ଆସାମରେ ବିମାନ ଦୁର୍ଘଟଣାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜନାଥ ସିଂ ଓ ରାହୁଲ ଗାନ୍ଧି
ନୂଆଦିଲ୍ଲୀ, 06 ମାର୍ଚ୍ଚ (ହି.ସ.)- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ସହିତ ଅନେକ ନେତା ଆସାମର କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଘଟିଥିବା ଯୁଦ୍ଧ ବିମାନ ଦୁର୍ଘଟଣାରେ ବାୟୁ ସେନାର ଦୁଇଜଣ ପାଇଲଟଙ୍କ ଶହୀଦ ପାଇଁ ଗଭୀର
ଆସାମରେ ବିମାନ ଦୁର୍ଘଟଣାରେ     ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜନାଥ ସିଂ ଓ ରାହୁଲ ଗାନ୍ଧି


ନୂଆଦିଲ୍ଲୀ, 06 ମାର୍ଚ୍ଚ (ହି.ସ.)- ପ୍ରତିରକ୍ଷାମନ୍ତ୍ରୀ

ରାଜନାଥ ସିଂହ ଏବଂ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ସହିତ ଅନେକ ନେତା ଆସାମର

କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଘଟିଥିବା ଯୁଦ୍ଧ ବିମାନ ଦୁର୍ଘଟଣାରେ ବାୟୁ ସେନାର ଦୁଇଜଣ

ପାଇଲଟଙ୍କ ଶହୀଦ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଓ

ଫ୍ଲାଇଟ୍ ଲେଫ୍ଟେନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପରିବାରଙ୍କ

ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।

ରାଜନାଥ ସିଂହ ଶୁକ୍ରବାର

ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ ସୁଖୋଇ–30 ବିମାନ ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର

ଅନୁଜ ଓ ଫ୍ଲାଇଟ୍ ଲେଫ୍ଟେନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କ ମୃତ୍ୟୁ ସମ୍ବାଦ ଶୁଣି ସେ ବହୁତ

ଦୁଃଖିତ। ଦେଶ ପାଇଁ ସେମାନଙ୍କ ସାହସ ଓ ସେବାକୁ ସର୍ବଦା ଗର୍ବ ଓ କୃତଜ୍ଞତା ସହିତ ସ୍ମରଣ

କରାଯିବ। ଦୁଃଖିତ ପରିବାରଙ୍କ ପ୍ରତି ମୋର ଗଭୀର ସମବେଦନା। ଏହି ଦୁଃଖର ଘଡ଼ିରେ ସମଗ୍ର ଦେଶ

ସେମାନଙ୍କ ସହ ଦୃଢ଼ଭାବେ ଦଣ୍ଡାୟମାନ ଅଛି।

ରାହୁଲ ଗାନ୍ଧୀ ତାଙ୍କ ଶୋକ ବାର୍ତ୍ତାରେ

କହିଛନ୍ତି ଯେ ଭାରତୀୟ ବାୟୁ ସେନାର ବୀର ଯବାନ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଓ ଫ୍ଲାଇଟ୍

ଲେଫ୍ଟେନାଣ୍ଟ ପୂର୍ବେଶ ବିମାନ ଦୁର୍ଘଟଣାରେ ଶହୀଦ ହେବାର ସମ୍ବାଦ ଅତ୍ୟନ୍ତ ଦୁଃଖଦ ଓ

ପୀଡ଼ାଦାୟକ। ଏହି ବୀର ସନ୍ତାନମାନଙ୍କୁ ସେ ଭାବଭିନ୍ନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ ଶୋକାକୁଳ

ପରିବାରଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି। ଏହି ଦୁଃଖର ସମୟରେ ସମଗ୍ର ଦେଶ

ସେମାନଙ୍କ ସହ ଦଣ୍ଡାୟମାନ ଅଛି।

କଂଗ୍ରେସର ସାଧାରଣ ସଚିବ

ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ଅସମରେ ଘଟିଥିବା ବିମାନ ଦୁର୍ଘଟଣାରେ ଦୁଇଜଣ ବୀର

ଜବାନଙ୍କ ଶହୀଦତାର ସମ୍ବାଦ ଅତ୍ୟନ୍ତ ଦୁଃଖଦ। ସେ ଭଗବାନଙ୍କ ନିକଟରେ ଦିବଙ୍ଗତ ଆତ୍ମାମାନଙ୍କର

ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ଶୋକାକୁଳ ପରିବାରଙ୍କୁ ଏହି କଠିନ ସମୟରେ ସାହସ ଓ

ସମର୍ଥନ ମିଳୁଥିବା ପାଇଁ କାମନା କରିଛନ୍ତି ।

ବିହାରର ଉପମୁଖ୍ୟମନ୍ତ୍ରୀ

ସମ୍ରାଟ ଚୌଧୁରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଭାରତୀୟ ବାୟୁସେନାର ସୁ-30ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ବାଦ ଅତ୍ୟନ୍ତ ଦୁଃଖଦ। ଏହି

ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଓ ଫ୍ଲାଇଟ୍ ଲେଫ୍ଟେନାଣ୍ଟ ପୂର୍ବେଶଙ୍କ ମୃତ୍ୟୁ ସହ ଦେଶ

ତାହାର ଦୁଇଜଣ ବୀର ସନ୍ତାନଙ୍କୁ ହରାଇଛି। ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଯେ ଦିବଙ୍ଗତ

ଆତ୍ମାମାନଙ୍କୁ ଶାନ୍ତି ଦିଅନ୍ତୁ ଏବଂ ଶୋକାକୁଳ ପରିବାରଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ଓ

ସାହସ ପ୍ରଦାନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande