
ସୁବର୍ଣ୍ଣପୁର, 17 ଏପ୍ରିଲ୍ (ହି.ସ.)
ସୁବର୍ଣ୍ଣପୁର ଜିଲ୍ଲା ରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବା ରେ ଲାଗିଛି l ଦିନ ର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି l ଫଳରେ ଜନଜୀବନ ପ୍ରଭାବିତ ହେଉଛି l ଦିନ ଏଗାର ଟା ପରେ ବାହାରକୁ ବାହାରିବା ବଡ଼ କଷ୍ଟକର ହୋଇପଡୁଛି l ଏହାକୁ ଦୃଷ୍ଟି ରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ଜିଲ୍ଲା ର ସମସ୍ତ ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ କୁ ଏପ୍ରିଲ 18 ତାରିଖ ଠାରୁ 22 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି l ଏ ନେଇ ଆଜି ( 17/04/26) ଜିଲ୍ଲାପାଳ ଙ୍କ ( ଜରୁରୀ ଶାଖା ) କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା 5552/ ତା. 17/04/2026 ରେ ଜିଲ୍ଲା ର ସମସ୍ତ ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ର ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଏପ୍ରିଲ 18 ରୁ 22 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି l ପରବର୍ତ୍ତୀ ସମୟ ରେ ପରିସ୍ଥିତି କୁ ଦେଖି ନିର୍ଦ୍ଧେଶନାମା ଜାରି ହେବ ବୋଲି ଜଣାପଡିଛି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ