ମା ମଙ୍ଗଳାଙ୍କ ବାର୍ଷିକ ଉତ୍ସବ
ଭୁବନ, ୧୩ ଅପ୍ରେଲ (ହି.ସ.)- ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍ ମାର୍ଥାପୁର ଗ୍ରାମରେ ମା'' ମଙ୍ଗଳାଙ୍କ ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ପ୍ରାତଃ ସମୟରେ ଗ୍ରାମର ଶତାଧିକ ମହିଳା ବ୍ରହ୍ମଣୀ ନଦୀରୁ କଳସରେ ଜଳ ଆଣି ସଂକୀର୍ତ୍ତନ
ମା ମଙ୍ଗଳାଙ୍କ ବାର୍ଷିକ ଉତ୍ସବ


ଭୁବନ, ୧୩ ଅପ୍ରେଲ (ହି.ସ.)- ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍ ମାର୍ଥାପୁର ଗ୍ରାମରେ ମା' ମଙ୍ଗଳାଙ୍କ ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ପ୍ରାତଃ ସମୟରେ ଗ୍ରାମର ଶତାଧିକ ମହିଳା ବ୍ରହ୍ମଣୀ ନଦୀରୁ କଳସରେ ଜଳ ଆଣି ସଂକୀର୍ତ୍ତନ ମଣ୍ଡଳୀ ସହଯୋଗରେ ଗ୍ରାମ ପରିକ୍ରମା କରି ଘଟ ସ୍ଥାପନ କରିଥିଲେ । ମା ଙ୍କ ଆଶୀର୍ବାଦ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି l ମଙ୍ଗଳବାର ପୂର୍ଣ୍ଣାହୁତି, ଝାମୁଯାତ୍ରା, ପ୍ରସାଦସେବନର ବ୍ୟବସ୍ଥା ହୋଇଛି । ଶନିବାର ଓ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଛି Iପୁରୋଧା ବ୍ରହ୍ମାନନ୍ଦ ମିଶ୍ର ଓ ମୁଖ୍ୟ କର୍ତ୍ତା ଭାବେ ପରମାନନ୍ଦ ନାୟକ ଦାୟିତ୍ଵ ତୁଲାଉଛନ୍ତି I ସଭାପତି ନୀଳମଣି ଦାସଙ୍କ ସମେତ ସୋମନାଥ ନାୟକ, ନିର୍ମଳ ମଲ୍ଲିକ, ମହାଦେବ ରାଉତ, ନାରାୟଣ ମାଝୀ ଓ ସମସ୍ତ ଯୁବକର୍ମୀ ସହଯୋଗ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande