
କୋଲକାତା, 07 ମାର୍ଚ୍ଚ (ହି.ସ.)- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଭୋଟର ତାଲିକା
ପୁନର୍ବୀକ୍ଷଣ ପ୍ରସଙ୍ଗକୁ ନେଇ ଶନିବାର ଲଗାତାର ଦ୍ୱିତୀୟ ଦିନ କୋଲକାତାର ଧର୍ମତାଲାଅଞ୍ଚଳରେ ଧରଣାରେ
ବସିଛନ୍ତି। ସେ ବିଜେପିଓ ଭାରତୀୟ ନିର୍ବାଚନ କମିଶନଉପରେ ଅଭିଯୋଗ କରି
କହିଛନ୍ତି ଯେ ବଙ୍ଗର ଭୋଟରମାନଙ୍କୁ ମତାଧିକାରରୁ ବଞ୍ଚିତ କରିବା ପାଇଁ ଷଡଯନ୍ତ୍ର କରାଯାଉଛି।
ଏହି ଧରଣା କାର୍ଯ୍ୟକ୍ରମ ଭାରତୀୟ ନିର୍ବାଚନ କମିଶନର ପୂର୍ଣ୍ଣ ପୀଠର
ପ୍ରସ୍ତାବିତ କୋଲକାତା ଗସ୍ତ ପୂର୍ବରୁ ଆରମ୍ଭ ହୋଇଛି। ଏହି ଧରଣା ପ୍ରତିଦିନ ସକାଳ ୧୦ଟାରୁ
ରାତି ୮ଟା ପର୍ଯ୍ୟନ୍ତ ଚାଲୁଛି। ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସର ଅଭିଯୋଗ ହେଉଛି ଯେ ୨୦୨୬
ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ବିଶେଷ ଗଭୀର ପୁନର୍ବୀକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ବିତ
ଏବଂ ଅବ୍ୟବସ୍ଥିତ ଭାବରେ କରାଯାଉଛି।
ମମତା ବାନାର୍ଜୀକହିଛନ୍ତି ଯେ ବଙ୍ଗର ଭୋଟରମାନଙ୍କର ଅଧିକାର ସୁରକ୍ଷା ପାଇଁ ତାଙ୍କର
ଏହି ଆନ୍ଦୋଳନ ଜାରି ରହିବ। ସେ ଦାବି କରିଛନ୍ତି ଯେ ବିଜେପିଓ ଭାରତୀୟ
ନିର୍ବାଚନ କମିଶନଙ୍କ ଷଡଯନ୍ତ୍ରକୁ ଜନସାଧାରଣଙ୍କ ସମ୍ମୁଖକୁ ଆଣାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା