ଇରାନର ଆଜାଦୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉପରେ ଆମେରିକା-ଇସ୍ରାଏଲର ଆକ୍ରମଣ, 12 ହଜାର ସିଟ ବିଶିଷ୍ଟ ଇଣ୍ଡୋର ଏରିନା ସମ୍ପୂର୍ଣ୍ଣ ଧ୍ୱସ୍ତ
ତେହରାନ/ୱାଶିଂଟନ, 06 ମାର୍ଚ୍ଚ (ହି.ସ.)-ଆମେରିକା-ଇସ୍ରାଏଲର ସଂଯୁକ୍ତ ସାମରିକ ଅଭିଯାନରେ ଇରାନଭୟଭୀତ ହୋଇପଡ଼ିଛି। ଯୁଦ୍ଧର ଷଷ୍ଠ ଦିନରେ ଆମେରିକା ଓ ଇସ୍ରାଏଲ ତେହରାନରେ ଅବସ୍ଥିତ ବିଶ୍ୱର ଖୁବ ସୁନ୍ଦର ଓ ପ୍ରତିଷ୍ଠିତ ଫୁଟବଲ୍ ମାଇଦାନ ଆଜାଦୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଲକ୍ଷ୍
ଇରାନ


ତେହରାନ/ୱାଶିଂଟନ, 06 ମାର୍ଚ୍ଚ (ହି.ସ.)-ଆମେରିକା-ଇସ୍ରାଏଲର ସଂଯୁକ୍ତ ସାମରିକ ଅଭିଯାନରେ ଇରାନଭୟଭୀତ ହୋଇପଡ଼ିଛି। ଯୁଦ୍ଧର ଷଷ୍ଠ

ଦିନରେ ଆମେରିକା ଓ ଇସ୍ରାଏଲ ତେହରାନରେ ଅବସ୍ଥିତ ବିଶ୍ୱର ଖୁବ ସୁନ୍ଦର ଓ ପ୍ରତିଷ୍ଠିତ ଫୁଟବଲ୍

ମାଇଦାନ ଆଜାଦୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ। ଏହି ବମାକ୍ରମଣରେ

ଏହାର 12 ହଜାର ଆସନ କ୍ଷମତା ବିଶିଷ୍ଟ ଇଣ୍ଡୋର ଆରେନା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ଇଂଟର ନ୍ୟାସନାଲ ସମ୍ବାଦପତ୍ରର ରିପୋର୍ଟ ଅନୁସାରେ, ଇରାନ ସରକାର ଆଜାଦି ସ୍ପୋର୍ଟସ୍

କମ୍ପ୍ଲେକ୍ସ ଉପରେ ହୋଇଥିବା ଆମେରିକା-ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିଛନ୍ତି। ଇରାନ ମଧ୍ୟ

ସ୍ୱୀକାର କରିଛି ଯେ ସେଠାରେ ଥିବା 12,000 ଆସନ ବିଶିଷ୍ଟ ଇଣ୍ଡୋର ଷ୍ଟାଡିୟମ୍ ବ୍ୟାପକ

କ୍ଷତିଗ୍ରସ୍ତ ହୋଇଛି।

ଖେଳମନ୍ତ୍ରୀ ଘଟଣାସ୍ଥଳରେ ପରିଦର୍ଶନ କରି ଏହି ଆକ୍ରମଣକୁ

ଆନ୍ତର୍ଜାତୀୟ କାନୁନ ଓ ଇଂଟର ନ୍ୟାସନାଲ ଅଲମ୍ପିକ କମିଟିର ଅଲିମ୍ପିକ୍ ଚାର୍ଟରର ଉଲ୍ଲଂଘନ ବୋଲି

କହିଛନ୍ତି। ସେ ବିଶ୍ୱର ସମସ୍ତ ଦେଶକୁ ଏହାର ଜବାବଦେହିତା ନିର୍ଦ୍ଧାରଣ କରିବାକୁ ଆହ୍ୱାନ

କରିଛନ୍ତି। ଏହି ଦାବି ଉପରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ କୌଣସି ମତାମତ ଦିଆଯାଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande