ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ, ୦୯ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ସୋମବାର ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏକ୍ସରେ
प्रतीकात्मक


ନୂଆଦିଲ୍ଲୀ, ୦୯ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ସୋମବାର ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଲେଖିଛନ୍ତି, “ଉତ୍ତରାଖଣ୍ଡ ନିଜର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ରଖିଛି। ଏଠାକାର ଲୋକମାନେ ରାଷ୍ଟ୍ରସେବା, ବୀରତ୍ୱ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛନ୍ତି। ମୋର ଆଶା ଯେ, ଉତ୍ତରାଖଣ୍ଡବାସୀ ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସହ ରାଜ୍ୟକୁ ନିରନ୍ତର ପ୍ରଗତି ପଥରେ ଆଗକୁ ନେଇଚାଲିବେ।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଦିବ୍ୟଭୂମି ଉତ୍ତରାଖଣ୍ଡ ଆଧ୍ୟାତ୍ମିକ ଚେତନା ଏବଂ ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସମୃଦ୍ଧ। ମନୋରମ ପାହାଡ଼ିଆ ଦୃଶ୍ୟ, ପବିତ୍ର ନଦୀ ଏବଂ ପାବନ ଚାରିଧାମ ସହିତ ଏହି ରାଜ୍ୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଏହାର ଗୌରବମୟ ସାଂସ୍କୃତିକ ଐତିହ୍ୟ ସହ ଜଡ଼ିତ। ରାଜ୍ୟର ପରିଶ୍ରମୀ, ପ୍ରତିଭାଶାଳୀ ଏବଂ ପ୍ରଗତିଶୀଳ ଲୋକଙ୍କ ସକ୍ରିୟ ଭାଗିଦାରୀ ଯୋଗୁଁ ଉତ୍ତରାଖଣ୍ଡ ଆଜି ବିକାଶର ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶିଖର ଛୁଇଁଛି। ନିଜର ପ୍ରକୃତି ଓ ସଂସ୍କୃତି ପାଇଁ ପରିଚିତ ଏହି ଭୂମି ନିରନ୍ତର ଦ୍ରୁତଗତିରେ ପ୍ରଗତି ପଥରେ ଆଗକୁ ବଢ଼ିଚାଲିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ଏହି ବିଶେଷ ଅବସର ରାଜ୍ୟର ସମସ୍ତ ଲୋକଙ୍କ ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ସେ କାମନା କରିଛନ୍ତି।

ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଏହି ରାଜ୍ୟ ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟ, ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ଏବଂ ଗୌରବମୟ ସାଂସ୍କୃତିକ ପରମ୍ପରାରେ ବିମଣ୍ଡିତ। ହିମାଳୟର ଉଚ୍ଚ ଶିଖରଠାରୁ ଆରମ୍ଭ କରି ପବିତ୍ର ନଦୀଗୁଡ଼ିକର ଉତ୍ପତ୍ତିସ୍ଥଳ ଏବଂ ଗଙ୍ଗୋତ୍ରୀ-ଯମୁନୋତ୍ରୀ, ବଦ୍ରିନାଥ-କେଦାରନାଥ ତଥା ହେମକୁଣ୍ଡ ସାହିବ ଭଳି ପବିତ୍ର ତୀର୍ଥସ୍ଥଳ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଆମ ସଭ୍ୟତା, ଆସ୍ଥା ଏବଂ ପ୍ରାକୃତିକ ଐତିହ୍ୟର ଏକ ଅମୂଲ୍ୟ ଅଂଶ। ଉତ୍ତରାଖଣ୍ଡ ନିରନ୍ତର ବିକାଶର ନୂତନ ମାନଦଣ୍ଡ ସ୍ଥାପନ କରୁଥାଉ, ଏଠାକାର ପ୍ରତ୍ୟେକ ପରିବାରରେ ସୁଖ ଓ ସମୃଦ୍ଧି ଆସୁ ଏବଂ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାରେ ଏହି ରାଜ୍ୟ ଅଗ୍ରଣୀ ଭୂମିକା ନିର୍ବାହ କରୁ ବୋଲି ସେ କାମନା କରିଛନ୍ତି।

ରାଜନାଥ ସିଂହ କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡ ନିଜର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବୀରତ୍ୱର ଗୌରବମୟ ପରମ୍ପରା ପାଇଁ ପରିଚିତ। ଏଠାକାର ପରିଶ୍ରମୀ, କର୍ମଠ ଏବଂ ସାହସୀ ଲୋକମାନେ ନିଜର ନିଷ୍ଠା, ସମର୍ପଣ ଓ ପ୍ରତିଭା ମାଧ୍ୟମରେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛନ୍ତି। ଉତ୍ତରାଖଣ୍ଡ ବିକାଶ ଓ ସମୃଦ୍ଧିର ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ଦେଶର ପ୍ରଗତିରେ ନିଜର ଅବଦାନ ଜାରି ରଖୁ ବୋଲି ସେ କାମନା କରିଛନ୍ତି।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ଏବଂ ଜୀବନ୍ତ ଲୋକସଂସ୍କୃତି ସହିତ ଉତ୍ତରାଖଣ୍ଡ ଆମ ଦେଶର ଏକ ସାଂସ୍କୃତିକ କେନ୍ଦ୍ର ମଧ୍ୟ। ରାଷ୍ଟ୍ରସେବା ଏବଂ ମାତୃଭୂମି ପ୍ରତି ସମର୍ପଣ ଭାବନାଠାରୁ ଆରମ୍ଭ କରି ସାହିତ୍ୟ, କଳା ଓ ସଂସ୍କୃତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦେବଭୂମିର ଲୋକମାନେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି। ଏହି ରାଜ୍ୟ ସୁଶାସନ ଓ ସମୃଦ୍ଧିର ପଥରେ ନିରନ୍ତର ଆଗକୁ ବଢ଼ିଚାଲୁ ବୋଲି ବାବା କେଦାରଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର କହିଛନ୍ତି ଯେ, ଆଧ୍ୟାତ୍ମିକତା, ତୀର୍ଥଯାତ୍ରା, ପ୍ରକୃତି ସଂରକ୍ଷଣ ଏବଂ ପରିବେଶ ସଚେତନତାର ବାର୍ତ୍ତା ପ୍ରସାର କରୁଥିବା ଉତ୍ତରାଖଣ୍ଡ ନିରନ୍ତର ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉ। ଏଥିସହ ରାଜ୍ୟର ପ୍ରତ୍ୟେକ ଦୁର୍ଗମ ଗାଁ ଓ ଉପତ୍ୟକାର ପ୍ରତ୍ୟେକ ବ୍ୟକ୍ତିଙ୍କ ଉନ୍ନତି ହେଉ ବୋଲି ସେ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande