ଆମେରିକା- ଇସ୍ରାଏଲ ଆକ୍ରମଣରେ ଇରାନରେ ସର୍ବୋଚ୍ଚ ନେତା ଖାମନେଇ ଓ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ
ତେହରାନ/ତେଲଅଭିବ/ୱାଶିଂଟନ, 01 ମାର୍ଚ୍ଚ (ହି.ସ.)- ଇରାନ ଉପରେ ଆମେରିକା ଏବଂ ଇସ୍ରାଇଲ୍ର ଆକାଶ ମାର୍ଗରୁ ଆକ୍ରମଣରେ ଇସ୍ଲାମିକ କ୍ରାନ୍ତିର ନେତା ଆୟାତୁଲ୍ଲା ସୟ୍ୟଦ ଆଲି ଖାମେନେଇ ଏବଂ ତାଙ୍କ ପରିବାରର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିବା କୁହାଯାଇଛି। ଇରାନର ସରକାରୀ
ଖାମନେଇ


ତେହରାନ/ତେଲଅଭିବ/ୱାଶିଂଟନ, 01 ମାର୍ଚ୍ଚ (ହି.ସ.)- ଇରାନ

ଉପରେ ଆମେରିକା ଏବଂ ଇସ୍ରାଇଲ୍ର ଆକାଶ ମାର୍ଗରୁ ଆକ୍ରମଣରେ ଇସ୍ଲାମିକ କ୍ରାନ୍ତିର ନେତା

ଆୟାତୁଲ୍ଲା ସୟ୍ୟଦ ଆଲି ଖାମେନେଇ ଏବଂ ତାଙ୍କ ପରିବାରର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିବା

କୁହାଯାଇଛି। ଇରାନର ସରକାରୀ ପ୍ରସାରକ ଆଇଆରଆଇବି ରବିବାର ସକାଳେ କହିଛି ଯେ, ଏହି ଆକ୍ରମଣରେ ଖାମେନେଇଙ୍କ ବିନାଶ ଘଟିଛି। ଆମେରିକୀୟ ରାଷ୍ଟ୍ରପତି

ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଇରାନରେ ଶାନ୍ତି ସ୍ଥାପିତ ହେଉନଥିବା ପର୍ଯ୍ୟନ୍ତ ଆକ୍ରମଣ ଜାରି

ରହିବ।

ଆମେରିକୀୟ ଚ୍ୟାନେଲ୍

ସିଏନଏନ୍,

ଦ ଟାଇମ୍ସ ଅଫ୍ ଇଜରାଇଲ୍ ଏବଂ ଇରାନର ସରକାରୀ ସମ୍ବାଦ ସଂସ୍ଥା ଇରନାର

ଖବର ଅନୁସାରେ, ଇରାନର

ଅନେକ ମାଧ୍ୟମ ସଂସ୍ଥାମାନେ ମଧ୍ୟ ଖାମେନେଇଙ୍କ ମୃତ୍ୟୁକୁ ସ୍ୱୀକାର କରିଛନ୍ତି। ସବୁଠାରୁ ବଡ଼

ସ୍ୱୀକୃତି ସରକାରୀ ପ୍ରସାରକ ଆଇଆରଆଇବି ପକ୍ଷରୁ ଆସିଛି। ଆଇଆରଆଇବି ରବିବାର ସକାଳେ କହିଛି, “ଇରାନର ସୁପ୍ରିମ୍ ଲିଡର ଶହୀଦ ହୋଇଛନ୍ତି।”

ଖାମେନେଇଙ୍କ ମୃତ୍ୟୁ ପରେ

ଇରାନ ମଧ୍ୟ ଇସ୍ରାଇଲ୍ ଉପରେ ପ୍ରତିଆକ୍ରମଣ କରିଛି। ତେଲ ଅଭିବରେ ଇରାନର ଆକ୍ରମଣରେ ଜଣେ ମହିଳାଙ୍କ

ମୃତ୍ୟୁ ଘଟିଛି। ଇସ୍ରାଇଲ୍ କହିଛି ଯେ, ଆମେରିକା ସହିତ ମିଳିତ ସେନା ଅଭିଯାନର ପ୍ରାରମ୍ଭିକ ଆକ୍ରମଣରେ ଲକ୍ଷ୍ୟ କରାଯାଇଥିବା ୩୦ ଜଣ

ପ୍ରମୁଖ ନେତାଙ୍କ ମଧ୍ୟରୁ ଅନେକେ ନିହତ ହୋଇଛନ୍ତି। ଇସ୍ରାଇଲ୍ର ପ୍ରଧାନମନ୍ତ୍ରୀ ନେତନ୍ୟାହୁ

କହିଛନ୍ତି ଯେ, ଇରାନର

ଲୋକମାନେ ମୁକ୍ତ ହେଉନଥିବା ପର୍ଯ୍ୟନ୍ତ ଏହି ସେନା କାର୍ଯ୍ୟଚାଳନା ଜାରି ରହିବ। ଏହି ମଧ୍ୟରେ

ଇସ୍ରାଇଲ୍ ତାହାର ବିମାନ ଆକାଶପଥକୁ ବନ୍ଦ କରିଦେଇଛି।

ସବୁଠାରୁ ପ୍ରଥମେ ଆମେରିକୀୟ

ରାଷ୍ଟ୍ରପତି ଟ୍ରମ୍ପ ଶନିବାର ରାତିରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ଘୋଷଣା

କରିଥିଲେ। ଟ୍ରମ୍ପ ଟ୍ରୁଥ ସୋସିଆଲ୍ରେ ଲେଖିଥିଲେ, “ଇତିହାସର ସବୁଠାରୁ ଖରାପ ଲୋକମାନଙ୍କ ମଧ୍ୟରୁ ଜଣେ ଖାମେନେଇ

ମରିଗଲେ।” ଟ୍ରମ୍ପଙ୍କ ଏହି ବକ୍ତବ୍ୟର କିଛି ଘଣ୍ଟା ପୂର୍ବରୁ ଇଜରାଇଲୀ ଏବଂ ଆମେରିକୀୟ

କର୍ମକର୍ତ୍ତାମାନେ କହିଥିଲେ ଯେ, ଆକ୍ରମଣରେ ଖାମେନେଇ ନିହତ ହୋଇଛନ୍ତି। ଇସ୍ରାଇଲ୍ର ଚ୍ୟାନେଲ୍ ୧୨ ଖବର ଦେଇଥିଲା ଯେ, ତେହରାନର କମ୍ପାଉଣ୍ଡରୁ ଖାମେନେଇଙ୍କ ମୃତଦେହ ମିଳିବା ପରେ

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ତାହାର ଫଟୋ ଦେଖାଯାଇଥିଲା।

ଇରାନର ସରକାରୀ ଗଣମାଧ୍ୟମ

କହିଛି ଯେ,

ଏହି ଆକ୍ରମଣରେ ଖାମେନେଇଙ୍କ ଝିଅ, ନାତି, ବୋହୁ ଏବଂ ଜ୍ୱାଇ ମଧ୍ୟ ନିହତ ହୋଇଛନ୍ତି। ଇସ୍ରାଇଲ୍ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍)

ଆକ୍ରମଣରେ ନିହତ ହୋଇଥିବା ଇରାନର ସେନା ଅଧିକାରୀମାନଙ୍କ ପରିଚୟ ପ୍ରକାଶ କରିଛି। ଏଥିରେ

ସର୍ବୋଚ୍ଚ ସେନା ଅଧିକାରୀ ଅଲି ଶମଖାନି ଏବଂ ଆଇଆରଜିସିର କମାଣ୍ଡର ମୋହମ୍ମଦ ପାକପୁର ପ୍ରମୁଖ

ଅଛନ୍ତି। ଆଇଡିଏଫ୍ କହିଛି ଯେ, ଆକ୍ରମଣରେ

ଇରାନର ମିଲିଟାରି ଇମରଜେନ୍ସି ହେଡକ୍ୱାର୍ଟରରେ ଇଣ୍ଟେଲିଜେନ୍ସ ଚିଫ୍ ସଲାହ ଆସଦି ଏବଂ ପ୍ରମୁଖ

ସେନା ଅଧିକାରୀ ମୋହମ୍ମଦ ଶିରାଜି ମଧ୍ୟ ମାରାଯାଇଛନ୍ତି।

ଏହା ମଧ୍ୟରେ ଇରାନର

ବିଦେଶମନ୍ତ୍ରୀ ଆବାସ୍ ଆରାଘଚି ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ଏବଂ ସଂଯୁକ୍ତ ରାଷ୍ଟ୍ର

ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଇସ୍ରାଇଲ୍ ଏବଂ ଆମେରିକାର ସଂଯୁକ୍ତ ଆକ୍ରମଣ

ବିଷୟରେ ଅବଗତ କରାଇଛନ୍ତି। ଆରାଘଚି କହିଛନ୍ତି ଯେ, ଏହି ଆକ୍ରମଣର ପ୍ରତିଉତ୍ତରରେ ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍

ସଂଯୁକ୍ତ ରାଷ୍ଟ୍ର ଚାର୍ଟରର ଆର୍ଟିକଲ୍ ୫୧ ଅନୁସାରେ ସ୍ୱୟଂରକ୍ଷାର ନିଜସ୍ୱ ଏବଂ ଆଇନଗତ ଅଧିକାରର

ପ୍ରୟୋଗ କରୁଛି।

ଏହି ଆକ୍ରମଣରେ ଦକ୍ଷିଣ

ଇରାନରେ କମ୍ ସେ କମ୍ ୮୫ ଜଣ ଛାତ୍ରୀ ମରିଥିବା କୁହାଯାଇଛି। ସେମାନେ ସବୁ ହୋରମୋଜଗନ୍ ପ୍ରାନ୍ତର

ମିନାବର ଗୋଟିଏ ସ୍କୁଲରେ ପଢ଼ୁଥିଲେ। ମିନାବର ପ୍ରାନ୍ତୀୟ ଗଭର୍ନର ମୋହମ୍ମଦ ରାଦମେହର ଏହାର ସୂଚନା

ଦେଇଛନ୍ତି। ସେ କହିଛନ୍ତି ଯେ, କମ୍ ସେ

କମ୍ ୫୩ ଜଣ ଛାତ୍ରୀ ଧ୍ୱଂଶାବଶେଷ ତଳେ ଅଟକି ରହିଛନ୍ତି। ଖବର ଅନୁସାରେ ଇରାନୀ ସଶସ୍ତ୍ର ବଳ

ବ୍ୟାପକ ପରିମାଣରେ ପ୍ରତିଆକ୍ରମଣ କରିଛନ୍ତି। ଇସ୍ରାଇଲ୍ର ଅଧିକୃତ ଅଞ୍ଚଳ ଏବଂ ସମଗ୍ର ଅଞ୍ଚଳରେ

ଆମେରିକୀୟ ସେନା ଘାଟିମାନଙ୍କୁ ବ୍ୟାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ରେ ଲକ୍ଷ୍ୟ କରାଯାଇଛି।

ସ୍କୁଲ ଛାତ୍ରୀମାନଙ୍କ ମୃତ୍ୟୁ ଉପରେ ନ୍ୟାୟପାଳିକା ପ୍ରମୁଖ ଗୁଲାମ ହୁସେନ୍ ମୋହସେନୀ କହିଛନ୍ତି

ଯେ,

ଇରାନୀ ସଶସ୍ତ୍ର ବଳ ଏହି ହତ୍ୟାର ପ୍ରତିଶୋଧ ନିଶ୍ଚୟ ନେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande