ଏନ୍ଏଚ୍ଏଆଇ ୫,୧୦୦ରୁ ଅଧିକ ମହିଳାଙ୍କୁ ଟୋଲ୍ ପ୍ଲାଜାରେ କଲେ ନିଯୁକ୍ତି, ରୋଜଗାର ଏବଂ ସଶକ୍ତିକରଣର ନୂଆ ଦିଗ
ନୂଆଦିଲ୍ଲୀ,୦୬ ମାର୍ଚ୍ଚ(ହି.ସ.) – ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନ୍ଏଚ୍ଏଆଇ) ରାଷ୍ଟ୍ରୀୟ ରାଜମାର୍ଗ ଏବଂ ଏକ୍ସପ୍ରେସ-ୱେ ସ୍ଥିତ ଟୋଲ ପ୍ଲାଜାରେ ମହିଳାମାନଙ୍କ ଭାଗିଦାରୀ ବଢ଼ାଇବା ପାଇଁ ଦେଶସାରାରେ ୧,୧୪୦ରୁ ଅଧିକ ଟୋଲ୍ ପ୍ଲାଜାରେ ଦିନ ସିପ୍ଟରେ ୫,୧୦୦ରୁ ଅଧିକ ମହିଳା କର୍ମଚାରୀମାନଙ୍କୁ
ଏନ୍ଏଚ୍ଏଆଇ ୫,୧୦୦ରୁ ଅଧିକ ମହିଳାଙ୍କୁ ଟୋଲ୍ ପ୍ଲାଜାରେ କଲେ ନିଯୁକ୍ତି, ରୋଜଗାର ଏବଂ ସଶକ୍ତିକରଣର ନୂଆ ଦିଗ


ନୂଆଦିଲ୍ଲୀ,୦୬ ମାର୍ଚ୍ଚ(ହି.ସ.) – ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନ୍ଏଚ୍ଏଆଇ) ରାଷ୍ଟ୍ରୀୟ ରାଜମାର୍ଗ ଏବଂ ଏକ୍ସପ୍ରେସ-ୱେ ସ୍ଥିତ ଟୋଲ ପ୍ଲାଜାରେ ମହିଳାମାନଙ୍କ ଭାଗିଦାରୀ ବଢ଼ାଇବା ପାଇଁ ଦେଶସାରାରେ ୧,୧୪୦ରୁ ଅଧିକ ଟୋଲ୍ ପ୍ଲାଜାରେ ଦିନ ସିପ୍ଟରେ ୫,୧୦୦ରୁ ଅଧିକ ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି କରିଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କହିଛି ଯେ ଏହାର ଉଦ୍ଦେଶ୍ୟ ଟୋଲ୍ ସଂଚାଳନରେ ମହିଳାମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା, ରୋଜଗାର ଅବସର ସୃଷ୍ଟି କରିବା ଏବଂ ଟୋଲ୍ ପ୍ଲାଜାରେ ଯାତ୍ରୀମାନଙ୍କୁ ଅଧିକ ସମ୍ବେଦନଶୀଳ ଏବଂ ଉପଯୋଗକର୍ତା ଅନୁକୂଳ ବାତାବରଣ ଉପଲବ୍ଧ କରାଇବା। ଅଧିକାରିମାନଙ୍କ କହିବା ଯେ ମହିଳା କର୍ମଚାରୀଙ୍କ ନିଯୁକ୍ତିରେ ବିବାଦର ସମ୍ଭାବନା କମ୍ ହେବ ଏବଂ ସେବାର ଗୁଣବତା ଉତମ ହେବ।

ଏନ୍ଏଚ୍ଏଆଇ ଏହି ନିର୍ଣ୍ଣୟ ଉପରେ ବିଭିନ୍ନ ହିତଧାରକ, ଟୋଲ୍ ଅପରେଟର ଏବଂ ଉଦ୍ୟୋଗ ସଂଗଠନ ପରି ନେସନାଲ୍ ହାଇୱେଜ ବିଲ୍ଡର ଫେଡେରେଶନ, ହାଇୱେ ଅପରେଟର୍ସ ଏସୋସିଏଶନ ଅଫ୍ ଇଣ୍ଡିଆ ଏବଂ ଅଲ୍ ଇଣ୍ଡିଆ ୟୁଜର ଫି କାନ୍ଟେକ୍ଟର୍ସ ଫେଡେରେଶନ ବିଷୟରେ ଚର୍ଚ୍ଚା କରିଥିଲେ। ସମସ୍ତେ ଏହାକୁ ସମର୍ଥନ କରିଥିଲେ ଏବଂ ମହିଳା କର୍ମଚାରୀମାନଙ୍କୁ ଦିନ ସିଫ୍ଟରେ ନିଯୁକ୍ତି କରିବା ଉପରେ ସହମତି କରିଛନ୍ତି।

ଏନ୍ଏଚ୍ଏଆଇ କହିଛନ୍ତି ଯେ ମହିଳା କର୍ମଚାରୀଙ୍କୁ ବିଶେଷ ପ୍ରଶିକ୍ଷଣ ମଧ୍ୟ ଦିଆଯିବ, ମୁଖ୍ୟତଃ ଗ୍ରାମୀଣ ଅଂଚଳରୁ ଆସୁଥିବା ମହିଳାମାନଙ୍କୁ। ପ୍ରଶିକ୍ଷଣରେ ଶିଷ୍ଟ ବ୍ୟବହାର, ଜରୁରୀ କାଳୀନ ସ୍ଥିତି ସହିତ ଯୁଝିବାର କ୍ଷମତା, ସୁରକ୍ଷା ପ୍ରୋଟୋଲ୍ ଏବଂ ଟୋଲ୍ ସଂଚାଳନର ଦକ୍ଷତା ଉପରେ ଧ୍ୟାନ ଦିଆଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande