
ମୁମ୍ବାଇ, 13 ଏପ୍ରିଲ (ହି.ସ.)। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ
କଲ୍ୟାଣ-ଅହିଲ୍ୟା ନଗର ହାଇୱେରେ ରାୟତେ ଗାଁ ନିକଟରେ ସୋମବାର ସକାଳେ ଗୋଟିଏ ସିମେଣ୍ଟ ମିକ୍ସର
ଯାନ ଓ ପିକଅପ୍ ଯାନ ମଧ୍ୟରେ ଧକ୍କା ହେବାରୁ 8 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ
ବ୍ୟକ୍ତି ଆହତ ହୋଇଛନ୍ତି, ତାଙ୍କୁ ମୁରବାଡ଼
ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଟିଟୱାଳା ପୋଲିସ ଷ୍ଟେସନ୍ର ଟିମ୍
କରୁଛି।
ପୋଲିସର ସୂଚନା ଅନୁସାରେ, ପିକଅପ୍ ଯାନଟି ମୁରବାଡ଼ରୁ କଲ୍ୟାଣ ଦିଗକୁ ଯାଉଥିଲା। ସକାଳ 11ଟା ସମୟରେ
ରାୟତେ ଗାଁ ନିକଟରେ ଥିବା ନୂଆ ପୋଲ୍ ଉପରେ ପିକଅପ୍ ଯାନଟି ସାମ୍ନାରୁ ଆସୁଥିବା ସିମେଣ୍ଟ
ମିକ୍ସର ଯାନ ସହିତ ଧକ୍କା ଲାଗିଥିଲା। ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଆହତ
ବ୍ୟକ୍ତିଙ୍କ ଚିକିତ୍ସା ମୁରବାଡ଼ ସରକାରୀ ହସ୍ପିଟାଲରେ ଚାଲିଛି। ଟିଟୱାଳା ପୋଲିସ ଷ୍ଟେସନ୍ର
ଟିମ୍ ମୃତକମାନଙ୍କ ପରିଚୟ ଚିହ୍ନଟ ପାଇଁ ପ୍ରୟାସ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା