ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ /ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଥିରେ ସମିତିର ସଦସ୍ୟ ଏବଂ ଆଦିତ୍ୟ ବାହିନୀର ପ୍ରାକ୍ତନ ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ଖୁଂଟିଆ ପ୍ରସ୍ତୁତି ବୈଠକର ବିବରଣୀ
;op[']


ପୁରୀ /ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଥିରେ ସମିତିର ସଦସ୍ୟ ଏବଂ ଆଦିତ୍ୟ ବାହିନୀର ପ୍ରାକ୍ତନ ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ଖୁଂଟିଆ ପ୍ରସ୍ତୁତି ବୈଠକର ବିବରଣୀ ଆଲୋଚନା କରିଥିଲେ ।

ଭଗବତ୍ତ୍ପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ୨୫୩୩ତମ ଜୟନ୍ତୀ ଉପଲକ୍ଷେ ବୈଶାଖ ଶୁକ୍ଳ ପଂଚମୀ ଆସନ୍ତା ୨୧ ତାରିଖ ମଙ୍ଗଳବାର ଦିନ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ପାଳିତ ହେବ । ଉକ୍ତଦିନ ଅପରାହ୍ନ ୩ଘଂଟିକା ସମୟରେ ତାଙ୍କର ଚଳନ୍ତି ପ୍ରତିମାଙ୍କୁ ନଗର ପରିକ୍ରମା ପୂର୍ବକ ଶୋଭାଯାତ୍ରାରେ ଶ୍ରଦ୍ଧା, ଭକ୍ତି, ସୁମନ ଅର୍ପଣ କରିବା ସହିତ ଉକ୍ତ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ କରାଯିବ । ଏହି ଶୋଭାଯାତ୍ରା ଗୋବର୍ଦ୍ଧନ ମଠରୁ ବାହାରି ବାଲିସାହି, ସିଂହଦ୍ୱାର, ଦୋଳମଣ୍ଡପ ସାହି, ମୋଚିସାହି ଛକ, ରାମଚଣ୍ଡି ସାହି, ମରଚିକୋଟ ଗଳି, ବଡଦାଣ୍ଡ, ରାଜା ନଅର, ଦୋଳବେଦୀ, ଲକ୍ଷ୍ମୀମାର୍କେଟ, ମଣିକର୍ଣିକା ସାହି, ହରଚଣ୍ଡି ସାହି, ଗୌଡବାଡ ସାହି, କାମାକ୍ଷ ମନ୍ଦିର, ମଠ ପାଚେରୀକଡଦେଇ ଶୋଭାଯାତ୍ରା ଗୋବର୍ଦ୍ଧନ ମଠକୁ ପତ୍ୟାବର୍ତ୍ତନ କରିବ । ନଗର ବୀଜେ ସମୟରେ ହାରାହାରି ୧୨୦ଟି ସ୍ଥାନରେ ଚଉଦୋଳରେ ବିଜେ ଆଦିଶଙ୍କରଙ୍କ ଚଳନ୍ତିପ୍ରତିମା ସ୍ଥାନେ ସ୍ଥାନେ ରହି ଭକ୍ତଙ୍କ ଘରେ ପନ୍ତି ଭୋଗ ଲାଗିବ । ଉକ୍ତ ଉତ୍ସବ ଶୃଙ୍ଖଳିତ ଭାବେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବଳ ଓ ଟ୍ରାଫିକ ନିୟନ୍ତ୍ରିତ ପାଇଁ ଉପଯୁକ୍ତ ସୂଚନା ପରିଚାଳନା କରିବା ପାଇଁ ଆରକ୍ଷୀ ବିଭାଗକୁ ଅନୁରୋଧ କରାଯାଇଛି ।

ଉକ୍ତ ବୈଠକରେ ଜିଲ୍ଲା ପର୍ଯ୍ୟଟନ ଅଧକାରିଣୀ ଦେବସ୍ମିତା ମହାନ୍ତି, ପୁର୍ତ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱଜିତ୍ ମହାନ୍ତି, ଅଗ୍ନିଶମ ଅଧିକାରୀ ଜିଜ୍ଞାସୁ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ରାଜ୍ୟ ଶଙ୍କର ଜୟନ୍ତୀ ସମାରୋହ ସମିତି, ଗୋବର୍ଦ୍ଧନ ମଠ ପୁରୀର ସଭାପତି ଗଣେଶ୍ୱର ମହାସୁଆର , ଆଦିତ୍ୟ ବାହିନୀ ର ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ମହେଶ ବ୍ରହ୍ମଚାରୀ , ସୁଧାଂଶୁ ମହାନ୍ତି, ସମ୍ପାଦକ ଡକ୍ଟର ପ୍ରକାଶ କୁମାର ଶତପଥୀ , ସମିତିର ସଂଯୋଜକ ବିଶ୍ୱଶାନ୍ତି ତ୍ରିପାଠୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ବୈଠକରେ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande