
ବେଙ୍ଗାଲୁରୁ, 06 ମାର୍ଚ୍ଚ (ହି.ସ.)- କର୍ଣ୍ଣାଟକର
ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା କେନ୍ଦ୍ର ସରକାରଙ୍କ ଦ୍ୱାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ
ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା) କୁ ବନ୍ଦ କରି ଭିବି-ଜି-ରାମ-ଜି ଯୋଜନା ଲାଗୁ କରିବାକୁ
ଅଧିକାର ଆଧାରିତ ରୋଜଗାର ବ୍ୟବସ୍ଥାକୁ ଦୁର୍ବଳ କରିବାର ପଦକ୍ଷେପ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ମହାତ୍ମା ଗାନ୍ଧୀଙ୍କ ‘ଗ୍ରାମ ସ୍ୱରାଜ’ର ପରିକଳ୍ପନାର
ବିପରୀତ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
ଶୁକ୍ରବାର ବିଧାନସଭାରେ ରାଜ୍ୟର ବଜେଟ୍ ପ୍ରସ୍ତୁତ କରୁଥିଲେ। ସେ କହିଛନ୍ତି ଯେ ନୂଆ ଯୋଜନା
ଲାଗୁ ହେଲେ ଗ୍ରାମୀଣ ରୋଜଗାର ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ସମସ୍ୟା ଉଦ୍ଭବ ହେବାର ଆଶଙ୍କା ରହିଛି।
ସେ କହିଛନ୍ତି ଯେ ନୂଆ ବ୍ୟବସ୍ଥା ଅନୁଯାୟୀ ଚାହିଦା ଆଧାରିତ ରୋଜଗାର ଗ୍ୟାରେଣ୍ଟି ପ୍ରଣାଳୀରୁ ହଟି
କେନ୍ଦ୍ର ସରକାର ନିର୍ଦ୍ଧାରିତ ରୋଜଗାର ବଣ୍ଟନ ପ୍ରଣାଳୀ ଲାଗୁ କରିବାର ଆଶଙ୍କା ଅଛି। ଏହାର
ଫଳରେ ଗ୍ରାମୀଣ ଶ୍ରମିକମାନଙ୍କର ରୋଜଗାର ସୁରକ୍ଷା ଉପରେ ଅନନ୍ତରାୟ ପଡ଼ିପାରେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ
ଏହି ପଦକ୍ଷେପ ସଂବିଧାନର ୭୩ତମ ସଂଶୋଧନର ମୂଳ ଭାବନାଙ୍କୁ ମଧ୍ୟ ବିରୋଧ କରେ ଏବଂ ଏହାର ଫଳରେ
ପଞ୍ଚାୟତମାନଙ୍କର ନିଷ୍ପତ୍ତି ନେବା ଅଧିକାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଯୋଜନାର ଗଠନ ଓ
କାର୍ଯ୍ୟାନ୍ବୟନରେ କେନ୍ଦ୍ରୀକରଣ ବଢ଼ିବାର ସମ୍ଭାବନା ମଧ୍ୟ ସେ ବ୍ୟକ୍ତ କରିଛନ୍ତି।
ସିଦ୍ଧରମୈୟାଙ୍କ ଅନୁସାରେ, ଯଦି ପରୋକ୍ଷ ଭାବରେ ଠିକେଦାରମାନଙ୍କ ଅଂଶଗ୍ରହଣ ବ୍ୟବସ୍ଥା କରାଯାଏ, ତେବେ ଏହା ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ସିଧାସଳଖ ରୋଜଗାର ସୁଯୋଗ
କମାଇ ପାରେ। ଏହା ସହ କେନ୍ଦ୍ରର ପ୍ରଶାସନିକ ଓ ନିୟାମକ ନିୟନ୍ତ୍ରଣ ଯୋଗୁଁ କାମଗୁଡିକର ସମୟୋଚିତ
କାର୍ଯ୍ୟାନ୍ବୟନରେ ମଧ୍ୟ ବାଧା ଆସିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା