ରାଜସ୍ଥାନରେ ସକାଳେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା 3.5
ଜୟପୁର, 07 ମାର୍ଚ୍ଚ (ହି.ସ.)- ରାଜସ୍ଥାନରେ ଶନିବାର ସକାଳେ ହାଲୁକା ଭୂମିକମ୍ପ ଝଟକା ଅନୁଭବ କରାଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି। ଭୂମିକମ୍ପର ସବୁଠାରୁ ଅଧିକ ପ୍ରଭାବ ସିକର ଜିଲ୍ଲାଏବଂ ଏହାର ଆଖପାଖ ଅଞ୍ଚଳରେ ଅନୁଭବ ହୋଇଥିଲା। ତଥାପି
ରାଜସ୍ଥାନରେ ସକାଳେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା     3.5


ଜୟପୁର, 07 ମାର୍ଚ୍ଚ (ହି.ସ.)- ରାଜସ୍ଥାନରେ ଶନିବାର ସକାଳେ ହାଲୁକା ଭୂମିକମ୍ପ ଝଟକା ଅନୁଭବ

କରାଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି। ଭୂମିକମ୍ପର ସବୁଠାରୁ

ଅଧିକ ପ୍ରଭାବ ସିକର ଜିଲ୍ଲାଏବଂ ଏହାର ଆଖପାଖ

ଅଞ୍ଚଳରେ ଅନୁଭବ ହୋଇଥିଲା। ତଥାପି ଝଟକା ହାଲୁକା ଥିବାରୁ କୌଣସି ସ୍ଥାନରୁ ଜୀବନ କିମ୍ବା

ସମ୍ପତ୍ତି କ୍ଷତିର ସୂଚନା ମିଳିନାହିଁ।

ନ୍ୟାସନାଲ ସେଂଟର ଅଫ୍ ସିସ୍ମୋଲୋଜି ଅନୁସାରେ ଭୂମିକମ୍ପର କେନ୍ଦ୍ର

ଜୟପୁରରୁ ପ୍ରାୟ 69 କିଲୋମିଟର ଉତ୍ତର–ପଶ୍ଚିମ ଦିଗରେ ଏବଂ ପୃଥିବୀ ପୃଷ୍ଠରୁ ପ୍ରାୟ ପାଞ୍ଚ

କିଲୋମିଟର ଗଭୀରତାରେ ଥିଲା। ସକାଳ ପ୍ରାୟ 6:30 ବେଳେ ଆସିଥିବା ଏହି ଭୂମିକମ୍ପର ଝଟକା କେବଳ

କିଛି ସେକେଣ୍ଡ ପର୍ଯ୍ୟନ୍ତ ମାତ୍ର ଅନୁଭବ ହୋଇଥିଲା।

ସୂଚନା ଅନୁସାରେ ଖାଟୁ ଶ୍ୟମଜୀ, ପଲସାନା, ଡିଙ୍ଗପୁର ଏବଂ ଆଖପାଖ

ଅଞ୍ଚଳରେ ଲୋକମାନେ ମାଟିରେ ହାଲୁକା କମ୍ପନ ଅନୁଭବ କରିଥିଲେ। ପ୍ରାୟ ୧–୨ ସେକେଣ୍ଡ ପର୍ଯ୍ୟନ୍ତ

ଝଟକା ଅନୁଭବ ହେବାରୁ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ।

ପଲସାନ ଅଞ୍ଚଳର ଅନେକ ଲୋକ କହିଛନ୍ତି ଯେ ଭୂମିକମ୍ପ ସମୟରେ ସେମାନଙ୍କ

ଘରର ଝରକା ଓ କବାଟ ମଧ୍ୟ ହଲିବାକୁ ଲାଗିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande