
ଜୟପୁର,୧୭ ଏପ୍ରିଲ୍ (ହି.ସ.) - ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଗୁରବାର ପାଳିତ ହୋଇଯାଛି । ଜୟପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଟାଉନଥାନା ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ଠାରେ ପୂର୍ବତନ ମନ୍ତ୍ରୀ ରବି ନାରାଯଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ଜନନାୟକ ବିଜୁବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରବାଦ ପୁରୁଷ ଯେଉଁଭଳି ଭାବେ ଦୁର୍ନିତୀକୁ ବିରୋଧ କରୁଥିଲେ । ସେହିପରି ପୌରସଂସ୍ଥା ଏବଂ ସରକାରୀ କାର୍ଯ୍ୟାଳୟ ଠାରେ କୌଣସି ଦୁର୍ନିତୀ ହେଲେ ବିଜେଡି ଏହାକୁ ପ୍ରବଳ ବିରୋଧ କରିବ ଏବଂ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ ଦୃଢୋକ୍ତିରେ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ବିଜେଡିର ମହିଳା, ଯୁବ, ଛାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଦଳୀୟ ନେତା ମାନେ ଯୋଗଦେଇ ବିଜୁ ବାବୁ ଅମର ରହେ ସ୍ଲୋଗାନ ପ୍ରଦାନ କରିବା ସହ ତାଙ୍କ ସ୍ମୃତିଚାରଣ ଏବଂ ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଅତିଥି ମାନେ ବିଜୁବାବୁଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣାର ମନ୍ତ୍ର ପାଲଟିଛି । ତେଣୁ ଓଡିଶାବାସୀଙ୍କ ସେବା ପାଇଁ ସର୍ବଦା ଅନୁପ୍ରାଣିତ କରୁଛି ବୋଲି କହିଥିଲେ । ଏହି ଅବସରରେ ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ରଥ, ବାଲା ରାୟ, ନାଗରାଜ ଦୋରା, ହର ପ୍ରସାଦ ମିଶ୍ର, ବାଲିଙ୍କି ରାଓ, ଶିବ ପଟ୍ଟନାୟକ, ଧର୍ମେନ୍ଦ୍ର ଅଧିକାରୀ, ଧନ ଖରା, ମହେନ୍ଦ୍ର ଅଧିକାରୀ, ଏମ . ମାଙ୍ଗାମ୍ମା , ପଦ୍ମା ରେଡ୍ଡି, ସୁଷମା ମହାପାତ୍ର, ମହେନ୍ଦ୍ର ଅଧିକାରୀ, ଯଶପାଲ ସିଂ, ସିମାଂଚଳ ବିଶୋୟୀ, ଦେବେନ୍ଦ୍ର ଚୌଧୁରୀ, ବୁଡୁ ମହାପାତ୍ର , ଟୁନା ରଥ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସଂଧ୍ୟାରେ ବିଜୁ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶିଶୁ ନିଃସହାୟ କେନ୍ଦ୍ର ଠାରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ କମିଟିପ ସଭାପିତ ବାଲା ରାୟ ଏବଂ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର ଓ ସଦସ୍ୟ ମାନେ ଉପସ୍ଥିତ ରହି ବଣ୍ଟନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି