
ବଲାଙ୍ଗିର, 17 ଏପ୍ରିଲ୍ (ହି.ସ.)
ସ୍ଥାନୀୟ ସାଇଟ୍ ନର୍ସିଂ କଲେଜର ଜି. ନ୍.ଏମ୍ ଓ ବି.ଏସ୍.ସି ନର୍ସିଂର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ ସମାଜର ଉନ୍ନତିକଳ୍ପେ ଉପଯୁକ୍ତ ସମୟରେ ସମୋଚିତ ସେବା ଯୋଗାଇଦେବା ପାଇଁ ଶପଥ ଗ୍ରହଣ କରିଥିଲେ । ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଫେସର ଲୋପାମୁଦ୍ରା ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରିନସିପାଲ ସ୍ନିଗଧାମୀନତି ଦାନୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପୁଷ୍ପାଞ୍ଜଳୀ ମିଶ୍ର ଯୋଗଦାନ କରି ଚିକିତ୍ସା କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଫିସର ଲୋହିତା ତାଣ୍ଡି, ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ଓ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନର୍ସମାନେ ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଅନ୍ତି ତେଣୁ ସେମାନେ ନିଜ ନିଜ କାର୍ଯ୍ୟ ଠିକ୍ ଭାବରେ ତୁଳାଇବା ପାଇଁ ମତ ଦେଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ତାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଶେଷ କରି ଅଧ୍ୟାପିକା ଲକ୍ଷ୍ମୀ ମେହେର, ରିତା ସାହୁ, ଅର୍ପିତା ପଧାନ, ଜତିନ ରଣା, ମହମ୍ବଦ କାଜିମ୍, ଅଶୋକ ପଧାନ, ବବିତା ମେହେର ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ