
ନୂଆଦିଲ୍ଲୀ, ୨୬ ମାର୍ଚ୍ଚ (ହି.ସ.)- ଆନ୍ଧ୍ର ପ୍ରଦେଶର ମାର୍କପୁରମ ଜିଲ୍ଲାରେ
ଘଟିଥିବା ଭୟାବହ ସଡକ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି
ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗଭୀର ଶୋକ ପ୍ରକାଶ
କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ
କୋଷ (ପିଏମଏନଆରଏଫ) ରୁ ୨ ଲକ୍ଷ ଟଙ୍କା
ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁଗ୍ରହ ରାଶି ଦେବାକୁ ଘୋଷଣା କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ
‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, “ଆନ୍ଧ୍ର ପ୍ରଦେଶର ମାର୍କପୁରମ ଜିଲ୍ଲାରେ ଘଟିଥିବା ଦୁଃଖଦ ବସ୍
ଦୁର୍ଘଟଣା ବିଷୟରେ ଜାଣି ମୋତେ ଗଭୀର ଦୁଃଖ ଲାଗିଛି। ମୁଁ ଶୋକାକୁଳ ପରିବାରମାନଙ୍କ ପ୍ରତି ମୋର
ଗଭୀର ସମବେଦନା ଜଣାଉଛି। ମୋର ଚିନ୍ତା ଓ ପ୍ରାର୍ଥନା ସେମାନଙ୍କ ସହିତ ଅଛି। ଆହତମାନେ ଶୀଘ୍ର
ସୁସ୍ଥ ହେଉନ୍ତୁ ବୋଲି ମୁଁ କାମନା କରୁଛି।”
ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ‘ଏକ୍ସ’ରେ ପୋଷ୍ଟ କରି
କହିଛନ୍ତି, “ଆନ୍ଧ୍ର ପ୍ରଦେଶର
ମାର୍କପୁରମ ଜିଲ୍ଲାରେ ଘଟିଥିବା ଏହି ଦୁଃଖଦ ବସ୍ ଦୁର୍ଘଟଣା ଅତ୍ୟନ୍ତ ବିଦାରକ। ଏହି ଦୁଃଖର ସମୟରେ, ମୋର ସମବେଦନା
ଶୋକାକୁଳ ପରିବାରମାନଙ୍କ ସହିତ ଅଛି। ଆହତମାନଙ୍କ ଶୀଘ୍ର ସୁସ୍ଥତା ଏବଂ ଏହି ଦୁର୍ଘଟଣାରେ ପ୍ରଭାବିତ
ସମସ୍ତଙ୍କୁ ଶକ୍ତି ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି।”
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ‘ଏକ୍ସ’ ପୋଷ୍ଟରେ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି କହିଛନ୍ତି ଯେ ଆନ୍ଧ୍ର ପ୍ରଦେଶର ମାର୍କପୁରମରେ ଘଟିଥିବା ଏହି ଦୁର୍ଘଟଣା
ଅତ୍ୟନ୍ତ ଦୁଃଖଦ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ଗଭୀର ସମବେଦନା। ଈଶ୍ୱରଙ୍କୁ ପ୍ରାର୍ଥନା
ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।
ପୋଷ୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ କୋଷରୁ
ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଦିଆଯିବ, ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ
କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା