
ଗାନ୍ଧିନଗର, 25 ମାର୍ଚ୍ଚ (ହି.ସ.)- ଦିଲ୍ଲୀର ସ୍ୱାମୀନାରାୟଣ ଅକ୍ଷରଧାମ ଦେଶର ସାଂସ୍କୃତିକ
ଏବଂ ଜାତୀୟ ଧରୋହର ଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ୨୬ ମାର୍ଚ୍ଚରେ ଏହା ଏକ ଐତିହାସିକ କ୍ଷଣର
ସାକ୍ଷୀ ହେବାକୁ ଯାଉଛି। ବିଶ୍ୱବ୍ୟାପୀ ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ
ସଂସ୍ଥା (ବିଏପିଏସ)ର ପ୍ରମୁଖ ମହନ୍ତ ସ୍ୱାମୀ ମହାରାଜଙ୍କ କରକମଳରେ ତପୋମୂର୍ତ୍ତି
ଶ୍ରୀନୀଳକଣ୍ଠବର୍ଣୀ (ଭଗବାନ ସ୍ୱାମିନାରାୟଣ)ଙ୍କ ୧୦୮ ଫୁଟ ଉଚ୍ଚ ବିଶାଳ ପ୍ରତିମାର ପ୍ରାଣ
ପ୍ରତିଷ୍ଠା କରାଯିବ।
ପଞ୍ଚଧାତୁରେ ନିର୍ମିତ ଏହି ପ୍ରତିମା ବିଶ୍ୱର ପ୍ରଥମ ଏପରି ବିଶାଳ
ପ୍ରତିମା, ଯାହା ଭଗବାନଙ୍କ
କଠିନ ତପସ୍ୟାକୁ ଦର୍ଶାଇ ‘ଏକ ପାଦ’ ଉପରେ ଦୃଢ ଭାବେ ଦଣ୍ଡାୟମାନ ଅଛି। ଏହି ଅବସର ପାଇଁ ଭବ୍ୟ
ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି।
ମହନ୍ତ ସ୍ୱାମୀ ମହାରାଜ ୧୯ ମାର୍ଚ୍ଚରେ ଦିଲ୍ଲୀ ପହଞ୍ଚିଥିଲେ।
ତାଙ୍କ ସ୍ୱାଗତରେ ୨୧ ମାର୍ଚ୍ଚରେ ଏକ ବିଶେଷ ସ୍ୱାଗତ ସଭା ଆୟୋଜିତ ହୋଇଥିଲା। ୨୨ ମାର୍ଚ୍ଚ
ରବିବାର ସକାଳେ ପଞ୍ଚକୁଲା ଏବଂ କୁରୁକ୍ଷେତ୍ରରେ ନବନିର୍ମିତ ବିଏପିଏସ ସ୍ୱାମିନାରାୟଣ
ମନ୍ଦିରଗୁଡ଼ିକରେ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିଲା ଏବଂ ସ୍ୱାମୀଙ୍କ ସାନିଧ୍ୟରେ
ସମସ୍ତ ଭକ୍ତମାନେ ଫୁଲର ହୋଲି ଉତ୍ସବର ଅଦ୍ଭୁତ ଅନୁଭବ କରିଥିଲେ। ୨୩ ମାର୍ଚ୍ଚରେ ଆସନ୍ତା ସେପ୍ଟେମ୍ବରରେ
ପ୍ୟାରିସ ମନ୍ଦିରରେ ପ୍ରତିଷ୍ଠା ପାଇବାକୁ ଥିବା ମୂର୍ତ୍ତିଗୁଡ଼ିକର ପୂଜା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା