ବାଲାଜୀ ମୁରୁଗଦାସଙ୍କ ଘରେ ନିଶାଦ୍ରବ୍ୟ ନିଷେଧ ବିଭାଗର ଚଢ଼ଉ, କାର୍ଯ୍ୟାନୁଷ୍ଠାନର ଆଧାର ପଚାରିଲେ ଅଭିନେତା
ଚେନ୍ନାଇ, ୦୯ ନଭେମ୍ବର (ହି.ସ.)। ତାମିଲ ଅଭିନେତା ତଥା ବିଗ୍ ବସ୍ ତାମିଲ ସିଜନ୍-୪ର ରନର୍ସ ଅପ୍ ବାଲାଜୀ ମୁରୁଗଦାସଙ୍କ ଘରେ ନିଶାଦ୍ରବ୍ୟ ସମ୍ବନ୍ଧୀୟ ଏକ ମାମଲାରେ ଚଢ଼ଉ କରାଯାଇଛି। ରବିବାର (୮ ନଭେମ୍ବର) ରାତିରେ ହୋଇଥିବା ଏହି ଚଢ଼ଉକୁ ନେଇ ଅଭିନେତା ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
अभिनेता बालाजी


ଚେନ୍ନାଇ, ୦୯ ନଭେମ୍ବର (ହି.ସ.)। ତାମିଲ ଅଭିନେତା ତଥା ବିଗ୍ ବସ୍ ତାମିଲ ସିଜନ୍-୪ର ରନର୍ସ ଅପ୍ ବାଲାଜୀ ମୁରୁଗଦାସଙ୍କ ଘରେ ନିଶାଦ୍ରବ୍ୟ ସମ୍ବନ୍ଧୀୟ ଏକ ମାମଲାରେ ଚଢ଼ଉ କରାଯାଇଛି। ରବିବାର (୮ ନଭେମ୍ବର) ରାତିରେ ହୋଇଥିବା ଏହି ଚଢ଼ଉକୁ ନେଇ ଅଭିନେତା ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶେଷରେ ତାଙ୍କ ବିରୋଧରେ କିଏ ଅଭିଯୋଗ କରିଛନ୍ତି ଏବଂ କେଉଁ ଆଧାରରେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ବାଲାଜୀ ମୁରୁଗଦାସ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ନିଶାଦ୍ରବ୍ୟ ନିଷେଧ ବିଭାଗର ୧୫ ଜଣ ଅଧିକାରୀ ଓ କର୍ମଚାରୀ ତାଙ୍କ ଘରେ ପହଞ୍ଚି ତଲାସୀ ନେଇଥିଲେ। ଅଭିନେତାଙ୍କ କହିବା ଅନୁଯାୟୀ, ସେ ପୁଲିସ କର୍ମଚାରୀମାନଙ୍କୁ ଅନେକ ଥର ଅଭିଯୋଗକାରୀଙ୍କ ନାମ ଏବଂ ଅଭିଯୋଗର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ କୌଣସି ସ୍ପଷ୍ଟ ଉତ୍ତର ମିଳିନଥିଲା।

ଅଭିନେତା ନିଜ ପୋଷ୍ଟରେ କହିଛନ୍ତି ଯେ, ସେ କେବଳ ଜାଣିବାକୁ ଚାହୁଁଛନ୍ତି ଯେ ତାଙ୍କ ବିରୋଧରେ କିଏ ଅଭିଯୋଗ କରିଛନ୍ତି ଏବଂ ଅଭିଯୋଗ ଦାଖଲ କରିବାର କାରଣ କ'ଣ। ଏଥିସହ ସେ ରକ୍ତ ପରୀକ୍ଷା କରାଇବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, ଯାହାଦ୍ୱାରା ତାଙ୍କ ବିରୋଧରେ ରହିଥିବା ଯେକୌଣସି ସନ୍ଦେହ ଦୂର ହୋଇପାରିବ ବୋଲି କହିଛନ୍ତି।

ନିଶାଦ୍ରବ୍ୟ ନିଷେଧ ବିଭାଗର ଚଢ଼ଉକୁ ନେଇ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରତିକ୍ରିୟା ଦେଇ ବାଲାଜୀ ମୁରୁଗଦାସ କହିଛନ୍ତି ଯେ, ତାଙ୍କ ଘରେ ପହଞ୍ଚିଥିବା ୧୫ ଜଣ କର୍ମଚାରୀଙ୍କୁ ସେଠାରେ କେବଳ ତିନୋଟି ବିଲେଇ ଓ ଗୋଟିଏ କୁକୁର ମିଳିଥିଲା। ଶେଷରେ କେଉଁ ଆଧାରରେ ତାଙ୍କ ଘରେ ଚଢ଼ଉ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କୌଣସି ଭୁଲ୍ କାମ କରିନାହାନ୍ତି ବୋଲି ତାଙ୍କର ବିଶ୍ୱାସ ରହିଛି। ଏହି କାରଣରୁ ତଲାସୀ ୱାରେଣ୍ଟ ନଥିଲେ ମଧ୍ୟ ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଜ ଘରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ।

ସେ କହିଛନ୍ତି ଯେ, ପୁଲିସର ତଦନ୍ତକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନର ଆଧାର ଏବଂ ଏହା ପଛରେ ଥିବା ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ ସୂଚନା ନମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ସେ ବିଭାଗଠାରୁ ଜବାବ ମାଗିଛନ୍ତି।

ବାଲାଜୀ ମୁରୁଗଦାସ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଆବଶ୍ୟକ ପରୀକ୍ଷା କରାଇବାକୁ ପ୍ରସ୍ତୁତ ଅଛନ୍ତି। ତେବେ କେଉଁ ସୂଚନା କିମ୍ବା ଅଭିଯୋଗ ଆଧାରରେ ତାଙ୍କ ଘରେ ଚଢ଼ଉ କରାଯାଇଥିଲା, ତାହା ସେ ଜାଣିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିଥିବା ସୂଚନା ମିଳିନାହିଁ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande