ଛତିଶଗଡ଼ର ଗରିୟାବନ୍ଦ ଜିଲ୍ଲାର ରାଜିମ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି। ପରିବାରଟି ଦୀପାବଳି ପର୍ବ ପାଳନ କରିବା ପାଇଁ ଗରିୟାବନ୍ଦ ଜିଲ୍ଲାର ନିଜ ଗାଁ ପସୌଦକୁ ଫେରୁଥିଲେ।
ଚମ୍ପାରଣ ପୁଲିସଠାରୁ ସୋମବାର ସକାଳେ ମିଳିଥିବା ସୂଚନା ଅନୁଯାୟୀ, ରାୟପୁରର ଲକ୍ଷ୍ମୀନଗର ନିବାସୀ ଶୀତଳ ସାହୁ (୪୪) ନିଜ ପତ୍ନୀ ଭାରତୀ ସାହୁ, ପୁଅ ଓ ଝିଅଙ୍କ ସହ କାର୍ରେ ଗାଁକୁ ଯାଉଥିଲେ। ରାତି ପ୍ରାୟ ୧ଟା ସମୟରେ ଅଭନପୁରର ଟିଲା ଆନିକଟ ନିକଟରେ ସେମାନଙ୍କର ଦ୍ରୁତଗତିରେ ଯାଉଥିବା କାର୍ଟି ନିୟନ୍ତ୍ରଣ ହରାଇ ନଦୀ ଭିତରକୁ ଖସିପଡ଼ିଥିଲା।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଚମ୍ପାରଣ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଚାରିଜଣଙ୍କ ମୃତଦେହ ଉଦ୍ଧାର କରିଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା