ୟୁପିଏସ୍ସି ସିଭିଲ୍ ସେବା ପରୀକ୍ଷା ୨୦୨୫ର ଶେଷ ପରିଣାମ ଘୋଷିତ, ଅନୁଜ ଅଗ୍ନିହୋତ୍ରୀ ଦେଶରେ ଆଗରେ
ନୂଆଦିଲ୍ଲୀ,୦୬ ମାର୍ଚ୍ଚ(ହି.ସ.) – ସଂଘ ଲୋକ ସେବା ଆୟୋଗ(ୟୁପିଏସ୍ସି) ଶୁକ୍ରବର ଦିନ ସିଭିଲ୍ ସେବା(ମୁଖ୍ୟ) ପରୀକ୍ଷା ୨୦୨୫ର ଶେଷ ପରିଣାମ ଘୋଷିତ କରିଛି। ପ୍ରତିଷ୍ଠିତ ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଆୟୋଗ ଅନୁଯାୟୀ ଲିଖିତ ପରୀକ୍ଷା ଅଗଷ୍ଟ ୨୦୨୫ରେ ଆୟୋଜିତ କ
ୟୁପିଏସ୍ସି ସିଭିଲ୍ ସେବା ପରୀକ୍ଷା ୨୦୨୫ର ଶେଷ ପରିଣାମ ଘୋଷିତ, ଅନୁଜ ଅଗ୍ନିହୋତ୍ରୀ ଦେଶରେ ଆଗରେ


ନୂଆଦିଲ୍ଲୀ,୦୬ ମାର୍ଚ୍ଚ(ହି.ସ.) – ସଂଘ ଲୋକ ସେବା ଆୟୋଗ(ୟୁପିଏସ୍ସି) ଶୁକ୍ରବର ଦିନ ସିଭିଲ୍ ସେବା(ମୁଖ୍ୟ) ପରୀକ୍ଷା ୨୦୨୫ର ଶେଷ ପରିଣାମ ଘୋଷିତ କରିଛି। ପ୍ରତିଷ୍ଠିତ ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଆୟୋଗ ଅନୁଯାୟୀ ଲିଖିତ ପରୀକ୍ଷା ଅଗଷ୍ଟ ୨୦୨୫ରେ ଆୟୋଜିତ କରାଯାଇଥିଲାବେଳେ ସାକ୍ଷାତକାର ଡିସେମ୍ବର ୨୦୨୫ରୁ ଫେବୃଆରୀ ୨୦୨୬ ମଧ୍ୟରେ ଆୟୋଜିତ କରାଯାଇଛି। ଏହି ସ୍ତରର ଆଧାରରେ ମୋଟ ୯୫୮ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ କେନ୍ଦ୍ରୀୟ ସେବାରେ ନିଯୁକ୍ତି ପାଇଁ ଅନୁଶଂସିତ କରାଯାଇଛି। ଏହି ପରୀକ୍ଷାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍), ଭାରତୀୟ ବିଦେଶ ସେବା(ଆଇଏଫ୍ଏସ୍), ଭାରତୀୟ ପୋଲିସ୍ ସେବା(ଆଇପିଏସ୍) ତଥା ଅନ୍ୟ କେନ୍ଦ୍ରୀୟ ସେବା ସମୁହ ‘ଏ’ ଏବଂ ‘ବି’ରେ ନିଯୁକ୍ତି ପାଇଁ ବଛାଯାଇଛି।

ପରୀକ୍ଷା ପରିଣାମ ଅନୁଯାୟୀ ଶୀର୍ଷ ଦଶ ସ୍ଥାନରେ ବଛାଯାଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅନୁଜ ଅଗ୍ନିହୋତୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି, ସେହିପରି ଦ୍ୱିତୀୟ ସ୍ଥାନରେ ରାଜେଶ୍ୱରୀ ସୁବେ ଏବଂ ତୃତୀୟ ସ୍ଥାନରେ ଆକାଶ ଧୂଲ୍ ରହିଛନ୍ତି। ଚତୁର୍ଥ ସ୍ଥାନରେ ରାଘବ ଝୁନଝୁନୱାଲା, ପଂଚମ ସ୍ଥାନରେ ଇଶାନ ଭଟନାଗର, ଷଷ୍ଠ ସ୍ଥାନରେ ଜିନ୍ନିୟା ଓରୋରା, ସପ୍ତମ ସ୍ଥାନରେ ଏ.ଆର୍. ରାଜାହ ମୋହାଇଦୀନ, ଅଷ୍ଟମ ସ୍ଥାନରେ ପକ୍ଷାଲ ସେକ୍ରେଟ୍ରି, ନବମ ସ୍ଥାନରେ ଆସ୍ଥା ଜୈନ ଏବଂ ଦଶମ ସ୍ଥାନରେ ଉଜ୍ଜ୍ୱଳ ପ୍ରିୟଙ୍କା ଅଛନ୍ତି।

ଆୟୋଗ ଅନୁଯାୟୀ ମୋଟ ବଛାଯାଇଥିବା ୯୫୮ ଆଶାୟୀଙ୍କ ମଧ୍ୟରେ ସାଧାରଣ ବର୍ଗର ୩୧୭, ଆର୍ôଥକ ଅନଗ୍ରସରର ୧୦୪, ଅନ୍ୟ ପଛୁଆ ବର୍ଗ(ଓବିସି)ର ୩୦୬, ଅନୁସୂଚିତ ଜାତି(ଏସ୍ସି)ର ୧୫୮ ଏବଂ ଅନୁସୂଚିତ ଜନଜାତି(ଏସ୍ଟି)ର ୭୩ ପରୀକ୍ଷାର୍ଥୀ ସାମିଲ ଅଛନ୍ତି।

ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଇଥିବା ବିଜ୍ଞାପନ ଅନୁଯାୟୀ ବିଭିନ୍ନ ସେବାରେ ମୋଟ ୧୦୮୭ ପଦରେ ନିଯୁକ୍ତି କରାଯିବାର ଅଛି। ଏଥିରୁ ଭାରତୀୟ ପ୍ରଶାସନିକ ସେବାରେ ୧୮୦, ଭାରତୀୟ ବିଦେଶ ସେବାରେ ୫୫, ଭାରତୀୟ ପୋଲିସ୍ ସେବାରେ ୧୫୦, କେନ୍ଦ୍ରୀୟ ସେବା ସମୁହ ‘ଏ’ରେ ୫୦୭ ଏବଂ ସମୁହ ‘ବି’ ସେବାରେ ୧୯୫ ପଦ ସାମିଲ ରହିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande