


ବଲାଙ୍ଗିର, 31 ମାର୍ଚ୍ଚ (ହି.ସ.)
ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଠାରେ ମହିଳା କମିଶନ ଓଡିଶା ସରକାର ତରଫରୁ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ମହିଳା କମିଶନ ଓଡିଶାର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ଯୋଗଦାନ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ବଲାଙ୍ଗିରଙ୍କ ପ୍ରତିନିଧି ଶ୍ରୀ ଦିନେଶ ଶର୍ମା , ମାନ୍ୟବର ବିଧାୟକ, ବଲାଙ୍ଗିରଙ୍କ ପ୍ରତିନିଧି ଶ୍ରୀମତୀ ଲିପକା ସାଏ , ପୂର୍ବତନ ବ୍ଲକ ଚେୟାରମେନ ଆଗଲପୁର ଶ୍ରୀମତୀ ଭାରତୀ ମହାନନ୍ଦ, ଚୁଡାପାଲି CHC Superintendent ଶ୍ରୀଯୁକ୍ତ ତରୁଣ ଭୋଇ , ବଲାଙ୍ଗିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଷୀକେଶ ଗଣ୍ଡ, ଅଧ୍ୟକ୍ଷ, ମହିଳା ମହାବିଦ୍ୟାଳୟ ଶ୍ରୀଯୁକ୍ତ ଅରବିନ୍ଦ ଓଝା , ପ୍ରଶିକ୍ଷକ ଭାବରେ ଶ୍ରୀ ଚଣ୍ଡୀ ପ୍ରସାଦ ଖମାରି (Asst. Professor YMLC, Balangir ) ଏବଂ DLSA ସଭ୍ୟ ଶ୍ରୀ ଜୟରାମ ମିଶ୍ର ଯୋଗଦେଇଥିଲେ। ପ୍ରଶିକ୍ଷଣ ଶିବିରରେ ବଲାଙ୍ଗିର ବ୍ଲକ ର ଆଶା , ଅଙ୍ଗନବାଡି କର୍ମୀ , ଶିକ୍ଷୟିତ୍ରୀ ବୃନ୍ଦ , SHG ମା, ANM, କଲେଜ ଛାତ୍ରୀ ଇତ୍ୟାଦି ୨୫୦ ରୁ ଅଧିକ ଯୋଗଦାନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀମତୀ ମୁକ୍ତା ସାହୁ ନାରୀ ମାନଙ୍କର ପାଇଁ ଉଦ୍ଧିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ମାନଙ୍କ ଉପରେ ସବିଶେଷ ଆଲୋଚନା କରିଥିଲେ ଏବଂ ଓଡିଶାରେ ମହିଳା କମିଶନ ଦ୍ଵାରା କିପରି ମହିଳା ମାନେ ଲାଭ ପାଇପାରିବେ ତଥା ତାଙ୍କ ସମସ୍ୟାର ସମାଧାନ ହେବ ଏବିଷୟରେ ଆଲୋଚନା କରିଥିଲେ । ଶ୍ରୀମତୀ ସାହୁ POSH Act. , Child Marriage, Domestic Violence, ବିଷୟରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଅତିଥି ବୃନ୍ଦ ଏ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିଥିଲେ । ପରେ ପରେ ପ୍ରଶିକ୍ଷକ ଶ୍ରୀ ଖମାରି L.C.C /I. C. C ଗଠନ , ଘରୋଇ ହିଂସା POSH Act. ବିଷୟରେ ସବିଶେଷ ବିବରଣୀ ଦେଇଥିଲେ । ପ୍ରଶିକ୍ଷକ ଶ୍ରୀଯୁକ୍ତ ମିଶ୍ର ଡାହାଣୀ ସନ୍ଦେହ ଜନିତ ହତ୍ୟା ର ସରକାରୀ ପ୍ରାବଧାନ ବିଷୟରେ ବୁଝାଇଥିଲେ ।
ସର୍ବଶେଷରେ ଧନ୍ୟବାଦ ଜ୍ଞାପନ କଲେ PO-Cum-PO ସୁଜାତା ଦୋରା, ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ଶିବାନୀ ଠାକୁର ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ