
ନୂଆଦିଲ୍ଲୀ, ୧୯
ଏପ୍ରିଲ୍ (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ଦିଲ୍ଲୀର ଦିଲଶାଦ
ଗାର୍ଡେନ୍ ସ୍ଥିତ ଅର୍ବାଚୀନ ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ରେ ୨୧ ଏପ୍ରିଲ୍ ସନ୍ଧ୍ୟା ୬ଟାରୁ ‘ସଂଘ
ଗଙ୍ଗାର ତିନି ଭାଗୀରଥ’ ନାମକ ବିଶେଷ ହିନ୍ଦୀ ନାଟକର ମଞ୍ଚନ କରାଯିବ। ନାଟକର ନିର୍ଦ୍ଦେଶକ
ସଞ୍ଜୟ ପେଣ୍ଡସେ ଏହି ସୂଚନା ଦେଇଛନ୍ତି।
ପେଣ୍ଡସେ ହିନ୍ଦୁସ୍ଥାନ
ସମାଚାରକୁ କହିଛନ୍ତି ଯେ, ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଏହି ନାଟକର ମଞ୍ଚନ
ହେଉଛି। ‘ସଂଘ ଗଙ୍ଗାର ତିନି ଭାଗୀରଥ’ ନାଟକ ସଂଘର ପ୍ରଥମ ତିନି ସରସଂଘଚାଳକ— ଡା. କେଶବ ବଳିରାମ
ହେଡଗେୱାର, ମାଧବ
ସଦାଶିବ ଗୋଲୱାଲକର (ଗୁରୁଜୀ) ଓ ବାଳାସାହେବ ଦେବରସଙ୍କ ଜୀବନ ଓ ସେମାନଙ୍କର ଅବଦାନ ଉପରେ
ଆଧାରିତ। ସେ କହିଥିଲେ ଯେ, ଏହି ନାଟକ ମାଧ୍ୟମରେ ସଂଘର ୧୦୦ ବର୍ଷର ଯାତ୍ରାକୁ ଜୀବନ୍ତ ଭାବେ
ପ୍ରସ୍ତୁତ କରିବାର ଚେଷ୍ଟା କରାଯାଇଛି।
ପେଣ୍ଡସେ କହିଥିଲେ ଯେ, ଦିଲ୍ଲୀରେ
ଏହାର ପୂର୍ବରୁ ୧୫ ଓ ୧୮ ଏପ୍ରିଲ୍ରେ ଭିନ୍ନ ଭିନ୍ନ ସ୍ଥାନରେ ନାଟକର ମଞ୍ଚନ ହୋଇସାରିଛି। ସେ
କହିଥିଲେ ଯେ, ଆଜି ସନ୍ଧ୍ୟା ୬ଟାରେ ଶ୍ୟାମାପ୍ରସାଦ ମୁଖର୍ଜୀ କଲେଜରେ ମଧ୍ୟ ଏହି
ନାଟକର ମଞ୍ଚନ ହେବ। ଦିଲ୍ଲୀରେ ଏହା ପରେ ୨୧ ଏପ୍ରିଲ୍ ସହିତ ୨୨, ୨୪, ୨୫, ୨୬ ଓ ୨୮
ଏପ୍ରିଲ୍ରେ ଭିନ୍ନ ଭିନ୍ନ ସ୍ଥାନରେ ମଞ୍ଚନ କରିବାର ଯୋଜନା ରହିଛି।
ଦିଲ୍ଲୀରେ କେବେ ଓ କେଉଁଠି
ମଞ୍ଚନ ହେବ—
୨୧ ଏପ୍ରିଲ୍: ସନ୍ଧ୍ୟା ୬ଟା, ଅର୍ବାଚୀନ
ଇଣ୍ଟରନ୍ୟାଶନାଲ୍ ସ୍କୁଲ୍, ଦିଲଶାଦ ଗାର୍ଡେନ୍।
୨୨ ଏପ୍ରିଲ୍: ସନ୍ଧ୍ୟା ୪ଟା, ଏଲଟିଡି
ଅଡିଟୋରିଅମ୍, ମଣ୍ଡି ହାଉସ୍।
୨୪ ଏପ୍ରିଲ୍: ସନ୍ଧ୍ୟା ୬ଟା, ଦ୍ୱାରକା
ସେକ୍ଟର-୩।
୨୫ ଏପ୍ରିଲ୍: ସନ୍ଧ୍ୟା ୬ଟା, ଏଆଇସିଟିଇ, ନେଲସନ୍
ମଣ୍ଡେଲା ମାର୍ଗ, ବସନ୍ତକୁଞ୍ଜ।
୨୬ ଏପ୍ରିଲ୍: ସକାଳ ୯ଟା, ସତ୍ୟବତୀ
କଲେଜ୍, ଅଶୋକ
ବିହାର।
୨୬ ଏପ୍ରିଲ୍: ସନ୍ଧ୍ୟା ୫:୩୦, କମଳା
ନେହରୁ କଲେଜ୍।
୨୮ ଏପ୍ରିଲ୍: ସନ୍ଧ୍ୟା ୬ଟା, ଶହୀଦ
ସୁଖଦେବ କଲେଜ୍, ସେକ୍ଟର-୧୧, ରୋହିଣୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା