
ଜଶପୁର/ରାୟପୁର, ୬ ମାର୍ଚ୍ଚ (ହି.ସ.)- ଛତିଶଗଡ଼ ରାଜ୍ୟ ଜଶପୁର ଜିଲ୍ଲାର କରଡେଗାରୁ କୁଙ୍କୁରି ଯାଉଥିବା ଏକ ଯାତ୍ରୀବାହୀ ବସ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ଦୁର୍ଘଟଣାରେ ଜଣେ ଶିଶୁ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି, ନଅ ଜଣ ଗୁରୁତର ଆହତ ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, କରଡେଗାରୁ କୁଙ୍କୁରି ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁଇ ଡଜନରୁ ଅଧିକ ଯାତ୍ରୀଙ୍କୁ ନେଇଯାଉଥିଲା । କରଡେଗା ଆଉଟପୋଷ୍ଟ ଅଂଚଳର ଗୋଡାଅମ୍ବା ନିକଟରେ ବସ୍ ଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ, ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଥିଲା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଯାତ୍ରୀ ଆହତ ହୋଇଥିଲେ, ଯେଉଁମାନଙ୍କୁ କୁଙ୍କୁରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସ ସମସ୍ତ ଆହତଙ୍କ ସର୍ବୋତମ ଚିକିତ୍ସା ପାଇଁ ତୁରନ୍ତ ନିର୍ଦ୍ଦେଶ ଜାରି କରିଛି । ପୋଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ସମଗ୍ର ଘଟଣାର ତଦନ୍ତ କରାଯାଉଛି । ମୃତକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ପୋଲିସ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କକରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ