ନାଗାଲାଣ୍ଡର ମୋକୋକଚୁଙ୍ଗରେ ଦୁଇଟି ନୂତନ ମାଛ ପ୍ରଜାତି ଆବିଷ୍କୃତ
ମୋକୋକଚୁଙ୍ଗ (ନାଗାଲାଣ୍ଡ), ୬ ମାର୍ଚ୍ଚ (ହି.ସ.)- ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାରେ ବୈଜ୍ଞାନିକମାନେ ଦୁଇଟି ନୂତନ ପ୍ରଜାତି ମଧୁର ଜଳ ମାଛ ଆବିଷ୍କାର କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦୁଇଟି ପ୍ରଜାତି ଜଣେ ମୃତ ସହକର୍ମୀଙ୍କ ପୁଅ ଏବଂ ଝିଅଙ୍କ ନାମ ଅନୁସାରେ ନାମିତ ହୋଇଛି, ଯାହା ତ
ନାଗାଲାଣ୍ଡର ମୋକୋକଚୁଙ୍ଗରେ ଦୁଇଟି ନୂତନ ମାଛ ପ୍ରଜାତି ଆବିଷ୍କୃତ


ମୋକୋକଚୁଙ୍ଗ (ନାଗାଲାଣ୍ଡ), ୬ ମାର୍ଚ୍ଚ (ହି.ସ.)- ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାରେ ବୈଜ୍ଞାନିକମାନେ ଦୁଇଟି ନୂତନ ପ୍ରଜାତି ମଧୁର ଜଳ ମାଛ ଆବିଷ୍କାର କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦୁଇଟି ପ୍ରଜାତି ଜଣେ ମୃତ ସହକର୍ମୀଙ୍କ ପୁଅ ଏବଂ ଝିଅଙ୍କ ନାମ ଅନୁସାରେ ନାମିତ ହୋଇଛି, ଯାହା ତାଙ୍କର ଶେଷ ଇଚ୍ଛା ପୂରଣ କରିଛି ।

ସରକାରୀ ସୂତ୍ର ଅନୁସାରେ, ନୂତନ ଭାବରେ ଆବିଷ୍କୃତ ପ୍ରଜାତିଗୁଡ଼ିକ ହେଉଛି ଗ୍ଲିପ୍ଟୋଥୋରୈକ୍ସ ସେଂଟିମେରେନି ଏବଂ ଓରେଇଚଥିସ୍ ଏଲିୟାନେ । ମୋକୋକଚୁଙ୍ଗ ଜିଲ୍ଲାରେ କରାଯାଇଥିବା ଏକ ଇଚଥୋଲୋଜିକାଲ୍ ସର୍ଭେ ସମୟରେ ଏମାନଙ୍କୁ ଚିହ୍ନଟ କରାଯାଇଥିଲା । ପରେ ଏହି ଏହି ଗବେଷଣାକୁ ଅନ୍ତର୍ଜାତୀୟ ବୈଜ୍ଞାନିକ ପତ୍ରିକା ଜୁଟାକ୍ସାରେ ପ୍ରକାଶିତ ହୋଇଥିଲା ।

ଏହି ଅଧ୍ୟୟନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ - କେନ୍ଦ୍ରୀୟ ଦ୍ୱୀପ କୃଷି ଗବେଷଣା ପ୍ରତିଷ୍ଠାନର ଜେ. ପ୍ରବୀଣରାଜ ଏବଂ ମୁମ୍ବାଇର ସ୍ୱାଧୀନ ଗବେଷକ ବାଲାଜୀ ବିଜୟକୃଷ୍ଣନଙ୍କ ଦ୍ୱାରା ମୋକୋକଚୁଙ୍ଗର ଫଜଲ ଅଲି କଲେଜର ସହାୟକ ପ୍ରଫେସର ସ୍ୱର୍ଗତ ଲେଫ୍ଟନାଂଟ ଲିମାକୁମଙ୍କ ସହଯୋଗରେ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande