କଲମ୍ବୋ ବିମାନ ବନ୍ଦରରେ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କୁ ସ୍ଵାଗତ
ନୂଆଦିଲ୍ଲୀ, ୧୯ ଅପ୍ରେଲ (ହି.ସ.)- ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଦୁଇ ଦିନିଆ ସରକାରୀ ଗସ୍ତରେ ରବିବାର ଦିନ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପହଂଚିଛନ୍ତି । ଶ୍ରୀଲଙ୍କାକୁ ଏହା ତାଙ୍କର ପ୍ରଥମ ଆନୁଷ୍ଠାନିକ ଦ୍ୱିପାକ୍ଷିକ ଗସ୍ତ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ବିମାନବନ୍ଦରରେ
କଲମ୍ବୋ ବିମାନ ବନ୍ଦରରେ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କୁ ସ୍ଵାଗତ


ନୂଆଦିଲ୍ଲୀ, ୧୯ ଅପ୍ରେଲ (ହି.ସ.)- ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଦୁଇ ଦିନିଆ ସରକାରୀ ଗସ୍ତରେ ରବିବାର ଦିନ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପହଂଚିଛନ୍ତି । ଶ୍ରୀଲଙ୍କାକୁ ଏହା ତାଙ୍କର ପ୍ରଥମ ଆନୁଷ୍ଠାନିକ ଦ୍ୱିପାକ୍ଷିକ ଗସ୍ତ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ବିମାନବନ୍ଦରରେ ତାଙ୍କୁ ଭବ୍ୟ ଏବଂ ପାରମ୍ପାରିକ ସ୍ୱାଗତ କରାଯାଇଥିଲା । ଏହି ଗସ୍ତର କୂଟନୈତିକ ଗୁରୁତ୍ୱ ରହିଛି । କଲମ୍ବୋରେ ପହଂଚିବା ପରେ ଉପରାଷ୍ଟ୍ରପତିଙ୍କୁ ଶ୍ରୀଲଙ୍କାର ଉଚ୍ଚ ଅଧିକାରୀମାନେ ସ୍ୱାଗତ କରିଥିଲେ । ଏହି ସମୟରେ ପ୍ରସିଦ୍ଧ ପାରମ୍ପାରିକ କାଣ୍ଡିଆନ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ଗଭୀର ସାଂସ୍କୃତିକ ସମାନତା ଦର୍ଶାଏ ।

ଏହି ଦ୍ୱିପାକ୍ଷିକ ବୈଠକରେ ଉପରାଷ୍ଟ୍ରପତି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟେକେ ଏବଂ ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମରସୁରିଆଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବେ । ଏହାବ୍ୟତୀତ, ଭାରତ ସରକାରଙ୍କ ସହାୟତାରେ ନିର୍ମିତ ଭାରତୀୟ ଆବାସ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ଅଧୀନରେ ପ୍ରସ୍ତୁତ ହୋଇଥିବା ଘରଗୁଡ଼ିକୁ ତାମିଲ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯିବ ।

ରାଧାକ୍ରିଷ୍ଣନ ଭାରତୀୟ ବଂଶୋଦ୍ଭବ ତାମିଲ ସମ୍ପ୍ରଦାୟର ନେତାମାନଙ୍କ ସହ ଏବଂ ଉତର-ପୂର୍ବାଚଂଳର ପ୍ରତିନିଧିମାନଙ୍କ ସହ ଭାବ ବିନିମୟ କରିବେ । ସେ କଲମ୍ବୋରେ ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଦୁଇ ଦେଶ ମଧ୍ୟରେ ପୁରୁଣା ସଭ୍ୟତା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande