
ନୂଆଦିଲ୍ଲୀ, ୨୫ ମାର୍ଚ୍ଚ (ହି.ସ.) - ଲୋକସଭାରେ ଆଲୋଚନା ପରେ ବୁଧବାର ଦିନ ଆର୍ଥିକ ବିଲ୍, ୨୦୨୬ ଗୃହୀତ ହୋଇଛି, ଯାହା ୨୦୨୬ ଗୃହୀତ ହୋଇଛି, ଯାହା ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍ ପ୍ରସ୍ତାବ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ଗୃହରେ ଏହି ବିଲ୍ ବିଚାର ଏବଂ ପାସ୍ ପାଇଁ ଆଗତ କରିଥିଲେ । ୩୨ଟି ସରକାରୀ ସଂଶୋଧନ ଅନ୍ତର୍ଭୁକ୍ତ କରିବା ପରେ ଲୋକସଭାରେ ଅର୍ଥ ବିଲ୍ ୨୦୨୬ ମଂଜୁରୀ ପାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ବିଲ୍ ଉପରେ ଆଲୋଚନାର ଉତର ଦେଇ କହିଛନ୍ତି ଯେ, ଭାରତ ସଂସ୍କାର ପଥରେ ଦୃତ ଗତିରେ ଆଗକୁ ବଢ଼ୁଛି । ସେ କହିଥିଲେ ଯେ, ଦେଶରେ ସଂସ୍କାର ବାଧ୍ୟବାଧକତାରେ ନୁହେଁ, ବରଂ ସ୍ପଷ୍ଟ ଚିନ୍ତାଧାରା, ଆତ୍ମବିଶ୍ୱାସ ଏବଂ ପ୍ରତିବଦ୍ଧତା ସହିତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ଭାରତ ସଂସ୍କାର ଏକ୍ସପ୍ରେସରେ ଚଢ଼ିଛି ଏବଂ ସ୍ଥିର ଭାବରେ ଆଗକୁ ବଢ଼ୁଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଲୋଚନାର ଉତର ଦେଇ କହିଛନ୍ତି ଯେ, ଭାରତରେ ସଂସ୍କାର କୌଣସି ଚାପରେ ନୁହେଁ ବରଂ ଦୃଢ଼ ବିଶ୍ୱାସ ସହିତ କରାଯାଉଛି ଏବଂ ଦେଶ ସଂସ୍କାର ଏକ୍ସପ୍ରେସରେ ଆଗକୁ ବଢ଼ୁଛି । ସେ କହିଥିଲେ ଯେ, ଆର୍ଥିକ ବିଲ୍ ୨୦୨୬-୨୭ ପାଂଚଟି ସ୍ପଷ୍ଟ ନୀତି ଉପରେ ଆଧାରିତ । ସୀତାରମଣ କହିଛନ୍ତି ଯେ, ଅର୍ଥ ବିଲ୍ରେ ମଧ୍ୟବିତ ବର୍ଗ ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଛି ଏବଂ ଏହା କେବଳ ବଡ଼ ବ୍ୟବସାୟ ଗୁଡ଼ିକୁ ଲାଭ ପହଂଚାଏ ବୋଲି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ଗତ ଛଅ ବର୍ଷ (୨୦୧୯-୨୦୨୪/୨୫) ମଧ୍ୟରେ ସେସର ମୋଟ ବ୍ୟବହାର ଏହର ମୋଟ ସଂଗ୍ରହ ଅପେକ୍ଷା ଅଧିକ ହୋଇଛି । ଏହି ସମୟ ମଧ୍ୟରେ ୧୫.୧୪ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିଲା, ଯେତେବେଳେ ବିଭିନ୍ନ ଯୋଜନା ଅଧିନରେ ରାଜ୍ୟଗୁଡ଼ିକୁ ୧୫.୯୭ ଲକ୍ଷ କୋଟି ଟଙ୍କା ପଠାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ