
ନୂଆଦିଲ୍ଲୀ, ୦୯ ନଭେମ୍ବର (ହି.ସ.)- ଭାରତ ଓ ଲେବାନନ ମଧ୍ୟରେ ସୋମବାର ଏଠାରେ ପ୍ରଥମ ବୈଦେଶିକ କାର୍ଯ୍ୟାଳୟସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଏଥିରେ ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ରାଜନୈତିକ-ସୁରକ୍ଷା, ଅର୍ଥନୈତିକ ଏବଂ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ବାଣିଜ୍ୟ ଓ ନିବେଶ, ଡିଜିଟାଲ ସାର୍ବଜନୀନ ଭିତିଭୂମି ଏବଂ ଔଷଧ କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦେବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଏହି ଆଲୋଚନାରେ ବୈଦେଶିକ ମନ୍ତ୍ରଣାଳୟର ସଚିବ (ସିପିଭି ଓ ଓଆଇଏ) ରାଜଦୂତ ଶ୍ରୀପ୍ରିୟା ରଙ୍ଗନାଥନ ଏବଂ ଲେବାନନର ବୈଦେଶିକ ଓ ପ୍ରବାସୀ ମନ୍ତ୍ରଣାଳୟର ମହାସଚିବ ରାଜଦୂତ ଅବଦେଲ ସଂଚାର ଇସା ସହ-ଅଧ୍ୟକ୍ଷତା କରିଥିଲେ।
ଆଲୋଚନା ସମୟରେ ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଂଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ବୈଠକରେ ଭାରତ ଓ ଲେବାନନ ମଧ୍ୟରେ ରାଜନୈତିକ ଏବଂ ସୁରକ୍ଷା ସହଯୋଗ, ଅର୍ଥନୈତିକ ସମ୍ପର୍କ ଓ ସାମାଜିକ-ସାଂସ୍କୃତିକ ଆଦାନପ୍ରଦାନର ସମସ୍ତ ଦିଗର ସମୀକ୍ଷା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ