ଲୋକାୟୁକ୍ତ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ଅନେକ ଜିଲ୍ଲାରେ କଲେ ଚଢାଉ
ବେଙ୍ଗାଲୁରୁ, ମାର୍ଚ୍ଚ 5 (ହି.ସ)-କର୍ଣ୍ଣାଟକରେ ବେଙ୍ଗାଲୁରୁ ସମେତ ଅନେକ ଜିଲ୍ଲାରେ ଲୋକାୟୁକ୍ତ ଚଢାଉ କରିଛନ୍ତି।ଦୁର୍ନୀତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ କରି ଗୁରୁବାର ସକାଳେ କର୍ଣ୍ଣାଟକ ଲୋକାୟୁକ୍ତ ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏକକାଳୀନ ଚଢାଉ କରିଛନ୍ତି। ରାଜଧ
ଲୋକାୟୁକ୍ତ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ଅନେକ ଜିଲ୍ଲାରେ କଲେ ଚଢାଉ


ବେଙ୍ଗାଲୁରୁ, ମାର୍ଚ୍ଚ 5 (ହି.ସ)-କର୍ଣ୍ଣାଟକରେ ବେଙ୍ଗାଲୁରୁ ସମେତ ଅନେକ ଜିଲ୍ଲାରେ ଲୋକାୟୁକ୍ତ ଚଢାଉ କରିଛନ୍ତି।ଦୁର୍ନୀତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ କରି ଗୁରୁବାର ସକାଳେ କର୍ଣ୍ଣାଟକ ଲୋକାୟୁକ୍ତ ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏକକାଳୀନ ଚଢାଉ କରିଛନ୍ତି। ରାଜଧାନୀ ବେଙ୍ଗାଲୁରୁ ସମେତ ମାଣ୍ଡ୍ୟା, ଧାରୱାଡ, ହାସନ, ମୈସୁରୁ, ବିଜୟପୁରା ଏବଂ ୟଦଗିରି ଜିଲ୍ଲାରେ ଅନେକ ଅଧିକାରୀଙ୍କ ଘର ଏବଂ କାର୍ଯ୍ୟାଳୟରେ ତଲାସୀ ଆରମ୍ଭ ହୋଇଛି।ବେଙ୍ଗାଲୁରୁ ସହରର ଚାରୋଟି ସ୍ଥାନରେ ଚଢାଉ କରାଯାଇଛି। କେଆରଆଇଡିଲ ମୁଖ୍ୟ ଇଞ୍ଜିନିୟର ବସନ୍ତ ଭି. ନାୟକ, ବିଡିଏ କ୍ଷେତ୍ର ଆରଏଫଓ ଦଳେଶ ଏବଂ ରୟତ ସେବା ସହକାରୀ ସଂଘର ସିଇଓ ଶଶିଧରଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରାଯାଇଛି।ଯଦଗିରିରେ ବିଦ୍ୟୁତ ବିଭାଗର ଡେପୁଟି ଇଲେକ୍ଟ୍ରିକାଲ୍ ଇନ୍ସପେକ୍ଟର ବୀରେଶ ହିରେମଥ, ମାଣ୍ଡ୍ୟା ପବ୍ଲିକ୍ ୱାର୍କସ୍ ବିଭାଗର ସବ-ଡିଭିଜନାଲ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏସ୍. ସତୀଶ ଏବଂ ଧାରୱାଡରେ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ତାଲୁକା ପଛୁଆ ବର୍ଗ କଲ୍ୟାଣ ଅଧିକାରୀ ଏମ.କେ. ସୁରକୋଡଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।ହାସନ ମ୍ୟୁନିସିପାଲିଟିର ଏଏଇ, ଏମସି.। ମୈସୁରର ଜଳ ଭବନରେ ଥିବା କର୍ଣ୍ଣାଟକ ସହରାଞ୍ଚଳ ଜଳ ଯୋଗାଣ ଏବଂ ଡ୍ରେନେଜ୍ ବୋର୍ଡର ସତ୍ୟନାରାୟଣ, ଏଏଇଏବଂ ଇଇ ଆସିଫ୍ ଇକବାଲ୍ ଏବଂ ବିଜୟପୁରାରେ କୃଷ୍ଣ ଭାଗ୍ୟ ଜଳ ନିଗମ ଲିମିଟେଡର କନିଷ୍ଠ ଯନ୍ତ୍ରୀ ପ୍ରକାଶ ପି.ଜି.ଙ୍କ ବାସଭବନରେ ମଧ୍ୟ ସନ୍ଧାନ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande