ଫୁପୁଗାଁ ସାପ୍ତାହିକ ହାଟ ବନ୍ଦ କରିବାକୁ ବିଧାୟକ ବାହିନୀପତିଙ୍କ ଦାବି
ଜୟପୁର, ୧୩ ଏପ୍ରିଲ୍ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଫୁପୁଗାଁ ସାପ୍ତାହିକ ହାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି। ସ୍ଥାନୀୟ କ˚ଗ୍ରେସ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ କହିଛନ୍ତି ଗତ ଏ
ଫୁପୁଗାଁ ସାପ୍ତାହିକ ହାଟ ବନ୍ଦ କରିବାକୁ ଦାବି : ବିଧାୟକ ବାହିନୀପତି


ଜୟପୁର, ୧୩ ଏପ୍ରିଲ୍ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଫୁପୁଗାଁ ସାପ୍ତାହିକ ହାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି। ସ୍ଥାନୀୟ କ˚ଗ୍ରେସ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ କହିଛନ୍ତି ଗତ ଏପ୍ରିଲ ୬ ତାରିଖରେ ଫୁପୁଗାଁ ଠାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, କୋଟପାଡ ବିଧାୟକ ରୁପୁ ଭତ୍ରା, ବ୍ଲକ ଅଧ୍ୟକ୍ଷା ତିଳତମା ମୁଦୁଲି, ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ରଶ୍ମି ରଥ, ପୁଜାରିପୁଟ ସରପଞ୍ଚ କିଶୋରୀ ନାୟକଙ୍କ ଉପସ୍ଥିତିରେ ଫୁପୁଗାଁରେ ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିଲା। ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ କରିବା ପରେ ମନ୍ତ୍ରୀ ଓ ବିଧାୟକ ମାନେ ସାପ୍ତାହିକ ହାଟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଫୁପୁଗାଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଞ୍ଚଳ ହୋଇଥିବା ବେଳେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ କି ସେଠାରେ ନିର୍ମାଣ କରାଯାଇଥିବା ଫଳକରେ ମଧ୍ୟ ତାଙ୍କ ନାମ ଲେଖାଯାଇନାହିଁ। ବିଜେପି ସରକାର ପୂର୍ବ ପ୍ରସ୍ତୁତି କରି ଏହିପରି କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଛନ୍ତି। ହାଟ ର ଅର୍ଥ ଆଖପାଖ ଗ୍ରାମର ଶହ ଶହ କୃଷକ ଓ ବ୍ୟବସାୟୀ ଏଠାରେ ଏକଜୁଟ ହୁଅନ୍ତି। ହାଟ କେବଳ ସବୁଜ ପନିପରିବା, ଧାନ, ଦୈନନ୍ଦିନ ଜିନିଷ ବିକ୍ରୟ କେନ୍ଦ୍ର ନୁହେଁ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ତ ମଧ୍ୟ। କିନ୍ତୁ ଗୋରୁ ବେପାରୀମାନଙ୍କ ଆଗମନ ଯୋଗୁଁ ହାଟର ପରିବେଶ ଖରାପ ହେଉଛି ଓ ସ୍ଥାନୀୟ ଲୋକେ ଅସୁବିଧାରେ ପଡୁଛନ୍ତି । ହାଟ ନାମରେ ଗୋରୁ ବେପାର ଚାଲୁ ଥିବାରୁ ଏହା ସ୍ଥାନୀୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରୁଛି ଓ ପରିବେଶ ଦୂଷିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଫୁପୁଗାଁ ହାଟ ନାମରେ ଗୋରୁ ବେପାର ହେଉଛି। ଏହା କେବଳ ଅବୈଧ ନୁହେଁ ସ୍ଥାନୀୟ ଲୋକଙ୍କ ଧର୍ମୀୟ ଭାବନା ପରିବେଶକୁ ବି କ୍ଷତି ପହଞ୍ଚାଉଛି। ଗୋରୁ ଚୋରି, ଅନ୍ୟାୟ ବେପାର ଓ ମା˚ସ ବ୍ୟବସାୟ ସହ ଜଡିତ ଥିବାରୁ ହାଟକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ। ଯଦି ପ୍ରଶାସନ ପଦକ୍ଷେପ ନେବେ ନାହିଁ ତେବେ କ˚ଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ବେଆଇନ ହାଟ ଆରମ୍ଭ କରିବା ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ସମେତ ଅନେକ କ˚ଗ୍ରେସ ନେତା ଉପସ୍ଥିତ ଥିଲେ।

ଜୟପୁର ବ୍ଲକ ଅନ୍ତର୍ଗତ ଫୁଫୁଗାଁ ରେ ସାପ୍ତାହିକ ହାଟ ନିର୍ମାଣ ନେଇ ଗତ ୬.୪.୨୬ ତାରିଖରେ ଭିତ୍ତିପ୍ରସ୍ତର ଦିଆଯାଇଛି । ଏଠାରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ବିଧାୟକ ରଘୁ ରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କୋଟପାଡ ବିଧାୟକ ରୁପୁ ଭତ୍ରା, ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ । କିନ୍ତୁ, ଏହି ଭିତ୍ତିପ୍ରସ୍ତର ଦେବା ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କୁ ନିମନ୍ତ୍ରଣ ନଥିଲା କି ଫଳକରେ ନାମ ମଧ୍ୟ ନଥିଲା । ଏହାକୁ ନେଇ ଆଜି ବିଧାୟକ ବାହିନପିତି ସୂଚନା ଦେଇ କହିଛନ୍ତି ଯେ, ଅବିଭକ୍ତ କୋରାପୁଟ ଜିଲରେ ଗୋ ବଂଶ ଲୋପ ପାଇଗଲାଣି । ବିଜେପି ସରକାର ଗୋ ସୁରକ୍ଷା ଦେବା କଥା କହୁଥିବା ବେଳେ ଗୋ ଚାଲାଣକୁ ପ୍ରତ୍ସାହନ ଦେଉଛନ୍ତି । ଫୁଫୁଗା ରେ ଗାଈ ସଂଗ୍ରହ କରି ଅଣାଯାଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ କରାଯାଇଛି । ଏକ ସରକାରୀ ବିରାଟ ଜମି ରହିଛି । ସେଠାରେ ଏପିର କାର୍ଯ୍ୟ ଚାଲୁଥିବାରୁ ପୋଲିସ ଓ ତହିଲଦାର ବାର ବାର ସେହି ସ୍ଥାନରେ ଚଢଉ କରିଥିଲୋ କେତେକ ଗୋ ଚାଲାଣକାରୀ ବିଜେପି ନେତା ମନ୍ତ୍ରୀଙ୍କ ଠାରୁ ଚାପ ପକାଇ ଜୟନ୍ତିଗିରି ହାଟକୁ ପଞ୍ଚାୟତ ଅଧିନକୁ ନେଇଥିଲେ । ଜୟନ୍ତିଗିରି ଅଧିନରେ ଥିବା ଫୁଫୁଗାଁ ହାଟ ପାଇଁ ସରକାରି ଜମି ନିମନ୍ତେ ଆବେଦନ କରିଛନ୍ତି । ଯଦି ଜିଲା ପ୍ରଶାସନ ଜମି ଦିଏ କି ଦେବେ ଆନ୍ଦୋଳନ ଜୋରସୋର ହେବ । ଏନେଇ ବିଧାନସଭାରେ ମନ୍ତ୍ରୀ ଗଣ୍ଡ ଓ ବିଧାୟକଙ୍କ ଉପରେ ପ୍ରଶ୍ନ ପଚାରା ଯିବ । ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ଗୋ ମାତାଙ୍କୁ ଆନ୍ଧ୍ରକୁ ଚାଲାଣ କରାଯାଉଛି । ଏହା ଉପରେ ରୋକ ଲଗାଯାଉଥିବା ବେଳେ ଫୁଫୁ ଗାଁ ରେ ଗୋ ହାଟର ଭିତ୍ତି ପ୍ରସ୍ତର ଦେଇଛନ୍ତି ବିଜେପି ନେତା ଓ ମନ୍ତ୍ରୀ । ତୁରନ୍ତ ଏହି ହାଟକୁ ବନ୍ଦ କରାଯାଉ ନଚେତ ଆଗାମୀ ଦିନରେ ଅନ୍ଦୋଳନ ଜୋରସୋର ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ । ଗୋ ଚାଲାଣକୁ ବିଜେପିରେ ନେତା ଓ ମନ୍ତ୍ରୀ ମାନେ ପରୋକ୍ଷରେ ପ୍ରତ୍ସୋହନ ଦେଉଥିବା ବିଧାୟକ ବାହିନିପତି ସ୍ପଷ୍ଟ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନିରେ ବରିଷ୍ଠ କଂଗ୍ରେସ ନେତା ନିହାର ବିଷୋୟୀ, ଭବାନି ରଥ, ବସନ୍ତ ନାୟକ, ସୁଯ୍ୟ ପଟ୍ଟନାୟକ, ସନ୍ଦିପ ସାନ୍ତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande