ଆସାମ- ସୁଖୋଇ-30 ଏମକେଆଇ ଫାଇଟର ଜେଟ୍ କ୍ରାସରେ 2 ପାଇଲଟଙ୍କ ମୃତ୍ୟୁ
କାର୍ବି ଆଙ୍ଗଲୋଙ୍ଗ, 06 ମାର୍ଚ୍ଚ (ହି.ସ.)- ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗୁରୁବାର ସନ୍ଧ୍ୟା ବେଳେ ସୁଖୋଇ-30ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ଚିହ୍ନଟ ସ୍କ୍ୱାର୍ଡନ ଲିଡର ଅନୁଜ
ଆସାମ- ସୁଖୋଇ-30 ଏମକେଆଇ ଫାଇଟର ଜେଟ୍ କ୍ରାସରେ 2     ପାଇଲଟଙ୍କ ମୃତ୍ୟୁ


କାର୍ବି ଆଙ୍ଗଲୋଙ୍ଗ, 06 ମାର୍ଚ୍ଚ (ହି.ସ.)- ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାର

ପାହାଡ଼ିଆ ଅଞ୍ଚଳରେ ଗୁରୁବାର ସନ୍ଧ୍ୟା ବେଳେ ସୁଖୋଇ-30ଫାଇଟର ବିମାନ

ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ଚିହ୍ନଟ ସ୍କ୍ୱାର୍ଡନ

ଲିଡର ଅନୁଜ ଏବଂ ସହ-ପାଇଲଟ୍ ଫ୍ଲାଇଟ ଲେଫ୍ଟନାଂଟ ପୁର୍ବେଶ ଦୁର୍ଗାକର ଭାବେ ହୋଇଛି। ଫ୍ଲାଇଟ୍

ଲେଫ୍ଟେନାଣ୍ଟ ପୁର୍ବେଶ ଇଣ୍ଡିଆନ୍ ଏୟାର ଫୋର୍ସର ଫ୍ଲାଇଂ ନେଭିଗେଟର ଥିଲେ। ଏହି ଦୁର୍ଘଟଣା ସମ୍ବନ୍ଧରେ

ଆଧିକାରିକ ସୂଚନା ଭାରତୀୟ ବାୟୁ ସେନା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଦେଇଛି।

ଦୁର୍ଘଟଣାସ୍ଥଳରୁ ଦୁଇଜଣ ବାୟୁ ସେନା କର୍ମଚାରୀଙ୍କ ମୃତଦେହ ମିଳିଛି।

ଇଣ୍ଡିଆନ୍ ଏୟାର ଫୋର୍ସର ଏକ୍ସ ପୋଷ୍ଟରେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଓ ଫ୍ଲାଇଟ୍

ଲେଫ୍ଟେନାଣ୍ଟ ପୁର୍ବେଶ ଦୁରାଗକରଙ୍କ ଦେହାନ୍ତ ସମ୍ବନ୍ଧରେ ସୂଚନା ଦିଆଯାଇଛି। ପୋଷ୍ଟରେ

କୁହାଯାଇଛି ଯେ ସୁଖୋଇ-30 ବିମାନ ଦୁର୍ଘଟଣାରେ ଦୁହେଁ ଗୁରୁତର ଆଘାତ ପାଇଥିଲେ। ଭାରତୀୟ ବାୟୁ

ସେନା କହିଛି ଯେ ଏହି ଦୁଃଖଦ ଘଟଣାରେ ସମସ୍ତ କର୍ମଚାରୀ ଶୋକ ପ୍ରକାଶ କରୁଛନ୍ତି ଏବଂ ଏହି

କଷ୍ଟକର ସମୟରେ ଶୋକାକୁଳ ପରିବାରଙ୍କ ସହ ଦୃଢ଼ ଭାବେ ଦଣ୍ଡାୟମାନ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande