
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ମା’ ହିଙ୍ଗୁଳାଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରାର
ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’
ହିଙ୍ଗୁଳାଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ମା’ ହିଙ୍ଗୁଳା
ହେଉଛନ୍ତି ଆମ ଆସ୍ଥା, ବିଶ୍ୱାସ ଏବଂ ସଂସ୍କୃତିର ପ୍ରତୀକ । ଅଗ୍ନି ରୂପରେ ମା’ଙ୍କର ଅଲୌକିକ ଆବିର୍ଭାବ
ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନାର ନୂତନ ଜ୍ୟୋତି ପ୍ରଜ୍ୱଳିତ କରେ । ମା’ଙ୍କ ପାଖରେ ଜଗତର
କଲ୍ୟାଣ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା