
ଖଡ଼ଗପୁର (ପଶ୍ଚିମବଙ୍ଗ), ୧୯
ଏପ୍ରିଲ (ହି.ସ.)। ବିଧାନସଭା ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ପଶ୍ଚିମ ମେଦିନୀପୁର ଏବଂ
ଝାଡ଼ଗ୍ରାମ ଜିଲ୍ଲାରେ ଶନିବାର ବିଭିନ୍ନ ରାଜନୈତିକ ଦଳ ସାରା ଦିନ ଭିନ୍ନ ଭିନ୍ନ ଅଞ୍ଚଳରେ
ଜନସଭା ଓ ରାଲି କରି ନିଜ-ନିଜ ପ୍ରାର୍ଥୀଙ୍କ ପକ୍ଷରେ ସମର୍ଥନ ଲୋଡୁଛନ୍ତି । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କର ଆଜି ବେଲଦା ଷ୍ଟାଡିୟମରେ ‘ବିଜୟ ସଙ୍କଳ୍ପ’ ଜନସଭା ହେବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ମୋଦି
ପଶ୍ଚିମ ମେଦିନୀପୁରର ନାରାୟଣଗଡ଼ ଅବସ୍ଥିତ ବେଲଦା ଷ୍ଟାଡିୟମରେ ‘ବିଜୟ ସଙ୍କଳ୍ପ’ ଜନସଭାକୁ
ସମ୍ବୋଧନ କରିବେ। ଏହା ପରେ ସେ ଝାଡ଼ଗ୍ରାମରେ ମଧ୍ୟ ଏକ ଜନସଭା କରିବେ। ଶନିବାର ଝାଡ଼ଗ୍ରାମ
ଜିଲ୍ଲାର ନୟାଗ୍ରାମ ବିଧାନସଭା କ୍ଷେତ୍ରରେ ତୃଣମୂଳ ପ୍ରାର୍ଥୀ ଦୁଲାଲ ମୁର୍ମୁଙ୍କ ସମର୍ଥନରେ
ଅଭିନେତା ଏବଂ ଘାଟାଲ ସାଂସଦ ଦେବ (ଦୀପକ ଅଧିକାରୀ) ଜନସଭାକୁ ସମ୍ବୋଧନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା