ବଲାଙ୍ଗୀରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ
ବଲାଙ୍ଗୀର, ୧୭ ଏପ୍ରିଲ୍(ହି.ସ.) – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ସକାଳୁ ବିଜୁ ପଟ୍ଟନାୟକ ଶିଶୁ ଉଦ୍
ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ


ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ


ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ


ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ


ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ


ବଲାଙ୍ଗୀର, ୧୭ ଏପ୍ରିଲ୍(ହି.ସ.) – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ସକାଳୁ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକାସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନୀଧି ଖମାରୀ।

ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହାସହ କଲେଜ ଛକ କଳ୍ୟାଣ ମଣ୍ଡପରେ ମାଗଣା ଆଖି ଚିକିତ୍ସା ଶିବିର ଉଦଘାଟନ କରାଯାଇ ଥିଲା। ଏହି ଅବସରରେ ବିଜୁବାବୁଙ୍କ ଆଦର୍ଶ ଓ ସମାଜ ସେବା ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରାଯାଇ ସମସ୍ତଙ୍କ ମଧ୍ୟରେ ସେବା ଓ ସମର୍ପଣର ସନ୍ଦେଶ ପ୍ରସାରିତ ହୋଇଥିଲା।

ଏହି ସବୁ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପରିଷଦର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବରିଷ୍ଠ କାଉନସିଲର ତଥା ବିଜେଡି ନଗର ସଭାପତି ସମ୍ଭୁ ନାଗ, ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଗୁଞ୍ଜ ଖାନ, ସୁମନ ନନ୍ଦ, ଲକ୍ଷ୍ମଣ ମେହେର, କୁଲମଣୀ ମେହେର,ପ୍ରଭାସ ପାଣିଗ୍ରାହୀ, ବିଧୁଭୁଷଣ ତ୍ରୀପାଠି, ଧୃବ ଜୁଏଡ୍, ଶିବ ବେହେରା, ଟୁକୁ ସାହୁ, ରମେଶ ବେହେରା, ସଞ୍ଜୟ ଶେଖର, ନରସିଂହ ବାଗ, ଗୋଲାପ ବାଗ, ଶୁଶିଲ ଚାନ୍ଦ, ପ୍ରଦ୍ୟୁମ୍ନ ହୋତା, ଚନ୍ଦ୍ରମଣୀ ତ୍ରିପାଠୀ, ପାଣ୍ଡବ କୁମ୍ଭାର, ଦମୟନ୍ତୀ ବାଗ, ଲିପିଶ୍ରୀ ସାଏ, ନିହାର ସ୍ୱାଇଁ, ସନ୍ତୋଷ ଦନ୍ତା, ଜିଲ୍ଲା ସୋସିଆଲ ମିଡିଆ ଇନଚାର୍ଜ ବିଭୁତି ଭୂଷଣ ମିଶ୍ର, ଶତୃଘନ ବାଗ, ଗଙ୍ଗାଧର ଚାନ୍ଦ, ଜୟରାମ ମିଶ୍ର, ବଂଟି ଚାନ୍ଦ, ଶାନ୍ତନୁ ଭୋଇ, ଅଚ୍ଯୁତ ମିଶ୍ର, ଆଶୀର୍ବାଦ ସାହୁ, ମନୋରଞ୍ଜନ ମହାକୁର, ରଞ୍ଜନ ମିଶ୍ର, ଜିତେନ୍ଦ୍ର ମିଶ୍ର, ବସୁମତି ସେଠ୍, ମମତା କୁମରା, ନନ୍ଦିନୀ ପୋଢ ଦିପକ ବେହେରା, ବିରସେନ ସାହୁ, ସୁନୀଲ ମେହେର, ଶୈଲେନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ଭୋଇ, ନରେନ୍ଦ୍ର ସୁନା, ରାମ ନାଏକ ଭଳି ବହୁ ସଙ୍ଗଠକ ଓ ସଦସ୍ଯ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande