
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ପଦ୍ମଶ୍ରୀ ଡକ୍ଟର ହଳଧର ନାଗଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଅନନ୍ୟ ସାରସ୍ୱତ ପ୍ରତିଭା, ବରେଣ୍ୟ କବି ପଦ୍ମଶ୍ରୀ
ଡକ୍ଟର ହଳଧର ନାଗଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆମ କଳା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ
କରିବାରେ ତାଙ୍କର ଅତୁଳନୀୟ ଅବଦାନ ସଦା ପ୍ରେରଣାଦାୟୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଆ
ସମଲେଶ୍ୱରୀଙ୍କ ନିକଟରେ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା
କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା