
ଇମ୍ଫାଲ, 07 ମାର୍ଚ୍ଚ (ହି.ସ.)- ମଣିପୁରରେ ପୋଲିସ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ୨୪
ଘଣ୍ଟା ମଧ୍ୟରେ ଅଭିଯାନ ଚଳାଇ ବିଭିନ୍ନ ନିଷିଦ୍ଧ ସଂଗଠନର କ୍ୟାଡରମାନଙ୍କୁ ଗିରଫ କରିଛି।
ପୋଲିସ୍ ଗିରଫ ହୋଇଥିବା କ୍ୟାଡରମାନଙ୍କୁ ପଚରାଉଚରା କରୁଛି।
ମଣିପୁର ପୋଲିସ୍ ମୁଖ୍ୟାଳୟ ଦ୍ୱାରା ଆଜି ଜାରି କରାଯାଇଥିବା ଏକ ଔପଚାରିକ
ବିବୃତିରେ କୁହାଯାଇଛି ଯେ ଗତ ଶୁକ୍ରବାର ସୁରକ୍ଷା ବାହିନୀ ଏୟାରପୋର୍ଟଠାରୁ ଏନଆରଏଫଏମର
ଜଣେ ସକ୍ରିୟ କ୍ୟାଡର ମଙ୍ଗାଙ୍ଗଙ୍କୁ ଗିରଫ କରିଥିଲେ। ସେ ଚୁରାଚାନ୍ଦପୁର ଜିଲ୍ଲାର ହିଙ୍ଗୋଲ
ମାରୁପ୍ ଜେନହାଙ୍ଗ ଲମ୍କା ଅଞ୍ଚଳର ବସିନ୍ଦା ବୋଲି ଜଣାପଡିଛି।
ଦ୍ୱିତୀୟ ଅଭିଯାନରେ ସୁରକ୍ଷା ବାହିନୀ ୟୁନାଇଟେଡ ନ୍ୟାସନାଲ ଲିବରେସନ
ଫ୍ରଂଟର ଜଣେ ସକ୍ରିୟ କ୍ୟାଡର ଡେମ୍ବାଙ୍କୁ ଗିରଫ କରିଛନ୍ତି। ସେ ଇମ୍ଫାଲ ଇଷ୍ଟ ଜିଲ୍ଲାର ଖୁରେଇ
ସଜୋର ଲେଇରୌ ପୁଖ୍ରି ମପାଲ ଅଞ୍ଚଳର ବସିନ୍ଦା ବୋଲି କୁହାଯାଇଛି। ବିଭିନ୍ନ ଅପରାଧିକ
କାର୍ଯ୍ୟକଳାପରେ ଜଡିତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ତାଙ୍କର ଜଣେ ସହଯୋଗୀ ସେଂଜମ ସିଂହ ଓରଫ ରକେଟଙ୍କୁ ମଧ୍ୟ ଗିରଫ
କରାଯାଇଛି। ଅଭିଯୁକ୍ତ ପୂର୍ବ ଇମ୍ଫାଲର ଖୁରେଇ ଚୈଥାବି ଲୀରାକ୍ ମାଚିନ ଅଞ୍ଚଳର ବସିନ୍ଦା ବୋଲି
ଜଣାପଡିଛି। ତାଙ୍କ ପାଖରୁ ଗୋଟିଏ ୯ ମି.ମି. ପିଷ୍ଟଲ ଓ ମ୍ୟାଗଜିନ ଜବତ କରାଯାଇଛି। ଗିରଫ
ହୋଇଥିବା ଲୋକମାନଙ୍କ ପାଖରୁ ଅନ୍ୟ ଜବତ ସାମଗ୍ରୀ ଭିତରେ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ଆଧାର
କାର୍ଡ ମଧ୍ୟ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା