
କୋଲକାତା, ୬ ମାର୍ଚ୍ଚ (ହି.ସ.): କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ ସେ ସହରର ମଧ୍ୟଭାଗରେ ଧାରଣା ଦେଇ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି।
ଏକ କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ସରକାର ଅଧିକ ଦିନ ଚାଲିବ ନାହିଁ। ସେ କିଛି ରାଜ୍ୟ ଅଧିକାରୀ ଏବଂ ତୃଣମୂଳ ସମର୍ôଥତ ଉପାଦାନମାନଙ୍କୁ ନିଜର ପଥ ପରିବର୍ତନ କରିବାକୁ ଚେତାବନୀ ଦେଇଛନ୍ତି, ନଚେତ୍ ପରିଣାମ ଭୋଗିବାକୁ ପଡ଼ିବ।
ଗିରିରାଜ ସିଂହ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ କେବଳ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି, ଯେଉଁମାନେ ତାଙ୍କ ଭୋଟ ବ୍ୟାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ କହିଛନ୍ତି ଯେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏସ୍ପ୍ଲାନେଡ୍ ଅଂଚଳରେ ଧାରଣା ଦେବା ଲଜ୍ଜାଜନକ ଏବଂ ଗତ ନିର୍ବାଚନରେ ଏପରି ଲୋକଙ୍କ ସମର୍ଥନରୁ ସେ ଲାଭ ପାଇଥିଲେ, କିନ୍ତୁ ଏହା ଆଉ ଘଟିବ ନାହିଁ।
କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାର ରାଜ୍ୟକୁ ଦେଇଥିବା ପ୍ରାୟ ୧୫ ଲକ୍ଷ କୋଟି ଅନୁଦାନର ଏକ ବଡ଼ ଅଂଶ ଆତ୍ମସାତ କରିଛନ୍ତି। ସେ କହିଛନ୍ତି ଯେ ଗତ ୧୫ ବର୍ଷ ମଧ୍ୟରେ ଅନେକ ନେତା ସାଇକେଲରୁ ବିଳାସପୂର୍ଣ୍ଣ ଚାରିଚକିଆ ଯାନକୁ ସ୍ଥାନାନ୍ତରିତ ହୋଇଛନ୍ତି ଏବଂ ଭବ୍ୟ ପ୍ରାସାଦ ନିର୍ମାଣ କରିଛନ୍ତି।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ