ଆଜି ଓଡ଼ିଶାରେ ସିଆଇଏସଏଫର ସ୍ଥାପନା ଦିବସ ସମାରୋହରେ ସାମିଲ ହେବେ ଅମିତ ଶାହ
ନୂଆଦିଲ୍ଲୀ, 06 ମାର୍ଚ୍ଚ (ହି.ସ.)-କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ଓଡିଶାର ମୁଣ୍ଡଳିରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ର 57ତମ ସ୍ଥାପନା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ସମ୍ବୋଧନ କରିବେ। ଗୃହ ମନ୍ତ୍ରାଳୟର ଅନୁସାରେ, ଏହି ଅବସରରେ ସେ ଭୁ
ଅମିତ ଶାହ


ନୂଆଦିଲ୍ଲୀ, 06 ମାର୍ଚ୍ଚ (ହି.ସ.)-କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ଓଡିଶାର ମୁଣ୍ଡଳିରେ କେନ୍ଦ୍ରୀୟ

ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ର 57ତମ ସ୍ଥାପନା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ସମ୍ବୋଧନ କରିବେ। ଗୃହ ମନ୍ତ୍ରାଳୟର

ଅନୁସାରେ, ଏହି ଅବସରରେ ସେ

ଭୁବନେଶ୍ୱରରେ ରାଷ୍ଟ୍ରୀୟ ଫୋରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ)ର ନୂତନ କ୍ୟାମ୍ପସର ଭୂମିପୂଜନ କରିବେ। ଏହା ସହିତ ସେ ଏନଏଫଏସୟୁର

ଟ୍ରାନ୍ଜିଟ କ୍ୟାମ୍ପସର ଭର୍ଚୁଆଲ୍ ଉଦ୍ଘାଟନ ମଧ୍ୟ କରିବେ। ଗୃହମନ୍ତ୍ରୀ ଏନଏଫଏସୟୁକ୍ୟାମ୍ପସ ନିକଟରେ

କେନ୍ଦ୍ରୀୟ ଫୋରେନସିକ ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ) ର ଭୂମିପୂଜନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande