କାଲିମେଳା ପଞ୍ଚାୟତ ସମିତି ବୈଠକ
ମାଲକାନଗିରି, ୧୭ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଭାଗୃହରେ ୧୦ ତମ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ସୁବାସିନୀ ସୋଡ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚାସିନଅତିଥି ଭାବେ କାଲିମେଳା ବିଧାୟକ ପ୍ରତିନିଧି ହରବିଲାସ ମଣ୍ଡଲ, ଚିତ୍ରକୋଣ୍ଡା ବି
କାଲିମେଳା ପଞ୍ଚାୟତ ସମିତି ବୈଠକ


ମାଲକାନଗିରି, ୧୭ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଭାଗୃହରେ ୧୦ ତମ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ସୁବାସିନୀ ସୋଡ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚାସିନଅତିଥି ଭାବେ କାଲିମେଳା ବିଧାୟକ ପ୍ରତିନିଧି ହରବିଲାସ ମଣ୍ଡଲ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ସିଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, କାଲିମେଳା ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ , କାଲିମେଳା ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ଅର୍ପଣା ମଣ୍ଡଳ, କାଲିମେଳା ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ମମତା ପଡ଼ିଆମୀ ଓ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ଗମନାଗମନ, ଭତ୍ତା, ପଶୁ ପାଳନ, ମୁଖମନ୍ତ୍ରୀ ବସ ସେବା ଏବଂ ବ୍ଲକରେ ବିଭିନ୍ନ ସମସ୍ୟା, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ବୈଠକରେ ୨୩ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଏବଂ ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକକୁ ବ୍ଲକର ଜିପିଡିଓ ଜଗନ୍ନାଥ ମଣ୍ଡଳ ଓ ପିଇଓ ଡି ଏନ ନାୟକ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande